ମହାନଦୀ କୋଲଫିଲ୍ଡ କୋଇଲା ଉତ୍ପାଦନରେ ସର୍ବକାଳୀନ ରେକର୍ଡ

dmmclମହାନଦୀ କୋଲଫିଲ୍ଡ (ଏମ.ସି.ଏଲ) ୨୦୧୫-୧୬ ଆର୍ଥିକ ବର୍ଷରେ ସର୍ବମୋଟ ୧୩୭.୯୦ ନିୟୁତ ଟନ କୋଇଲା ଉତ୍ପାଦନ କରି ଦେଶରେ କୋଇଲା ଉତ୍ପାଦନ କ୍ଷେତ୍ରରେ ଏକ ନୂଆ କିର୍ତୀମାନ ସ୍ଥାପନ କରିଛି । ପୂର୍ବ ବର୍ଷ ୧୨୧.୩୮ ନିୟୁତ ଟନ କୋଇଲା ଉତ୍ପାଦିତ ହୋଇଥିଲା । ପୂର୍ବ ବର୍ଷ ତୁଳନାରେ ୨୦୧୫-୧୬ ବର୍ଷରେ କୋଇଲା ଉତ୍ପାଦନରେ ୧୩.୬୧ ପ୍ରତିଶତ ଅଭିବୃଦ୍ଧି ଘଟିଛି । ସେହିପରି ଏହି ସମୟ ମଧ୍ୟରେ ମୋଟ ୧୪୦.୨୨ ନିୟୁତ ଟନ କୋଇଲା ବିଭିନ୍ନ ଉପଭୋକ୍ତା ସଂସ୍ଥାମାନଙ୍କ ପାଖକୁ ପରିବହନ କରାଯାଇଛି ଏବଂ ଏଥିରେ ପୂର୍ବ ବର୍ଷ ଅପେକ୍ଷା ୧୪ ପ୍ରତିଶତ ଅଭିବୃଦ୍ଧି ଘଟିଛି । ଏହାଦ୍ୱାରା ଏମସିଏଲ ଦେଶରେ କୋଇଲା ଉତ୍ପାଦନରେ ଏକ ନମ୍ବର ସଂସ୍ଥା ହୋଇପାରିଛି । ଆଜି ଭୁବନେଶ୍ୱରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏମସିଏଲର ଅଧ୍ୟକ୍ଷ ତଥା ପରି•ଳନା ନିଦେ୍ର୍ଦଶକ ଶ୍ରୀ ଅନୀଲ କୁମାର ଝା ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, କୋଇଲା ଉତ୍ପାଦନରେ ସର୍ବକାଳୀନ ରେକର୍ଡ ହେବା ସହ ଦେଶର ଅଧିକାଂଶ ତାପଜ ବିଦ୍ୟୁତ କେନ୍ଦ୍ରକୁ •ହିଦା ମୁତାବକ ଥର୍ମାଲ କୋଇଲା ଯୋଗାଇ ଦିଆଯାଇଛି । ଏବେ ତାପଜ ବିଦ୍ୟୁତ କେନ୍ଦ୍ରଗୁଡିକ ନିକଟରେ ୨୮ ଦିନର କୋଇଲା ଗଚ୍ଛିତ ରହିଛି । କୌଣସି ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ର କୋଇଲା ଅଭାବ ଜନିତ ପରିସ୍ଥିତିର ଆଉ ସମ୍ମୁଖିନ ହେଉନାହାନ୍ତି କି କୋଇଲା ଅଭାବରୁ ଉତ୍ପାଦନ ବାଧାପ୍ରାପ୍ତ ହେଉନାହିଁ । ୨୦୨୨ ସୁଦ୍ଧା ଏମସିଏଲ ସଂସ୍ଥା ମୋଟ ୨୫୦ ନିୟୁତ ଟନ କୋଇଲା ଉତ୍ପାଦନର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଝା କହିଥିଲେ । ଅନୁଗୁଳ, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ଅଧିକ କୋଇଲା ସମ୍ପଦ ଗଚ୍ଛିତ ଥିବାରୁ ଏହି ସବୁ ଜିଲ୍ଲାଗୁଡିକରେ ଉତ୍ପାଦନକୁ ଆହୁରି ତ୍ୱରାନ୍ୱିତ କରାଯିବ ।

ସେ କହିଥିଲେ ଯେ, ସୁନ୍ଦରଗଡ ଜିଲ୍ଲାରେ ଏମସିଏଲ ନିଜସ୍ୱ ଉଦ୍ୟମରେ ୨ଢ୮୦୦ ମେଗାୱାଟର ଏକ ଅତ୍ୟାଧୁନିକ ତାପଜ ବିଦ୍ୟୁତ କେନ୍ଦ୍ର ନିର୍ମାଣର ଯୋଜନା କରିଛି । ଶ୍ରୀ ଝା କହିଥିଲେ ଯେ, କୋଇଲା ଉତ୍ପାଦନ ଜନିତ ଲାଭାଂଶରୁ ଏମସିଏଲ ରାଜ୍ୟ ସରକାରଙ୍କୁ ୨୦୧୪-୧୫ ଆର୍ଥିକ ବର୍ଷରେ ୨୦୦୩.୮୨ କୋଟି ଟଙ୍କା ପ୍ରଦାନ କରିଥିଲା ବେଳେ କେନ୍ଦ୍ର ସରକାରଙ୍କୁ ୪୫୨୫.୬୯ କୋଟି ଟଙ୍କା ମିଳିଛି । ୨୦୧୫-୧୬ ଆର୍ଥିକ ବର୍ଷରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ସେ କହିଥିଲେ । ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧିନରେ ଏମସିଏଲ ୨୦୧୫-୧୬ ଆର୍ଥିକ ବର୍ଷରେ ୨୯୦.୬୫ କୋଟି ଟଙ୍କା ଖର୍ଚ୍ଚ କରିଛି । ସେଥିମଧ୍ୟରେ ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ମାଧ୍ୟମରେ ପାଖାପାଖି ୧୧,୦୦୦ ବିଦ୍ୟାଳୟରେ ଶୌଚାଳୟ ନିର୍ମାଣ କରାଯାଇଛି । ଏଥିଲାଗି ୧୭୬.୪୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ।

ତାଳଚେର ମେଡିକେଲ କଲେଜ ହସ୍ପିଟାଲ ପ୍ରକଳ୍ପ ସମ୍ପର୍କରେ ସମ୍ୟକ ସୂଚନା ଦେଇ ଶ୍ରୀ ଝା କହିଲେ ଯେ, ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପୁରା ଦମ୍ରେ ଚାଲିଛି । ଅଢ଼େଇ ବର୍ଷ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ଏବଂ ୨୦୧୯-୨୦ ଆର୍ଥିକ ବର୍ଷରୁ ପ୍ରସ୍ତାବିତ ମେଡିକେଲ କଲେଜରେ ପାଠପଢ଼ା / ନାମଲେଖା ଆରମ୍ଭ ହେବାର ଆଶା କରାଯାଉଛି । ବର୍ତମାନର ୧୧୫-ଶଯ୍ୟା ବିଶିଷ୍ଟ ନେହେରୁ ଶତାବ୍ଦୀ ହସପିଟାଲକୁ ୫୦୦ ଶଯ୍ୟା ବିଶିଷ୍ଟ କରାଯାଇ ନୂତନ ମେଡିକେଲ କଲେଜରେ ପରିଣତ କରାଯିବ ଏବଂ ଏଥିଲାଗି ୪୯୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ୧୦୦ ଏମବିବିଏସ ସିଟ୍ ବିଶିଷ୍ଟ ପ୍ରସ୍ତାବିତ ମେଡିକେଲ କଲେଜରେ ୩୦୦ ଶଯ୍ୟା ବିଶିଷ୍ଟ ଈକ୍ଟଚ୍ଚଗ୍ଦ ହୋଷ୍ଟେଲ ଏବଂ ୨୦୦ ଶଯ୍ୟା ବିଶିଷ୍ଟ ଏସକ୍ସକ୍ଷଗ୍ଦ ହୋଷ୍ଟେଲ ନିର୍ମାଣ କରାଯିବ । ଶ୍ରୀ ଝା କହିଥିଲେ ଯେ, ସାମାଜିକ ଦାୟିତ୍ୱବୋଧ (ସିଏସଆର) କାର୍ଯ୍ୟକ୍ରମ ଅଧିନରେ ଏମସିଏଲ ବର୍ଷକୁ ତାର ଲାଭାଂଶର ୨ ପ୍ରତିଶତ ହିସାବରେ ଗତ ୫ ବର୍ଷ ମଧ୍ୟରେ ୩୭୩ କୋଟି ଟଙ୍କା ଖର୍ଚ୍ଚ କରିଛି ।

ଏମସିଏଲ ଅଧ୍ୟକ୍ଷ ଶ୍ରୀ ଝା କହିଥିଲେ ଯେ, କୋଇଲା ଉତ୍ପାଦନ ସହିତ କୋଇଲା ପରିବହନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଉତ୍ପାଦନ ପରେ ପରେ ଉପଭୋକ୍ତା କମ୍ପାନୀମାନଙ୍କ ପାଖକୁ କୋଇଲା ପହଂଚାଇବା ଦିଗରେ ଅହରହ ଉଦ୍ୟମ ହେତୁ ୨୦୧୫-୧୬ ଆର୍ଥିକ ବର୍ଷରେ ସର୍ବାଧିକ ୧୪୦.୨୨ ନିୟୁତ ଟନ କୋଇଲା ପ୍ରେରଣ କରାଯାଇଛି । ପୂର୍ବ ବର୍ଷ ୧୨୩ ନିୟୁତ ଟନ କୋଇଲା ପରିବହନ କରାଯାଇଥିଲା । ଉତ୍ପାଦନ ସ୍ଥଳରୁ କୋଇଲାକୁ ତାପଜ ପ୍ଲାଂଟ ନିକଟକୁ ପହଂଚାଇବା ପାଇଁ ରେଳ ସଂଯୋଗ ଉପରେ ଗୁରୁତ୍ୱ ଦିଆଯାଇଛି । “ମହାନଦୀ କୋଲ ରେଳବାଇ ଲିମିଟେଡ” ନାମକ ଏକ ସ୍ୱତନ୍ତ୍ର ଯୌଥ କମ୍ପାନୀ ଗଠନ କରାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ରେଳପଥ ପ୍ରକଳ୍ପ କାର୍ଯ୍ୟ ହାତକୁ ନିଆଯିବ । ପ୍ରଥମ ପର୍ଯ୍ୟାୟରେ ୧୪ କିଲୋମିଟର ଦୀର୍ଘ ଅନୁଗୁଳ-ବଳରାମ ଲିଙ୍କ ରେଳ ଲାଇନ ନିର୍ମାଣ କରାଯାଉଛି । ଏହା ସମ୍ପୂର୍ଣ୍ଣ ହେଲେ ପ୍ରାୟ ୯୨ ନିୟୁତ ଟନ କୋଇଲା ପରିବହନ ସୁଗମ ହୋଇପାରିବ । ଏଥିସହ ଅନୁଗୁଳ-ବଳରାମ-ତାଳଚେର-ଅନୁଗୁଳ ରେଳ ଲିଙ୍କ ମଧ୍ୟ ସମ୍ପୂର୍ଣ୍ଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟରେ ଝାରସୁଗୁଡା-ବରପାଲି-ସରଡେଗା ରେଳ ଲିଙ୍କ କାର୍ଯ୍ୟ ହାତକୁ ନିଆଯଇଛି ଏବଂ ଏହା ଚଳିତ ଆର୍ଥିକ ବର୍ଷ ସମ୍ପୂର୍ଣ୍ଣ ହେବ । ଏହାଦ୍ୱାରା ବସୁନ୍ଧରା କୋଲଫିଲ୍ଡରୁ ବାର୍ଷିକ ୮୫ ନିୟୁତ ଟନ କୋଇଲା ଉତ୍ପାଦନ ଓ ପରିବହନ କରାଯାଇପାରିବ । ବର୍ତମାନ ଏହି କୋଲଫିଲ୍ଡରୁ ମାତ୍ର ୧୦ ନିୟୁତ ଟନ କୋଇଲା ଉତ୍ପାଦନ ହେଉଛି ।

ଶ୍ରୀ ଝା କହିଥିଲେ ଯେ, କୋଇଲା ବୋଝେଇ ଓ ପରିବହନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ନିମନ୍ତେ ସ୍ୱୟଂକ୍ରିୟ ସିଲୋ ବ୍ୟବସ୍ଥା କାର୍ଯ୍ୟ ଖୁବ୍ ଶୀଘ୍ର ସମାପ୍ତ ହେବ । ଏମସିଏଲର ସବୁ ଖଣି ଅଂଚଳରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ । ସେଥିମଧ୍ୟରେ ଭରତପୁର ଓପନ କାଷ୍ଟ ପ୍ରକଳ୍ପ ଅନ୍ୟତମ । କୋଲ ଇଣ୍ଡିଆ ୨୦୧୯-୨୦ ଆର୍ଥିକ ବର୍ଷ ସୁଦ୍ଧା ମୋଟ ୧୦୦ କୋଟି ଟନ କୋଇଲା ଉତ୍ପାଦନର ଲକ୍ଷ୍ୟ ରଖିଥିବା ବେଳେ ଏମସିଏଲ ଏହି ସମୟ ମଧ୍ୟରେ ୨୫୦ ନିୟତ ଟନ ଉତ୍ପାଦନ ଲକ୍ଷ୍ୟ ସ୍ଥିର କରିଛି । ସ୍ୱୟଂକ୍ରିୟ ସାମ୍ପଲର ଏବଂ ଡିଜିଟାଲ ଓଜନ ବ୍ୟବସ୍ଥା ସହିତ ସ୍ୱୟଂକ୍ରିୟ ସିଲୋ ପ୍ରଣାଳୀ କୋଇଲା ଉତ୍ପାଦନ ଓ ବୋଝେଇକୁ ବହୁ ଗୁଣିତ କରିପାରିବ ବୋଲି ଏମସିଏଲର ଅଧ୍ୟକ୍ଷ ସୂଚନା ଦେଇଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟତମ ନିଦେ୍ର୍ଦଶକ ଶ୍ରୀ ଅରୁଣ କୁମାର ତିୱାରୀ, ନିଦେ୍ର୍ଦଶକ ଶ୍ରୀ ଜେ.ପି.ସିଂହ, ନିଦେ୍ର୍ଦଶକ ଶ୍ରୀ କ୍ଷୀରୋଦ କୁମାର ପରିଡା, ନିଦେ୍ର୍ଦଶକ ଶ୍ରୀ ଲିଳା ନନ୍ଦ ମିଶ୍ର ମଧ୍ୟ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତର ଦେଇଥିଲେ ।

Share in top social networks!