Nalco, MCL, ଓ ପାରାଦ୍ୱୀପ ପୋର୍ଟ କର୍ତ୍ତୃପକ୍ଷଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିନନ୍ଦନ

dppଓଡ଼ିଶାରେ କାର୍ଯ୍ୟରତ ଭାରତ ସରକାରଙ୍କର ତିନୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍କୋ, ଏମ୍ସିଏଲ୍ ଏବଂ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ୨୦୧୫-୧୬ ଆର୍ଥ#କ ବର୍ଷରେ ସଫଳତାର ସହ କାର୍ଯ୍ୟ କରିଥ#ବାରୁ କେନ୍ଦ୍ର ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ତିନି ସଂସ୍ଥାର କର୍ମଚାରୀ ଓ କର୍ତ୍ତପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ୨୦୧୫-୧୬ ଆର୍ଥ#କ ବର୍ଷରେ ନାଲ୍କୋ ସର୍ବକାଳୀନ ରେକର୍ଡ଼ ୬୩,୪୦,୧୪୨ ଟନ୍ ବକ୍ସାଇଟ୍ ଉତ୍ପାଦନ କରିଛି । ଏହି ସମୟରେ ଏହି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ୧୯,୫୩,୦୦୦ ଟନ୍ ଆଲୁମିନା ଉତ୍ପାଦନ କରିଛି । ବିଶ୍ୱରେ ଆଲୁମିନିୟମ୍ ଶିଳ୍ପ ଅନ୍ତରାଷ୍ଟ୍ରୀୟ ବଜାରର ମାନ୍ଦାବସ୍ଥା କାରଣରୁ ସମସ୍ୟାରେ ଥ#ବାବେଳେ
ନାଲ୍କୋର ଏହି ସଫଳତା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ମହାନଦୀ କୋଲ୍ ଫିଲï ଲିମିଟେଡ୍ ୧୫-୧୬ ଆର୍ଥ#କ ବର୍ଷ ଶେଷ ସୁଦ୍ଧା ୧୩୭.୯୦ ଏମ୍ଟି କୋଇଲା ଉତ୍ପାଦନ କରିବାରେ ସଫଳ ହୋଇଛି ଯାହା ବିଗତ ଆର୍ଥ#କ ବର୍ଷ ତୁଳନାରେ ୧୩.୬୧ ପ୍ରତିଶତ ଅଧ#କ ଉତ୍ପାଦନ । ସେହିପରି ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ୨୦୧୫-୧୬ ଆର୍ଥ#କ ବର୍ଷରେ ସର୍ବକାଳୀନ ରେକର୍ଡ଼ ୭୬.୩୮ ଏମ୍ଏମ୍ଟି
ପଣ୍ୟ ପରିବହନ କରିଛି । ବିଗତ ତିନିବର୍ଷ ଧରି ପାରାଦ୍ୱୀପ ପୋର୍ଟ ଦେଶର ପ୍ରମୁଖ ପୋର୍ଟର ପଣ୍ୟ କାରବାରରେ ଦ୍ୱିତୀୟ ସ୍ଥାନ ହାସଲ କରିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିବା ସହ ଟ୍ରଷ୍ଟ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Share in top social networks!