ସାମାଜିକ ଦାୟିତ୍ୱବୋଧ ଏବଂ ପରିବେଶ ସୁରକ୍ଷା ପାଇଁ ନାଲ୍‌କୋକୁ ଇଣ୍ଡିଆ ପ୍ରାଇଡ୍‌ ପୁରସ୍କାର

nalcoprideଭାରତ ସରକାରଙ୍କ ଖଣି ମନ୍ତ୍ରାଳୟ ଅଧିନସ୍ଥ ନ୍ୟାସନାଲ୍‌ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)କୁ ୨୦୧୫-୧୬ ବର୍ଷ ପାଇଁ ସାମାଜିକ ଦାୟିତ୍ୱବୋଧ, ପରିବେଶ ସୁରକ୍ଷା ଏବଂ ସଂରକ୍ଷଣ ନିମନ୍ତେ ଦୈନିକ ଭାସ୍କର ପକ୍ଷରୁ ମର୍ଯ୍ୟାଦାଜନକ ଇଣ୍ଡିଆ ପ୍ରାଇଡ୍‌ ପୁରସ୍କାର ପ୍ରଦାନ କରାଯାଇଛି । ଗତ କାଲି ନୂଆଦିଲ୍ଲୀ ଠାରେ ଆୟୋଜିତ ଇଣ୍ଡିଆ ପ୍ରାଇଡ୍‌ ସମ୍ମାନ ସମାରୋହର ସପ୍ତମ ସଂସ୍କରଣ ଅବସରରେ ନାଲ୍‌କୋର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ, କେନ୍ଦ୍ର ଯୋଗାଯୋଗ ଏବଂ ସୂଚନାପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଶ୍ରୀ ରବି ଶଙ୍କର ପ୍ରସାଦଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ, କେନ୍ଦ୍ର ସହର ବିକାଶ, ଗୃହନିର୍ମାଣ ଏବଂ ସହରୀ ଦାରିଦ୍ର୍ୟ ଦୂରୀକରଣ ତଥା ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ଏମ୍‌. ଭେଙ୍କିଆ ନାଇଡୁ ଏବଂ କେନ୍ଦ୍ର କୃଷି ମନ୍ତ୍ରୀ ଶ୍ରୀ ରାଧାମୋହନ ସିଂ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶର ବିକାଶରେ ନିରନ୍ତର କାର୍ଯ୍ୟ କରୁଥିବା ଲୋକଉଦ୍ୟୋଗଗୁଡିକର ଉଦ୍ୟମକୁ ସ୍ୱୀକୃତି ପ୍ରଦାନ ଉଦେ୍ଦଶ୍ୟରେ ୨୦୦୯ ମସିହା ଠାରୁ ବିଭିନ୍ନ ବିଭାଗରେ ଇଣ୍ଡିଆ ପ୍ରାଇଡ୍‌ ପୁରସ୍କାର ପ୍ରଦାନ କରାଯାଉଛି ।

ପୁରସ୍କାର ଗ୍ରହଣ ଅବସରରେ ଡ. ତପନ କୁମାର ଚାନ୍ଦ କହିଲେ ଯେ କମ୍ପାନୀ ଅଧିନିୟମ, ୨୦୧୩ ଅନୁଯାୟୀ ନାଲ୍‌କୋ, କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧର ସମସ୍ତ ପ୍ରମୁଖ କ୍ଷେତ୍ରରେ କାର୍ଯ୍ୟ କରୁଛି । ସଂପ୍ରତି, କମ୍ପାନୀ, ହାର ସାମାଜିକ ଉତ୍ତରଦାୟିତ୍ୱକୁ ଅଧିକ ସମ୍ବେଦନଶୀଳ ଓ ପ୍ରଭାବଶାଳୀ ଭାବେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା ଜାରୀ ରଖିଛି ।
ଏକ ମୁଖ୍ୟ କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଭାବରେ, ନିକଟରେ ନାଲ୍‌କୋ ପକ୍ଷରୁ ଭାରତ ସରକାରଙ୍କ ବେଟି ବଚାଓ, ବେଟି ପଢାଓ କାର୍ଯ୍ୟକ୍ରମ ଅଧିନରେ ନାଲ୍‌କୋ କି ଲାଡ୍‌ଲି ଯୋଜନାର ଶୁଭାରମ୍ଭ କରାଯାଇଛି । ନାଲ୍‌କୋର ପ୍ରକଳ୍ପ ପାରିପାଶ୍ୱିର୍କ ଅଞ୍ଚଳରେ ବାସ କରୁଥିବା ବିପିଏଲ୍ ପରିବାରର ମେଧାବୀ ଛାତ୍ରୀମାନଙ୍କ ଶିକ୍ଷା ଲାଭ ପାଇଁ ପ୍ରୋସôାହିତ କରିବା ପାଇଁ ଏହି ଯୋଜନାଟି ଉଦ୍ଦିଷ୍ଟ । କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅନ୍ତର୍ଗତ ସ୍ୱଚ୍ଛ ବିଦ୍ୟାଳୟ ଅଭିଯାନ ଅଧିନରେ ନାଲ୍‌କୋ ପକ୍ଷରୁ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ୨୦୬ଟି ବିଦ୍ୟାଳୟରେ ୪୩୩ଟି ଶୌଚାଳୟ ପ୍ରତିଷ୍ଠା କରାଯାଇଛି ଏବଂ ଏଥି ପାଇଁ କମ୍ପାନୀ, କେନ୍ଦ୍ର ସରକାରଙ୍କ ମାନବସମ୍ବଳ ବିକାଶ ବିଭାଗ ପକ୍ଷରୁ ଉଚ୍ଚ ପ୍ରଶଂସିତ ମଧ୍ୟ ହୋଇଛି । ଆହୁରି ମଧ୍ୟ, ଖଣି ଉଦ୍ୟୋଗରେ ପ୍ରଥମ କମ୍ପାନୀ ଭାବେ ନାଲ୍‌କୋ ପକ୍ଷରୁ ଦକ୍ଷତା ବିକାଶ ନିମନ୍ତେ ନ୍ୟାସନାଲ୍‌ ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌ କର୍ପୋରେସନ୍‌ (ଏନ୍‌.ଏସ୍‌.ଡି.ସି.) ଏବଂ ନ୍ୟାସନାଲ୍‌ ସ୍କିଲ୍‌ ଡେଭେଲପ୍‌ମେଣ୍ଟ୍‌ ଫଣ୍ଡ୍‌ (ଏନ୍‌.ଏସ୍‌.ଡି.ଏଫ୍‌.) ସହ ଏକ ରାଜିନାମା ସ୍ୱାକ୍ଷର କରିଛି । ଏଥି ସହିତ, କମ୍ପାନୀ ଏହାର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସି.ଏସ୍‌.ଆର୍‌.) ବ୍ୟୟ ଅଟକଳର ୫ ପ୍ରତିଶତ ଏହି ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଦିଗରେ ବ୍ୟୟ କରିବ । ଏତଦ୍‌ବ୍ୟତୀତ, କମ୍ପାନୀ ପକ୍ଷରୁ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରାଳୟ ସହ ମିଳିତ ଭାବେ ପୂର୍ବ ଭାରତରେ ଦକ୍ଷତା ବିକାଶ ନିମନ୍ତେ ଏକ ସେଣ୍ଟର୍‌ ଅଫ୍‌ ଏକ୍ସିଲେନ୍ସ ପ୍ରତିଷ୍ଠା କରାଯିବାର ଯୋଜନା ମଧ୍ୟ ରହିଛି ।

ପରିବେଶ ସୁରକ୍ଷା କ୍ଷେତ୍ରରେ, ନାଲ୍‌କୋର ସମସ୍ତ ୟୁନିଟ୍‌ ପରିବେଶ ପରିଚାଳନା ପାଇଁ ଆଇ.ଏସ.ଓ. ୧୪୦୦୧ ମାନ୍ୟତାପ୍ରାପ୍ତ ହେବା ସହ ଶୂନ୍ୟ ପ୍ରଦୂଷକ ନିର୍ଗମନ ସୁନିଶ୍ଚିତ କରୁଛନ୍ତି । କମ୍ପାନୀ ପକ୍ଷରୁ, ଏହାର ପ୍ରକଳ୍ପର ପାରିପାଶ୍ୱିର୍କ ଅଞ୍ଚଳରେ ଏଯାବତ୍‌ ୭୮ ଲକ୍ଷରୁ ଉଦ୍ଧ୍ୱର୍ ବୃକ୍ଷ୍ୟରୋପଣ କରାଯାଇଛି ।

Share in top social networks!