ଜନସଂଘରୁ ବିଜେପି : ଦୀର୍ଘ ୬୫ ବର୍ଷର ଯାତ୍ରା

bjppଅଧ୍ୟାପକ : ପୂର୍ଣ୍ଣଚନ୍ଦ୍ର ମଲ୍ଲିକ
ଡଃ ଶ୍ୟାମାପ୍ରସାଦ ମୁଖାର୍ଜୀ ୧୯୫୧ ମସିହା ଅକ୍ଟୋବର ୨୧ରେ କଂଗ୍ରେସର ବିକଳ୍ପଭାବେ ଏକ ରାଷ୍ଟ୍ରବାଦୀ ରାଜନୈତିକ ଦଳ ଗଠନ ଉଦେ୍ଦଶ୍ୟରେ ଭାରତୀୟ ଜନସଂଘର ଗଠନ କରିଥିଲେ । ଗାନ୍ଧୀ-ନେହେରୁଙ୍କର ମୁସଲିମ୍ ତୁଷ୍ଟୀକରଣ ନୀତି, ଆମ୍ବେଦକରଙ୍କ ପ୍ରତିବାଦ ସତ୍ୱେ ଗୋପାଳ ଆୟାରଙ୍କ ସାହାଯ୍ୟ ନେଇ ସମ୍ବିଧାନରେ ଧାରା ୩୭୦-ର ପ୍ରବର୍ତ୍ତନ କରି ଜାମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ରତା ପ୍ରଦାନ, ନେହେରୁ ଓ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଲିଆକତ୍ ଅଲ୍ଲୀ ରାଜିନାମା ଏବଂ ରୁଷ ଅନୁସରଣରେ ଭାରତର ସମାଜବାଦୀ ଅର୍ଥନୀତିକୁ ବିରୋଧ କରିବା ସହିତ ହିନ୍ଦୁତ୍ୱର ପ୍ରତିଷ୍ଠା ଏକ ସାମାଜିକ ଆବଶ୍ୟକତା ରୁପେ ସେତେବେଳେ ଅନୁଭବ କରାଯାଉଥିଲା । ଏଥିପାଇଁ ସେ ମୁଖ୍ୟତଃ ଆର୍ଯ୍ୟ ସମାଜ ଓ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସହାୟତା ଲୋଡିଥିଲେ । ଶ୍ରୀ ମୁଖାର୍ଜୀ ନୂତନ ରାଜନୈତିକ ଦଳର ନାମ- ‘ଇଣ୍ଡିଆନ ପିପୁଲସ୍ ପାର୍ଟି’ ଭାବରେ ଘୋଷଣା କରିସାରିଥିଲେ ମଧ୍ୟ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମାଧବ ସଦାଶିବ ଗୋଲୱାଲେକର ବା ଗୁରୁଜୀଙ୍କ ପ୍ରସ୍ତାବ-କ୍ରମେ ଏହାର ନାମ ଭାରତୀୟ ଜନସଂଘ ରଖିଥିଲେ । ପ୍ରଜ୍ଜ୍ୱଳିତ ପ୍ରଦୀପ ଏହି ଦଳର ନିର୍ବାଚନ ଚିହ୍ନ ଥିଲା ଏବଂ ଏହାର ଗୈରିକ ରଙ୍ଗର ପତାକାରେ ମଧ୍ୟ ଏହି ଚିହ୍ନ ସ୍ଥାନ ପାଇଥିଲା । ଆରମ୍ଭରୁ ପଣ୍ଡିତ୍ ଦୀନଦୟାଲ ଉପାଧ୍ୟୟ, ନାନାଜୀ ଦେଶମୁଖ, ସୁନ୍ଦର ସିଂ ଭଣ୍ଡାରୀ, ଜଗଦୀଶ ପ୍ରସାଦ ମାଥୁର, ଅଟଳବିହାରୀ ବାଜପେୟୀ, ବଳରାଜ ମାଧୋକ, ପଣ୍ଡିତ ମୋ÷ଳିଚନ୍ଦ୍ର ଶର୍ମା ଓ ଭାଇ ମହାବୀର ପ୍ରମୁଖ ମୁଖାର୍ଜୀଙ୍କ ସହିତ ଜନସଂଘର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ତଥା ପଦାଧିକାରୀ ରୁପେ କାର୍ଯ୍ୟ କରିଥିଲେ । ପଣ୍ଡିତ ଦୀନଦୟାଲଙ୍କ ପ୍ରବର୍ତ୍ତିତ ଏକାତ୍ମ ମାନବଦର୍ଶନକୁ ଆନୁଷ୍ଠାନିକ ରୂପେ ଭାରତୀୟ ଜନସଂଘ ନିଜର ବୈଚାରିକ ସିଦ୍ଧାନ୍ତ ରୁପେ ଗ୍ରହଣ କରିଆସିଛି । ଜାମ୍ମୁକାଶ୍ମୀରରେ ଦ୍ୱୈତ ଶାସନକୁ ନେଇ ଶ୍ରୀ ମୁଖାର୍ଜୀ ‘ଦୋ ନିଶାନ, ଦୋ ପ୍ରଧାନ, ଦୋ ବିଧାନ ନହିଁ ଚଲେଙ୍ଗୋ ନହିଁ ଚଲେଙ୍ଗେ’ ସ୍ଲୋଗନ୍ ଦେଇଥିଲେ ଏବଂ ବିନା ପରମିଟ୍ରେ ଜାମ୍ମୁ-କାଶ୍ମରୀ ସୀମାରେ ପ୍ରବେଶ କରିଥିବାରୁ ତାଙ୍କୁ ବନ୍ଦୀ କରାଯାଇଥିଲ । ବନ୍ଦୀ ଅବସ୍ଥାରେ ଜାମ୍ମୁ-କାଶ୍ମୀରରେ ୧୯୫୩ ମସିହା ଜୁନ୍ ୨୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଗଲା । ତାଙ୍କ ମୃତ୍ୟୁକୁ ଏକ ରାଜନୈତିକ ଷଡଯନ୍ତ୍ର ବୋଲି ସେତେବେଳେ ଦେଶ ସାରା ପ୍ରତିବାଦର ସ୍ୱର ଉଠିଥିଲା । ତକôାଳୀନ ବଙ୍ଗଳାର ମୁଖ୍ୟମନ୍ତ୍ରୀ ବିଧାନଚନ୍ଦ୍ରଙ୍କର ରାୟ ଏବଂ ଡଃ ମୁଖାର୍ଜୀଙ୍କ ମାତା ଯୋଗମାୟା ଦେବୀଙ୍କ ଅନୁରୋଧ ସତ୍ତ୍ୱେ ମଧ୍ୟ ପଣ୍ଡିତ ନେହେରୁ ତାଙ୍କ ମୃତ୍ୟୁର ତଦନ୍ତ କରିନଥିଲେ । ୧୯୫୧-୭୭, ୨୬ ବର୍ଷ ଭିତରେ ୧୪ ଜଣ ନେତା ଜନସଂଘର ସଭାପତି ହୋଇଥିଲେ । ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ୧୯୭୬-୬୮, ଶ୍ରୀ ଅଟଳ ବିହାରୀ ବାଜପେୟୀ ୧୯୬୮-୭୨ ଏବଂ ଶ୍ରୀ ଲାଲକୃଷ୍ଣ ଆଡୱାନୀ ୭୩-୭୭ ଜନସଂଘର ସଭାପତି ହୋଇଥିଲେ ।
ଏକ ରାଜନୈତିକ ଦଳ ଭାବେ ଭାରତୀୟ ଜନସଂଘ ପ୍ରଥମ କରି ୧୯୫୧-୫୨ ମସିହାରେ ଲୋକସଭା ନିର୍ବାଚନରେ ଭାଗ ନେଇଥିଲା ଏବଂ ଶ୍ରୀ ମୁଖାର୍ଜୀଙ୍କ ସମେତ ୩ ଜଣ, ୧୯୫୭ରେ ଅଟଳବିହରୀ ବାଜପେୟୀଙ୍କ ସମେତ ୪ ଜଣ, ୧୯୬୨ ରେ ୧୪ ଜଣ, ୧୯୭୬ ରେ ୩୫ ଜଣ, ଓ ୧୯୭୧ରେ ୨୨ ଜଣ ସଂସଦ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।
୧୯୭୫ରେ ଶ୍ରୀମତୀ ଗାନ୍ଧୀଙ୍କ ନିର୍ବାଚନ ଆହ୍ଲାବାଦ ହାଇକୋର୍ଟ ଦ୍ୱାରା ଅସିଦ୍ଧ ଘୋଷିତ ହେବାରୁ ସେ ଦେଶରେ ଜରୁରୀ କାଳୀନ ପରିସ୍ଥିତି ଜାରି କଲେ । ଏହି ସମୟରେ ଭାରତୀୟ ଜନସଂଘ ଏହାର ପ୍ରବଳ ବିରୋଧ କରିଥିଲା । ଦଳର ପ୍ରମୁଖ ନେତା ଓ କାର୍ଯ୍ୟକର୍ତ୍ତାମାନେ କାରାବରଣ କରିଥିଲେ । ନିର୍ବାଚନରେ ଜିତିବା ପାଇଁ ଇନ୍ଦିରା ଗାନ୍ଧୀଙ୍କର ଅପରାଧିକ କ୍ରିୟାକଳାପ ଓ ଦୁର୍ନୀତି, ନିଜ ଇଛାରେ ସର୍ବୋଚ୍ଚ ନ୍ୟାୟାଳୟରେ ବରିଷ୍ଠତାକୁ ଉପେକ୍ଷା କରି ନ୍ୟାୟାଧୀଶ ନିଯୁକ୍ତି, ଜନସଂଖ୍ୟା ନିୟତ୍ରଣ ନାମରେ ବଳ ପୂର୍ବକ କୁମାରୀଙ୍କ ଠାରୁ ଆରମ୍ଭ କରି ଅଶୀତି ପର ବୃଦ୍ଧଙ୍କର ବନ୍ଧ୍ୟାକରଣ ଅସ୍ତ୍ରୋପଚାର ସହରାଞ୍ଚଳ ସୋ÷ନ୍ଦର୍ଯୀକରଣ ନାମରେ ବସ୍ତି ଉଚ୍ଛେଦ ତଥା ପୋଲିସର ମାତ୍ରାଧିକ ଅତ୍ୟାଚାର ଓ ଗୁଳିକାଣ୍ଡ, ସର୍ବୋପରି ଗଣତନ୍ତ୍ରର ଓ ସମ୍ବିଧାନର ସୁରକ୍ଷା ନିମନ୍ତେ ଶ୍ରୀମତୀ ଗାନ୍ଧୀଙ୍କୁ କ୍ଷମତାଚ୍ୟୁତ କରିବା ପାଇଁ ଏକ ରାଜନୈତିକ ବିକଳ୍ପ ରୁପେ ସବୁ ରାଜନୈତିକ ଦଳମାନଙ୍କୁ ଏକତ୍ରକରି ବିକଳ୍ପ ମଂଚ ଗଠନ ପାଇଁ ଜୟପ୍ରକାଶ ନାରାୟଣ ଉଦ୍ୟମ ଆରମ୍ଭ କରିଥିଲେ । ଏହାର ଫଳଶୃତି ସ୍ୱରୂପ ଭାରତୀୟ ଜନସଂଘ ସଂଗଠନ କଂଗ୍ରେସ, ଭାରତୀୟ ଲୋକଦଳ, ସ୍ୱତନ୍ତ୍ର ପାର୍ଟି, ଭାରତୀୟ ସମାଜବାଦୀ ପାର୍ଟି ପ୍ରଭୃତି ମିଶ୍ରଣରେ ଜନତା ପାର୍ଟିର ଗଠନ କରାଗଲା ଏବଂ ରାମକୃଷ୍ଣ ହେଗେଡେ ଏହାର ଅଧ୍ୟକ୍ଷ ହୋଇଥିଲେ । ୧୯୭୭ ନିର୍ବାଚନରେ ଜନତା ପାର୍ଟି ୨୭୧ ଟି ଆସନ ଜିତି ସରକାର ଗଢିଥିଲା ଏବଂ ମୋରାଜୀ ଦେଶାଇ ଏହାର ପ୍ରଧାନମନ୍ତ୍ରୀ ହୋଇଥିଲେ । ଅକାଳୀ ଦଳ, ଗଣତାନ୍ତ୍ରିକ କଂଗ୍ରେସ ଓ ଅନ୍ୟ କେତେକ କଂଗ୍ରେସକୁ ବିରୋଧ କରୁଥିବା ଦଳମାନେ ମଧ୍ୟ ଏହି ସରକାରକୁ ସମର୍ଥନ ଜଣାଇଥିଲେ । ମୋରାଜୀଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ବତନ ଭାରତୀୟ ଜନସଂଘର ନେତା ଅଟଳବିହାରୀ ବାଜପେୟୀ, ବୈଦଶେିକ ବ୍ୟାପାର ମନ୍ତ୍ରୀ ହୋଇଥିବାବେଳେ ଲାଲକୃଷ୍ଣ ଆଡୱାନୀ ସୂଚନା ଓ ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର, ମନ୍ତ୍ରୀ ପଦରେ କାର୍ଯ୍ୟ କରିଥିଲେ ।
ଏହି ସମୟରେ ବାଜପେୟୀଙ୍କ ଉଦ୍ୟମରେ ୧୯୬୨ ଭାରତ-ଚୀନ ଯୁଦ୍ଧ ପରେ ପୁଣିଥରେ ଚୀନ ସହିତ ସୀମାନ୍ତରେ ସୀମା ରେଖାକୁ ନେଇ ଉତ୍ତେଜନା ହ୍ରାସ ପାଇଁ ନିୟମିତ ଦ୍ୱିପାକ୍ଷିକ ଆଲୋଚନା ଉଭୟ ଦେଶ ଭିତରେ ବାଣିଜି୍ୟକ ସମ୍ପର୍କ ପ୍ରତିଷ୍ଠା ପାଇଁ ଉଲ୍ଲେଖନୀୟ ପଦକ୍ଷେପ ନିଆଯାଇଥିଲା । ୧୯୭୮ରେ ଜିମି କାଟର ପ୍ରଥମ ଆମେରିକା ରାଷ୍ଟ୍ରପତି ରୁପେ ଭାରତ ଗସ୍ତରେ ଆସିଥିଲେ । ଭାରତ ପ୍ରଥମ କରି ଋଷ ପ୍ରତି ନଢଳି ଏକ ନିଷ୍ପକ୍ଷ ନିରପେକ୍ଷ ରାଷ୍ଟ୍ରରୂପେ ନିଜକୁ ପ୍ରତିଷ୍ଠା କରିଥିଲା । ମିଳିତ ଜାତି ସଂଘରେ ଶ୍ରୀ ବାଜପେୟୀ ପ୍ରଥମ କରି ହିନ୍ଦୀରେ ଭାଷଣ ଦେବା ସହିତ ଭାରତର ପରମାଣୁ କାର୍ଯ୍ୟକ୍ରମର ସୁରକ୍ଷା ତଥା ପରମାଣବିକ ଅସ୍ତ୍ର ନିର୍ମାଣ ନକରିବା ଚୁକ୍ତିରେ ହସ୍ତାକ୍ଷର କରିବା ପାଇଁ ସ୍ପଷ୍ଟ ମନାକରିଦେଇଥିଲେ । ସରକାରଙ୍କର ବିଭିନ୍ନ କ୍ଷେତ୍ରରେ ସଫଳତା ସତ୍ତ୍ୱେ କ୍ଷମତା ପାଇଁ ପାରସ୍ପରିକ ପ୍ରତିଦ୍ୱନ୍ଦିତା ଯୋଗୁଁ ମୋରାଜୀ ଦେଶାଇଙ୍କ ମନ୍ତ୍ରୀମଣ୍ଡଳର ପତନ ଘଟିଲା । ୧୯୭୯ ଜୁନ୍ ରେ ଶ୍ରୀ ଚରଣ ସିଂ ପ୍ରଧାନମନ୍ତ୍ରୀ ହେଲେ ।
ଭାରତୀୟ ଜନସଂଘର ଜନତା ପାର୍ଟିରେ ବିଲୟ ହୋଇଥିଲେ ମଧ୍ୟ ଏହାର ଦଳର ନେତାମାନେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଠାରୁ ସମ୍ପର୍କ ବିଚ୍ଛିନ୍ନ କରିନଥିଲେ । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଏକ ରାଜନୈତିକ ଦଳନ ହୋଇଥିଲେ ମଧ୍ୟ ତଥା କଥିତ ସମାଜବାଦୀ ନେତାମାନେ ଏମାନଙ୍କର ସଂଘ ସଦସ୍ୟତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଯାହାର ପରିଣତି ସ୍ୱରୂପ ଜନତା ପାର୍ଟିରୁ ଏମାନେ ସମ୍ପର୍କ ବିଚ୍ଛିନ୍ନ କରି ୧୯୮୦ ଏପ୍ରିଲ ୬ ତାରିଖରେ ଭାରତୀୟ ଜନସଂଘକୁ ଭାରତୀୟ ଜନତା ପାର୍ଟି ନାମରେ ପୁନଜ୍ଜୀବିତ କରାଇଥିଲେ ଓ ଅଟଳ ବିହାରୀ ବାଜପେୟୀଙ୍କ ରାଷ୍ଟ୍ରୀୟ ଅଧ୍ୟକ୍ଷତ ହୋଇଥିଲେ ବିଜେପି ଦଳକୁ ଦୀନଦୟାଲଙ୍କ ଏକାତ୍ମ ମାନବବାଦକୁ ନିଜର ବୈଚାରିକ ସିଦ୍ଧାନ୍ତ ରୂପେ ଗ୍ରହଣ କରିବା ସହିତ ପଂଚ ନିଷ୍ଠା ଯଥା ରାଷ୍ଟ୍ରୀୟତା ରାଷ୍ଟ୍ରୀୟ ଏକାତ୍ମତା, ଗଣତନ୍ତ୍ର, ସମାଜିକ, ଆର୍ଥିକ ସମସ୍ୟାପ୍ରତି ଗାନ୍ଧୀବାଦୀ ଦୃଷ୍ଟିକୋଣ ଆଧାରରେ ସମତା ଯୁକ୍ତ ଓ ଶୋଷଣ ଯୁକ୍ତ ସମାଜର ସ୍ଥାପନା, ସକାରତ୍ମକ ଧର୍ମନିରପେକ୍ଷତା ଅର୍ଥାତ ସର୍ବଧର୍ମ ସମଭାବ ଓ ମୂଲ୍ୟବୋଧ ରାଜନୀତିକୁ ନିଜର ଆଦର୍ଶରୂପେ ଗ୍ରହଣ କରିଛି ।
ଭାରତୀୟ ଜନତା ପାର୍ଟି ଲୋକସଭା ନିର୍ବଚନରେ ୧୯୮୪ରେ ୨ ୧୯୮୯ ରେ ୮୫ ୯୧ରେ ୧୨୦ ୯୬ରେ ୧୬୧ ୯୮ରେ ୧୮୨ ୯୯ରେ ୧୮୨ ୨୦୦୪ରେ ୧୩୮ ୨୦୦୯ରେ ୧୧୬ ୨୦୧୪ରେ ୨୮୨ ଟି ଆସନ ଜିତି ପାରିଛି ।ଏନଡିଏ ସହିତ ମିଳି ବିଜେପି ୩୪୫ ଆସନରେ ବିଜୟୀ ହେବା ସହିତ ଶ୍ରୀ ନରେନ୍ଦ୍ର ମୋଦି ନେତୃତ୍ୱରେ ଦେଶରେ ସରକାର ଗଢିପାରିଛି । ବର୍ତ୍ତମାନ ସୁଦ୍ଧା ଏହି ଦଳ ଏକାକୀ ରାଜସ୍ଥାନ,ଗୁଜୁରାଟ୍. ହରିଆନା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ଓ ଗୋଆକୁ ନେଇ ୭ ଟି ରାଜ୍ୟରେ ସରକାର ଗଢି ଶାସନ କରୁଥିବା ବେଳେ ଏନଡିଏ ବା ଅନ୍ୟ ଅଂଶୀଦାର ଦଳକୁ ନେଇ ମହାରାଷ୍ଟ୍ର, ପଂଜାବ, ଆନ୍ଧ୍ରପ୍ରଦେଶ, ନ୍ୟାଗାଲ୍ୟାଣ୍ଡ, ଜାମ୍ମୁ-କାଶ୍ମୀର, ପଣ୍ଡିଚେରୀ ଓ ଅରୁଣାଚଳ ପ୍ରଦେଶ ପ୍ରଭୃତି ୭ଟି ରାଜ୍ୟରେ ସରକାର ଗଢିଛି । ସମଗ୍ର ଦେଶରେ ବିଜେପିର ସବୁଠାରୁ ଅଧିକ ସଂଖ୍ୟାରେ ୨୮୨ ସାଂସଦ ଏବଂ ୧୦୦୦ରୁ ଉଦ୍ଧ୍ୱର୍ ବିଧାୟକ ଅଛନ୍ତି । ଏହି ଦଳ ୧୨ କୋଟିରୁ ଉଦ୍ଧ୍ୱର୍ ସଦସ୍ୟ ସଂଗ୍ରହକରି ପୃଥିବୀର ସର୍ବ ବୃହତ୍ତ୍ମ ରାଜନୈତିକ ଦଳ ଭାବେ ନିଜକୁ ପ୍ରତିଷ୍ଠା କରିପାରିଛି । ସବୁଠାରୁ ବଡ କଥା ହେଲା ସ୍ୱଳ୍ପ ବାମପନ୍ଥୀ ଦଳକୁ ଛାଡିଦେଲେ ଭାରତରେ ଅଧିକାଂଶ ରାଜନୈତିକ ଦଳ କଂଗ୍ରେସ ପରି ପାରିବାରିକ ପାର୍ଟି ହୋଇଯାଉଥିବା ବେଳେ ବିଜେପି ଏକମାତ୍ର ଗଣତାନ୍ତ୍ରିକ ଦଳ ଯାହାର ୧୯୮୦ ରୁ ଏପର୍ଯ୍ୟନ୍ତ ୩୬ ବର୍ଷରେ ୧୦ ଜଣ ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଛନ୍ତି ।
୧୯୯୬ରେ ଅଟଳଜୀ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ୧୯୯୮ରେ ଭାଜପା ୧୮୨ ଆସନ ସହିତ ୨୪ ଟି ଦଳକୁ ନେଇ ଗଠିତ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାକୁ ଆସିଲା ଏବଂ ଅଟଳଜୀ ୧୩ ମାସ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ପୁନଶ୍ଚ ୧୯୯୬ରେ ସଂଖ୍ୟାଗରିଷ୍ଠ ସହ ଜାତୀୟ ଗଣତାନ୍ତ୍ରିକ ସାମ୍ମୁଖ୍ୟ କ୍ଷମତାକୁ ଫେରିଲା ଓ ଅଟଳଜୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ । ୨୦୦୪ ମେ ୧୯ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ପଦବୀରେ ଥିଲେ ୧୯୯୮ ମେ ମାସରେ ପୋଖରାନ୍-୨ ମାଧ୍ୟମରେ ଭୂତଳରେ ଏକ ସମୟରେ ୫ ଟି ପରମାଣୁ ପରୀକ୍ଷଣ କରାଇଥିଲେ । ଅଟଳଜୀଙ୍କ ନୀତି ଥିଲା ଶକ୍ତି ସେ ଶାନ୍ତି । ଶକ୍ତିବଳରେ ହିଁ ଶାନ୍ତି ପ୍ରତିଷ୍ଠା କରାଯାଇପରିବ ବୋଲି ସେ ବିଶ୍ୱାସ କରୁଥିଲେ । ବାଜପେୟୀଙ୍କୁ ରାଷ୍ଟ୍ର ପୁରୁଷ କୁହାଯାଏ । ଜାତୀୟ ରାଜପଥର ବିକାଶ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ସର୍ବଶିକ୍ଷା ଅଭିଯାନ, ଅନ୍ତୋଦୟ ଅନ୍ନ ଯୋଜନା ପ୍ରଭୃତି ତାଙ୍କର ଅବିସ୍ମରଣୀୟ କାର୍ଯ୍ୟ । ସମ୍ବିଧାନ ସଂଶୋଧନ କରି ୨୦୦୨ରେ କିଶୋର ମାନଙ୍କ ପାଇଁ ଶିକ୍ଷା ଲାଭ କରିବାକୁ ସେ ଏକ ମୋ÷ଳିକ ଅଧିକାରର ମାନ୍ୟତା ଦେଇଥିଲେ । ପ୍ରଥମକରି ସେ ଦୁଇ ଟଙ୍କାରେ ଚାଉଳ, ତିନି ଟଙ୍କାରେ ଗହମ, ଓ ଗରୀବ ପରିବାକୁ ୩୫ କେ.ଜି କରି ଖାଦ୍ୟ ଶସ୍ୟ ଯୋଗାଇବାର ବ୍ୟବସ୍ଥା କରିଥିଲେ । ତାଙ୍କ ସମୟରେ ବିଲ କ୍ଲିନଣ୍ଟ ଭାରତ ଆସି ଷ୍ଟ୍ରେଟେଜିକ୍ ଭିଜନ୍ ଡକ୍ୟୁମେଣ୍ଟ ରେ ଉଭୟ ରାଷ୍ଟ୍ରନେତା ସ୍ୱାକ୍ଷର କରିବା ଭାରତ ପାଇଁ ଏକ ବଡ ସଫଳତା । ପାକିସ୍ଥାନକୁ ବସ୍ ଯାତ୍ରାକରି ଅଟଳଜୀ ପ୍ରଥମକରି ୧୨୯୪୭ ପରେ ପାକିସ୍ଥାନ ସହିତ ରାଜପଥରେ ଯୋଗଯୋଗ ପ୍ରତିଷ୍ଠା କରିବା ସହିତ ଦ୍ୱିପାକ୍ଷିକ ବୁଝାମଣାକୁ ତ୍ୱରାନ୍ୱିତ କରିଥିଲେ । ଲାହୋର ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । କିନ୍ତୁ ପାକିସ୍ଥାନ କାରଗିଲ କ୍ଷେତ୍ରରେ ଯୁଦ୍ଧ ଘୋଷଣା କରି ଶାନ୍ତି ପ୍ରତିଷ୍ଠା ଉଦ୍ୟମକୁ ଭଣ୍ଡୁର କରିଛି । ଅପରେସନ୍ ବିଜୟ ମାଧ୍ୟମରେ ପାକିସ୍ଥାନ ଅନୁପ୍ରବେଶ କରିଥିବା କ୍ଷେତ୍ରକୁ ପୁଣି ମୁକ୍ତ କରାଯାଇ ପାରିଛି । ତାଙ୍କ ଉଦ୍ୟମରେ ଆତଙ୍କବାଦ ନିୟନ୍ତ୍ରଣ ପାଇଁ ବୈଷୟିକ ଜ୍ଞାନ କୋ÷ଶଳ ଲାଭ କରିବା କ୍ଷେତ୍ରରେ ଏସ୍ରାଇଲର ସହଯୋଗ ପାଇବା ପାଇଁ ଭାରତ ସମର୍ଥ ହୋଇଛି । ସେହିଭଳି ୨୦୧୪ ରେ ଲୋକସଭାରେ ପ୍ରଥମ ଅଣକଂଗ୍ରେସ ଦଳଭାବେ ସବୁଠାରୁ ବେଶୀ ଆସନ ଜିତି ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଜେପି କେନ୍ଦ୍ରରେ ସରକାର ଗଢିଛି । ଆରମ୍ଭରୁ ଶ୍ରୀ ମୋଦି ନିଜକୁ ପ୍ରଧାନମନ୍ତ୍ରୀ ନୁହନ୍ତି ପ୍ରଧାନ ସେବକ ବୋଲି ଘୋଷଣା କରିଛନ୍ତି ଓ ତାଙ୍କ ସରକାର ଗରିବ ମାନଙ୍କ ପାଇଁ ସମର୍ପିତ ସରକାର ବୋଲି କହିଛନ୍ତି । ଭାରତର ସର୍ବାଙ୍ଗିନ ଉନ୍ନତି କରିବାକୁ ପ୍ରତିଶୃତି ବଦ୍ଧ ମୋଦି ପୂର୍ବତ୍ତୋର ରାଜ୍ୟମାନଙ୍କୁ ମୁଖ୍ୟଧାରାରେ ଯୋଡିବା, ବ୍ରାଣ୍ଡ ଇଣ୍ଡିଆ ତିଆରି କରିବା, ସାର୍କ ଏବଂ କ୍ଷେତ୍ରୀୟ ସଂଗଠନକୁ ଶକ୍ତିଶାଳୀ କରିବା ବିକାଶକୁ ଜନ ଆନେ୍ଦାଳନରେ ପରିଣତ କରିବା, ସ୍ୱଚ୍ଛ ଭାରତ ଆଭିଯାନ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୧୪ କୋଟି ନୂତନ ଖାତା ଖୋଲିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା (୩୩୦ ଟଙ୍କା ବର୍ଷକୁ ଦେୟ ) ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ( ୧୨ ଟଙ୍କା ବର୍ଷକୁ ଦେୟ ) ଅଟଳ ପେନ୍ସନ ଯୋଜନା (ମାସିକ ୫୦୦୦ ପର୍ଯ୍ୟନ୍ତ ପେନ୍ସନର ବ୍ୟବସ୍ଥା ) ବେଟି ବଚାଓ , ବେଟି ପଢାଓ ଅଭିଯାନ କନ୍ୟା ସମୃଦ୍ଧି ପାଇଁ ସୁକନ୍ୟା ଯୋଜନା ଦୀନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନା ନିର୍ଣ୍ଣୟ ନେବାର ସକ୍ଷମ ସରକାର ମଣିପୁର ଆକ୍ରମଣର ଶୀଘ୍ର କାର୍ଯ୍ୟାନୁଷ୍ଠାନ, ୟେମନ୍ ଓ ନେପାଳରେ ରିଲିଫ୍ କାର୍ଯ୍ୟରେ ମିଳିଥିବା ସଫଳତା ଉଚ୍ଚ ବିଚାର / ନୂତନ ଚିନ୍ତା : ସ୍ମାର୍ଟ ସିଟି, ଅମ୍ରିତ ଯୋଜନା, ମୁଦ୍ରା ବ୍ୟାଙ୍କ୍ , ମେକ୍ ଇନ୍ ଇଣ୍ଡିଆ, ଏବଂ ସ୍କିଲ ଇଣ୍ଡିଆ, ବୁଲେଟ୍ ଟ୍ରେନ୍, ଆର୍ନ୍ତଜାତିକ ଯୋଗ ଦିବସ । ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ଷ୍ଟାଟ ଅଫ ଇଣ୍ଡିଆ, ଷ୍ଟାଣ୍ଡ ଅଫ ଇଣ୍ଡିଆ, ପ୍ରଭୃତି ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଭାରତକୁ ଶ୍ରେଷ୍ଠ ଭାରତରେ ପରିଣତ କରିବା ଉଦ୍ୟମ ଜାରି ରଖିଛନ୍ତି । ବିଜେପି ଏବେ ଭାରତର ରାଜନୀତି କ୍ଷେତ୍ରରେ ଏକ ପରିବର୍ତ୍ତନ ର ପ୍ରତୀକ ରୁପେ ପ୍ରତିଷ୍ଠା ଲାଭ କରିଛି ।

Share in top social networks!