ରାଜ୍ୟସ୍ତରୀୟ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଉଦ୍ୟାପନୀ ସନ୍ଧ୍ୟା

utkalmandapରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ୬ଷ୍ଠ ରାଜ୍ୟସ୍ତରୀୟ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ-୨୦୧୬ର ଉଦ୍ୟାପନୀ ସନ୍ଧ୍ୟା ଆକର୍ଷଣୀୟ ଓ ଚିତ୍ତାକର୍ଷକ ଥିଲା । ଉକ୍ରଳ ମଣ୍ଡପଠାରେ ଆୟୋଜିତ ତିନିଦିନ ବ୍ୟାପୀ ଏହି ସାଂସ୍କୃତିକ ମହୋତ୍ସବର ସନ୍ଧ୍ୟାକୁ ଅତିଥିମାନେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରତ୍ୟେକ ଦିନ ପରି ଶେଷ ସନ୍ଧ୍ୟାରେ ସମସ୍ତ ଦଳକୁ ୧୫ରୁ ୨୦ମିନିଟ୍ ଲେଖାଏଁ ଧରି ନିଜ ନିଜ ଅଞ୍ଚଳର କଳାକୁ ପରିବେଷଣ କରି ଦର୍ଶକଙ୍କ ମନ ମୋହିବାରେ ସକ୍ଷମ ହୋଇଥିଲେ । ସନ୍ଧ୍ୟାରେ ବଲାଙ୍ଗିରର ଘୁମୁରା ନାଚ, ସୁବର୍ଣ୍ଣପୁରର ସମ୍ବଲପୁରୀ ଲୋକନୃତ୍ୟ, କୋରାପୁଟର ଢ଼େମସା ନୃତ୍ୟ, ମାଲକାନାଗିରିର ବଣ୍ଡା ନୃତ୍ୟ, ବାଲେଶ୍ୱରର ଚଢ଼େୟା ଚଢ଼େୟାଣୀ, କେନ୍ଦ୍ରାପଡ଼ାର ସଖୀ କଣ୍ଢେଇ, ଦେଓଗଡ଼ର କର୍ମା ନୃତ୍ୟ, ନୂଆପଡ଼ାର ଗଣବାଜା, ଢ଼େଙ୍କାନାଳର ସଂକୀର୍ତ୍ତନ ମଣ୍ଡଳି ଓ ଝାରସୁଗୁଡ଼ାର ରସରକେଲି ନୃତ୍ୟ ପରିବେଷିତ ହୋଇଥିଲା ।
ଏହି ସନ୍ଧ୍ୟାରେ ଅତିଥି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ସଭାରେ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ବିଭାଗୀୟ ନିଦେ୍ର୍ଦଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ସଂସ୍କୃତି ବିଭାଗ ଉପନିଦେ୍ର୍ଦଶକ ସଂଘମିତ୍ରା ଶତପଥୀ, ଦେବାନନ୍ଦ ବରିହା, ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସନ୍ଧ୍ୟାରେ ନୃତ୍ୟ, ଗୀତ ପରିବେଷଣ କରିଥିବା ୧୦ଟି ଦଳର ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗ ତରଫରୁ ଅତିଥିଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଡ. ମୃତୁ୍ୟଞ୍ଜୟ ରଥ ଓ ସ୍ନେହଲତା ପୃଷ୍ଟି । ପ୍ରାରମ୍ଭରେ ‘ଶ୍ରୀକଳା କଲଚାରଲ ଏକାଡେମୀ’ ଭୁବନେଶ୍ୱର ପକ୍ଷରୁ ଜିତେନ୍ଦ୍ର ଓ ମନୋରଞ୍ଜନଙ୍କ ବାଦ୍ୟ ସଂଯୋଜନାରେ ସ୍ୱାଗତ ସଙ୍ଗୀତ ‘ସର୍ବେଂସା ଜନନୀ’ ପରିବେଷିତ ହୋଇଥିଲା ।

Share in top social networks!