ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାଜ୍ୟସ୍ତରୀୟ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

deviରାଜ୍ୟର ପ୍ରତ୍ୟେକ ବ୍ଲକ୍ ସଦର ମହକୁମା ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ବ୍ଲକ୍ ପିଛା ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ(ମଡେଲ୍ ସ୍କୁଲ) ସ୍ଥାପନ କରିବା ଉଦ୍ଦେଶ୍ୟରେ ନିଷ୍ପତ୍ତି ହୋଇଥ#ଲାା ପ୍ରଥମ ପର୍ଯ୍ୟାୟରେ ୧୦୦ଟି ଶିକ୍ଷାଗତ ଅନଗ୍ରସର ବ୍ଲକ୍ରେ ଏହା ଆରମ୍ଭ କରାଯାଇ ପରବର୍ତ୍ତୀ ସମୟରେ ଏହା ରାଜ୍ୟର ସମସ୍ତ ବ୍ଲକ୍କୁ ସଂପ୍ରସାରିତ କରାଯିବା
ପ୍ରତ୍ୟେକ ବ୍ଲକ୍ରେ ଗୋଟିଏ ଲେଖାଏଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ଓଡ଼ିଶା ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପା ଉକ୍ତ ବିଦ୍ୟାଳୟର ଭିତ୍ତିଭ&ୂମି, ଛାତ୍ର-ଶିକ୍ଷକ ଅନୁପାତ, କମ୍ପୁ୍ୟଟର ପାଠ୍ୟକ୍ରମ, ପାଠ୍ୟଖସଡା ସମତେ ଶୈକ୍ଷିକ ବାତାବରଣ କେନ୍ଦ୍ରୀୟ ବିଦ୍ୟାଳୟ ଢାଞ୍ଚାରେ କରାଯାଇଛିା ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୧୪ଟି ଜିଲ୍ଲାର ୧୦୦ଟି ବ୍ଲକ୍ରେ ୧୦୦ଟି ଆଦର୍ଶ ବିଦ୍ୟାଳୟର ରାଜ୍ୟସ୍ତରୀୟ ଶୁଭାରମ୍ଭ ଆସନ୍ତା ୫ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ହିଞ୍ଜିଳିକାଟୁରେ ସକାଳ ୧୦ଟାରେ ଅନୁଷ୍ଠିତ ହେବ ଏବଂ ଅନ୍ୟାନ୍ୟ ମନ୍ତ୍ରୀ, ବିଧାୟକ, ସାଂସଦ, ଯୋଜନାବୋର୍ଡ ଅଧ୍ୟକ୍ଷ ତଥା ଜନପ୍ରତିନିଧ#ଙ୍କ ଉପସ୍ଥିତିରେ ୫ ଓ ୬ ତାରିଖ ରାଜ୍ୟର ବାକି ସ୍ଥାନମାନଙ୍କରେ ଶୁଭାରମ୍ଭ ହେଉଛିା
ଓଡ଼ିଶାର ପୁରପଲ୍ଲୀର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରତ୍ୟେକ ବ୍ଲକ୍ରେ ଗୋଟିଏ ଗୁଣାତ୍ମକ ମାଧ୍ୟମ ଆଦର୍ଶ ବିଦ୍ୟାଳୟ ଉପଲବ୍ଧ କରାଇବା ଏହି ବ୍ୟବସ୍ଥାର ମୂଳ ଲକ୍ଷ୍ୟା ଏହି ଆଦର୍ଶ ବିଦ୍ୟାଳୟରେ ଉନ୍ନତ ଭିତ୍ତିଭୂମି ସହ ସର୍ବଗ୍ରହଣୀୟ ଆକର୍ଷଣୀୟ ଶୈକ୍ଷିକ ବାତାବରଣ ପ୍ରତିଷ୍ଠା କରାଯାଇଛିା ୨୫ ହଜାର ବର୍ଗ ଫୁଟି ବିଶିଷ୍ଟ ପ୍ରତି ବିଦ୍ୟାଳୟରେ ୧୮ଟି ଶ୍ରେଣୀଗୃହ ସହ ଅନ୍ୟାନ୍ୟ ଆବଶ୍ୟକତାକୁ ଦୃଷ୍ଟିରେ ରଖ# ତଳ ମହଲାରେ ୩୨ ଓ ଉପର ମହଲାରେ ୩୨ଟି ଲେଖାଏଁ ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛିା ଏହି ବିଦ୍ୟାଳୟରେ ବହୁମୁଖୀ କକ୍ଷ ସହିତ ଗଣିତ ଲାବୋରେଟୋରୀ, କଳା ଓ ସଂଗୀତ ଶିକ୍ଷା ପ୍ରଦାନ ପାଇଁ ଅଲଗା ପ୍ରକୋଷ୍ଠ, କମ୍ପୁ୍ୟଟର ଶିକ୍ଷକ, କମ୍ପୁ୍ୟଟର ଲାବୋରେଟୋରୀ ସହ ଉନ୍ନତ କମ୍ପୁ୍ୟଟର ଶିକ୍ଷାର ବ୍ୟବସ୍ଥା, କ୍ରୀଡା ଶିକ୍ଷା ଏବଂ ଅନ୍ୟାନ୍ୟ ବୌଦ୍ଧିକ ଶିକ୍ଷାର ବ୍ୟବସ୍ଥା ରହିଛିା ଉତ୍ତମ ପାଠପଢାର ବାତାବରଣ ପାଇଁ ଶିକ୍ଷକ ଛାତ୍ରର ଅନୁପାତ ୧:୨୫ ତଥା ଶ୍ରେଣୀଗୃହ ଓ ଛାତ୍ରୀଛାତ୍ରୀଙ୍କର ଅନୁପାତ ୧:୪୦ ରହିଛିା
ପାଠ୍ୟକ୍ରମଭିତ୍ତିକ ଶିକ୍ଷାଦାନ ସହ ସଂଗୀତ ଓ କଳା ଶିକ୍ଷା ପାଇଁ ସଂଗୀତ ଶିକ୍ଷକ ଓ କଳା ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି ଏବଂ କୁଶଳତା ଶିକ୍ଷା ପାଇଁ ମଧ୍ୟ ଏଥ#ରେ ଯୋଜନା କରାଯାଇଛିା ବିଜ୍ଞାନ, ଗଣିତ ଓ ଇଂରାଜୀ ଶିକ୍ଷା ପ୍ରତି ଅଧ#କ ଧ୍ୟାନ ଦିଆଯିବା ସିବିଏସ୍ଇ ପାଠ୍ୟକ୍ରମର ପ୍ରଚଳନ ସହ ଓଡ଼ିଆ ମାଧ୍ୟମ ଶିକ୍ଷାଦାନ ବ୍ୟବସ୍ଥା କରାଯାଇଛିା ବିଦ୍ୟାଳୟର ଆକର୍ଷଣୀୟ ଗୁଣାତ୍ମକ ସର୍ବାଙ୍ଗୀନ ଉନ୍ନତିଭିତ୍ତିକ କାର୍ଯ୍ୟକ୍ରମ ଜରିଆରେ ପଡୋଶୀ ବିଦ୍ୟାଳୟମାନଙ୍କ ପାଇଁ ଏକ ସହଯୋଗୀ କେନ୍ଦ୍ର ଭାବେ କାର୍ଯ୍ୟ କରିବା ଷଷ୍ଠ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ବ୍ୟବସ୍ଥା ସହ ପ୍ରତ୍ୟେକ ଶ୍ରେଣୀରେ ୪୦ ଜଣ ଛାତ୍ରଛାତ୍ରୀ ସମ୍ବଳିତ ୨ଟି ସେକ୍ସନ୍ ବ୍ୟବସ୍ଥା ରହିଛିା ଚଳିତ ଶିକ୍ଷା ବର୍ଷ(୨୦୧୬-୧୭)ରେ ଏକା ସଙ୍ଗେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀରେ ଶିକ୍ଷାଦାନ ବ୍ୟବସ୍ଥା ସହ ପରବର୍ତ୍ତୀ ବର୍ଷମାନଙ୍କରେ ପର୍ଯ୍ୟାୟକ୍ରମେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟଦାନ ବ୍ୟବସ୍ଥା କରାଯାଇଛିା ପୂର୍ଣ୍ଣାଙ୍ଗ ବିଦ୍ୟାଳୟରେ ୨୬ ଜଣ ଶିକ୍ଷକଙ୍କ ନିଯୁକ୍ତି ବ୍ୟବସ୍ଥା ଥ#ବା ବେଳେ ଚଳିତ ବର୍ଷ ବିଦ୍ୟାଳୟ ପିଛା ୧୨ ଜଣ ଶିକ୍ଷକ ନିଯୁକ୍ତି ବ୍ୟବସ୍ଥା ରହିଛିା ଏଥ#ସହ ପ୍ରତ୍ୟେକ ବିଦ୍ୟାଳୟରେ ଜଣେ କନିଷ୍ଠ ସହାୟକ ତଥା ହିସାବ ରକ୍ଷକ ଓ ୩ ଜଣ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଯୋଗାଇ ଦିଆଯାଇଛିା
ପ୍ରତ୍ୟେକ ଆଦର୍ଶ ବିଦ୍ୟାଳୟରେ ଶତକଡା ୫୦ ଭାଗ ଛାତ୍ରୀଙ୍କ ଅଧ୍ୟୟନର ବ୍ୟବସ୍ଥା ହୋଇଛିା ପ୍ରତ୍ୟେକ ବ୍ଲକ୍ରେ ସେହି ବ୍ଲକ୍ର ଅନୁସୂଚିତ ଜନଜାତି ବର୍ଗର ଆନୁପାତିକ ହାରରେ ଉକ୍ତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂଖ୍ୟା ସଂରକ୍ଷିତ କରାଯାଇଛିା ସ୍କୁଲୟୁନିଫର୍ମ, ଲୋଗୋ, ବ୍ୟାଚ ତଥା ବେଲ୍ଟ ଇତ୍ୟାଦି ବିଦ୍ୟାଳୟ ତରଫରୁ ଯୋଗାଇ ଦେବାର ବ୍ୟବସ୍ଥା ହୋଇଛିା ଏହି ବିଦ୍ୟାଳୟଟିକୁ ଶିକ୍ଷାର ଏକ ଗୁଣାତ୍ମକ କେନ୍ଦ୍ର ଭାବେ ଗଢି ତୋଳିବାର ପ୍ରଚେଷ୍ଟା ଜାରି ରହିଛିା ଏହି ବିଦ୍ୟାଳୟଗୁଡିକରେ ସିବିଏସ୍ଇ ପାଟର୍ନରେ ଶିକ୍ଷାଦାନ କରାଯିବ ଏବଂ ଓଡ଼ିଆ ବିଷୟ ରହିବା ସହିତ ଓଡ଼ିଆ ଶିକ୍ଷା ପ୍ରଦାନ କରିବା ଶିକ୍ଷକ ନିଯୁକ୍ତି ପାଇବୋ କେନ୍ଦ୍ର ସରକାରଙ୍କ ଅନୁଦାନ ବନ୍ଦ ହେବା ପରେ ରାଜ୍ୟ ସରକାର ଏଥ# ନିମନ୍ତେ ରାଜ୍ୟ ବଜେଟ୍ରୁ ସମସ୍ତ ଅର୍ଥ ଭରଣା କରି ଏହି ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତିା

Share in top social networks!