ଲକ୍ଷ୍ମୀସାଗର ଥାନା ଅଧିକାରୀଙ୍କୁ ବହିଷ୍କାର ଦାବି (ମଧ୍ୟଭୂବନେଶ୍ୱର) :ବିଜେପି

bjplaxmi ସୋମବାର ଅପରାହ୍ନ ୧୧ ଟା ସମୟରେ ବିଜେପି ମଧ୍ୟଭୁବନେଶ୍ୱର ର ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ସତାଧିକ କର୍ଯ୍ୟକର୍ତା ମାନେ ଲକ୍ଷ୍ମୀ ସାଗର ଥାନା ଅଧିକାରୀଙ୍କୁ ବହିଷ୍କାର ଦାବି କରି ଥାନା ଘେରାଉ କରାଯାଇଥିଲା । ଲକ୍ଷ୍ମୀସାଗର ଥାନା ଅଧିକାରୀ ରତନ ରାୟ ବହୁ ଅତ୍ୟାଚାର, ଅନ୍ୟାୟ, ମହିଳା ଓ ଯୁବକ ମାନକୁ ଖରାପ ବ୍ୟବହାର, ଜମିମାଫିଆ, ବ୍ରାଉନସୁଗାର ମାଫିଆ, ମଦ ମାଫିଆ ବିଜେଡି କର୍ପୋରେଟର ମାନଙ୍କୁ ଅନ୍ୟାୟକାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ କରିବା, ମିଛ ୠ ଓ ଜ କରି ବିଜେପି କାର୍ଯ୍ୟକର୍ତାଙ୍କୁ ହଇରାଣ ହରକତ କରିବା ଏବଂ ବିଜେଡି କର୍ପୋରେଟର (୪୫ୱାର୍ଡ) ଅମରେଶ ଜେନାଙ୍କ ହାତବାରିଶି ଭଳି ନିଜେ ଓଓଉ କାର୍ଯ୍ୟକରିବା ଏବଂ ତାଙ୍କୁ ବହୁ ଅନୈ÷ତିକ କାର୍ଯ୍ୟପାଇଁ ପ୍ରୋତ୍ସାହନ ଯୋଗାଇ ଦେବାଭଳି କାର୍ଯ୍ୟମାନ ବିରୁଦ୍ଧରେ ଏହି ଘେରାଉ ହୋଇଥିଲା ।
ଏହିସବୁ ଉପରୋକ୍ତ କାର୍ଯ୍ୟ କଳାପ ପାଇଁ ଲକ୍ଷ୍ମୀସାଗର ଓଓଉ କୁ ତୁରନ୍ତ ଭୂବନେଶ୍ୱରରୁ ବହିସ୍କାର କରିବା ସହିତ ଭୂବନେଶ୍ୱର କୌଣଷି ଥାନାରେ କିମ୍ବା ଭୂବନେଶ୍ୱର କୌଣଷି ପୋଲିଷ କାର୍ଯ୍ୟଳୟରେ କୌଣଷି ଦାୟତ୍ୱ ଦିଆଗଲେ ତାହାଲେ ସେହି ରତନ ରାୟକୁ ରାସ୍ତା ଘାଟରେ ଭାରତୀୟ ଜନତାଂ ପାର୍ଟି ତରଫୁ ବିରୋଧ କରିବା ସହିତ ତାଙ୍କ ଦେହରେ ଅଣ୍ଡାଭାଙ୍ଗି ବୋଳା ଯିବା ପାଇଁ ଜିଲ୍ଲା ସଭାପତି ହେରେକୃଷ୍ଣ ଖୁଂଟିଆ ଘୋଷଣା କରିଥିଲେ । ଏହାକୁ ଏକ୍ରାମ ଭୂବନେଶ୍ୱର ବିଧାୟକ ପ୍ରାର୍ଥୀ ଅମୀୟ ଦାଶ ସାଧାରଣ ରେ ସମର୍ଥନ କରିଥିଲେ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉମେଶ ଖଣ୍ଡଲୱଲ, ବିଭାସ ସେନଗୁପ୍ତା, କର୍ପୋରେଟର ସୁରେଶ ଜେନା, ବିଜୟଲକ୍ଷ୍ମୀ ମହାପାତ୍ର, ସଂଯୁକ୍ତା ନାୟକ, ଉର୍ଣ୍ଣତୀ ପରିଡା, ବିଶ୍ୱରଂଜନ ବଡଜେନା, ଅର୍ଜୁନ ବେହେରା, ସୁଦର୍ଶନ ବିଶ୍ୱା, ପର୍ଶୁରାମ ଜେନା, ଟିକି ମହୁନ୍ତ, ସୁଶାନ୍ତ ଦାସ, ନାରାୟଣ ଜେନା, ଲିଟୁ, ରଶ୍ମୀ, ଜୀବନ ଓ ବାପି ଆଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Share in top social networks!