ସହକାର ଭାରତୀର ପ୍ରଦେଶ କାର୍ଯ୍ୟକାରିଣୀ ତଥା କାର୍ଯ୍ୟକର୍ତ୍ତା ବୈଠକ

ଆଜି ଓଡିଶା ପ୍ରଦେଶ ସହକାର ଭାରତୀର ପ୍ରଦେଶ କାର୍ଯ୍ୟକାରିଣୀ ତଥା କାର୍ଯ୍ୟକର୍ତ୍ତା ବୈଠକ ସରସ୍ୱତୀ ଶିଶୁ ମନ୍ଦିର,ୟୁନିଟ-୬ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ପ୍ରଦେଶ ଉପସଭାପତି ଶ୍ରୀ ରବି ନାରାୟଣ ମହାନ୍ତି ସଭାପତିତ୍ୱ କରିଥିଲେ ଓ ରାଷ୍ଟ୍ରୀୟ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ବିଜୟଜୀ ଦେବାଗନ ମୁଖ୍ୟ ଅତିଥି ହିସାବରେ ଯୋଗଦେଇ ଥିଲେ ।
sahakar
କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦେଶ ସଂପାଦକ ଶ୍ରୀ ପ୍ରହଲ୍ଲାଦ ମହାପାତ୍ର ସଂଗଠନର ବିବରଣୀ ପାଠ କରିଥିଲେ । ପ୍ରଦେଶ ସଂଗଠନ ପ୍ରମୁଖ ଶ୍ରୀ କୃଷ୍ଣ ବଲ୍ଲଭ ସାହୁ ଚଳିତ ବର୍ଷର ବଜେଟ ତଥା ଆଗାମୀ ବର୍ଷର କାର୍ଯ୍ୟ ଯୋଜନା ସଭ୍ୟମାନଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହ ବିଭିନ୍ନ ଜିଲ୍ଲାର କାର୍ଯ୍ୟକର୍ତ୍ତାମାନଙ୍କୁ ଆଗାମୀ ଯୋଜନାକୁ ସଫଳ ରୁପାୟନ କରିବା ପାଇଁ ଅନୁରୋଧ ଜଣାଇଥିଲେ । ସହକାର ଭାରତୀର ଚାଲିଥିବା କାର୍ଯ୍ୟାଳୟକୁ ସ୍ୱୟଂ ସଂପୂର୍ଣ୍ଣ କରିବାକୁ ପ୍ରତ୍ୟେକ ଜିଲ୍ଲା, ସ୍ୱତନ୍ତ୍ର ଭାବେ ସହଯୋଗ କରିବାକୁ ଅନୁରୋଧ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବିଜୟଜୀ ଦେବାଗନ ପ୍ରତ୍ୟେକ କାର୍ଯ୍ୟକର୍ତ୍ତା ନିଷ୍ଠାର ସହ କାର୍ଯ୍ୟ କରିବା ସହ ଏକ ସମବାୟ ପ୍ରକଳ୍ପ ପ୍ରାରମ୍ଭ କରିବା, ଠିକ ରୂପେ ଚଳାଇବା ଓ କାର୍ଯ୍ୟ ବିସ୍ତାର କରି ଓଡିଶାର ଆର୍ଥôକ ସ୍ଥିତିକୁ ସୁଦୃଢ କରିବା ସହ ଦେଶ ମାତୃକାକୁ ସକ୍ଷମ କରିବାର ଗୁରୁ ଦାୟିତ୍ୱ ପ୍ରଦାନ କରିଥିଲେ । ସର୍ବଶେଷରେ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ସତ୍ୟବାନ ଜେନା ଧନ୍ୟବାଦ ଅର୍ପଣପରେ ସଭାସାଙ୍ଗ ହୋଇଥିଲା ।

Share in top social networks!