ଦ୍ୱିତୀୟ ପର୍ଯ୍ୟାୟରେ ମୁରୁଜ ପକାଇଲେ ଓଡ଼ିଆଣୀ,ଢଗଢମାଳି ଓ ରୋଷେଇ ଜ୍ଞାନ ପରୀକ୍ଷା ଦେଲେ

ଓଡିଆ ଭାଷା,ସଂସ୍କୃତି,ପ୍ରଥା,ପରମ୍ପରା ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟରେ ସଂଭାବନା ପକ୍ଷରୁ ଚାଲିଥିବା ଅଭିଯାନ ଓଡ଼ିିଆ ମହୋସôବ ଏକାଦଶ ବର୍ଷରେ ପହଞ୍ଚôଛି । ଏହା ସହ ଏହି ମହୋସôବର ପ୍ରମୁଖ କାର୍ଯ୍ୟକ୍ରମ ତଥା ମୁଖ୍ୟ ଆକର୍ଷଣ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ଓଡ଼ିଆଣୀମାନେ ରଙ୍ଗ ବେରଙ୍ଗର ମୁରୁଜ ଆଙ୍କିବା ସହ ରୋଷେଇ ଜ୍ଞାନ ଓ ଢଗଢମାଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।
ବହୁ ସଂଖ୍ୟାକ ଓଡ଼ିଆଣୀ ଏହି ମୁରୁଜ ପ୍ରତିଯୋଗିତାରେ ଭାଗ ନେଇ ମୁରୁଜ ଆଙ୍କି କାର୍ତ୍ତିକ ମାସ ପଞ୍ଚୁକର ଭ୍ରମ ସୃଷ୍ଟି କରିଥିଲେ । ରୋଷେଇ ସଂପର୍କୀୟ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ବିଭିନ୍ନ ଢଗର ପ୍ରୟୋଗ ସଂପର୍କରେ ନିଜ ଜ୍ଞାନ ଗାରିମାର ପରାକାଷ୍ଠା ମଧ୍ୟ ପ୍ରଦର୍ଶନ କରିବାକୁ ଭୁଲି ନଥିଲେ ।
ଏତଦ୍ ବ୍ୟତୀତ ଶିଶୁ-କିଶୋର ଓଡ଼ିଆ ସ୍ୱାଭିମାନ ପ୍ରତିଯୋଗିତାରେ ଭାଗ ନେଇ ଶିଶୁ ଓ କିଶୋରମାନେ ଓଡିଆ କବିତା ଆବୃତ୍ତି କରିବା ସହ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଓଡିଶା ସଂପର୍କରେ ନିଜ ନିଜର ଜ୍ଞାନର ପରିଚୟ ଦେଇଥିଲେ । ଏହା ସହ ଶ୍ରୁତ ଲିଖନରେ ଯୋଗ ଦେଇ ଓଡିଆ ଭାଷା ଜ୍ଞାନର ମଧ୍ୟ ପ୍ରମାଣ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି,ସଦସ୍ୟ ଛନ୍ଦା ମିଶ୍ର,ରାଜଶ୍ରୀ ଶତପଥି,ପ୍ରଫୁଲ୍ଲ ଦେ ଓ ସତ୍ୟବ୍ରତ ମହାପାତ୍ର ପ୍ରମୁଖ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ଯୋଗ ଦେଇଥିଲେ ସାହିତି୍ୟକ ବିପିନ ବିହାରୀ ମହାନ୍ତି, ରକ୍ଷକ ନାୟକ,ମିନତୀ ମିଶ୍ର, ଚିତ୍ରଶିଳ୍ପୀ ସୁବ୍ରତ ମଲ୍ଲିକ,ଚିନ୍ତାମଣି ବିଶ୍ୱାଳ ।

Share in top social networks!