ପଂଚାୟତ ନିର୍ବାଚନ ପାଇଁ କେନ୍ଦ୍ରଯୋଜନାର ଅପବ୍ୟବହାର :ବିଜେପିିି

କୋଠାବାଡି ନିର୍ମାଣ କ୍ଷେତ୍ରରୁ ଆଦାୟ ହେଉଥିବା ପ୍ରଚୁର ପରିମାଣ ଟିକସ ତଥା କେନ୍ଦ୍ର ଅନୁଦାନ ଅର୍ଥକୁ ହଡପ୍ କରିବା ଉଦେ୍ଦଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଅସାଧୁ ଉଦ୍ଦ୍ୟମ ଆରମ୍ଭ ହୋଇଛି । ଓଡିଶାରେ କେବେବି ନିର୍ମାଣ ଶ୍ରମିକକୁ ଚିହ୍ନଟ କରାଯାଇନାହିଁ । ମୁଖ୍ୟମନ୍ତ୍ରୀ ୨୫ ଲକ୍ଷ ନିର୍ମାଣ ଶ୍ରମିକଙ୍କ ସଂଖ୍ୟା ପାଇଲେ କେଉଁଠୁ ? ବିଗତ ବର୍ଷ ଗୁଡିକରେ ୧୩ ଲକ୍ଷ ହିତାଧିକାରୀ ପଞ୍ଜିକୃତ ହୋଇଥିବାବେଳେ ଆଗାମୀ ୬ ମାସ ମଧ୍ୟରେ ୧୨ ଲକ୍ଷ ହିତାଧିକାରୀ ପଞ୍ଜିକୃତ ହେବାପାଇଁ ତାଙ୍କ ଦଳର ଜିଲ୍ଲା ସଭାପତି, ବିଧାୟକ, ପରାଜିତ ବିଧାୟକ ଓ ବ୍ଲକ ସଭାପତି ମାନଙ୍କୁ ନିଦେ୍ର୍ଦଶ ଦେଇ ସରକାରୀ ଯୋଜନାର ଦଳୀୟ ରାଜନୀତି କରଣ କରିବା ଅତ୍ୟନ୍ତ ନିନ୍ଦନୀୟ ବିଷୟ । କୌଣସି ବ୍ୟବସ୍ଥା ନଥାଇ ୬ ମାସ ଭିତରେ କିପରି ୧୨ ଲକ୍ଷ ହିତାଧିକାରୀ ଚିହ୍ନଟ କରିବେ ସେ ବିଷୟରେ ଜନସାଧାରଣଙ୍କୁ ଜଣାନ୍ତୁ ।

ସେସ୍ ଅର୍ଥ ହଜାର ହଜାର କୋଟି ଟଙ୍କା ଆଦାୟ ହେଉଥିବାବେଳେ, ପ୍ରକୃତ ହିତାଧିକାରୀ କେତେ ଲାଭ ପାଇଛନ୍ତି ତାର ହିସାବ ମୁଖ୍ୟମନ୍ତ୍ରୀ ଦିଅନ୍ତୁ । ନୂତନ ନିର୍ମାଣ ଶ୍ରମିକ ହିତାଧିକାରୀଙ୍କୁ ଚିହ୍ନଟ କରିବା ଓ ପଞ୍ଜିକୃତ କରିବା ଭଳି କାମରେ ବିଜେଡିର ନେତା ଓ କର୍ମୀ ଲକ୍ଷ ଲକ୍ଷ ଟଙ୍କା ନିରୀହ ଲୋକମାନଙ୍କଠାରୁ ଆଦାୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ ।

ପ୍ରକୃତ ନିର୍ମାଣ ଶ୍ରମିକ ଏପ୍ରକାର ଷଡଯନ୍ତ୍ରର ଶିକାର ହେବା ଫଳରେ କେନ୍ଦ୍ର ସରକାରଙ୍କର ଜନହିତକାରୀ ଯୋଜନାର ସହାୟତାରୁ ବଂଚିତ ହେଉଛନ୍ତି । ନିର୍ମାଣ ଶ୍ରମିକ ହିତାଧିକାରୀ ମାନଙ୍କୁ ସହାୟତା ଦେବା ନାଁରେ ନିଜେ ମୁଖ୍ୟମନ୍ତ୍ରୀ ବିଜେଡି ଦଳର ନେତା ଓ କର୍ମୀ ମାନଙ୍କୁ ଥଇଥାନ କରିବାରେ ଲାଗିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ । ସହରାଂଚଳରେ ବାଙ୍ଗଲାଦେଶୀ ଲୋକଙ୍କୁ ମଧ୍ୟ ନିର୍ମାଣ ଶ୍ରମିକ କାର୍ଡ ବଂଟା ଯାଇଥିବାର ଅଭିଯୋଗ କଣ ଅସତ୍ୟ ବୋଲି ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀଯୁକ୍ତ ଦିଲିପ ମହାନ୍ତି ପ୍ରଶ୍ନ କରିଛନ୍ତି । ନିର୍ମାଣ ଶ୍ରମିକ କଲ୍ୟାଣ ପାଣ୍ଠିକୁ ହଡପ୍ କରିବାରେ ଚକା୍ରନ୍ତ ବିଜେଡି କରୁଛି ବୋଲି ଶୀଯୁକ୍ତ ମହାନ୍ତି ଅଭିଯୋଗ କରିଛନ୍ତି ।

    Share in top social networks!