ୟୁଏସ୍ଆଇର ଏ ପଟ୍ ଦିସ୍ ସମର : ହେଲପ୍ ନେଚର୍ କ୍ରିଏଚର ପୋର୍ଟର୍

tariniiରାହଗିରି ଅବସରରେ ସ୍ଥାନୀୟ ଶ୍ରୀୟା ଛକ ନିକଟରେ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ୟୁନାଇଟେଡ୍ ଫର୍ ସୋସିଆଲ୍ ଇଣ୍ଟ୍ରେଷ୍ଟ(ୟୁଏସ୍ଆଇ) ପକ୍ଷରୁ ‘ଏ ପଟ୍ ଦିସ୍ ସମର : ହେଲପ୍ ନେଚର୍ କ୍ରିଏଚର ପୋର୍ଟର’ ନାମକ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ଆଡଭୋକେଟ୍ ତାରିଣୀ ପ୍ରସାଦ ସାହୁ ପୌରାହିତ୍ୟ କରିଥିବା ବେଳେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବଂ ମେୟର ଅନନ୍ତ ନାରାୟଣ ଜେନାଙ୍କ ଦ୍ୱାରା ଉଦଘାଟିତ୍ ହୋଇଥିଲା । ଉଭୟ ଅନୁଷ୍ଠାନର ଏହି ମହତ୍ତ ଉଦ୍ୟମକୁ ପ୍ରଶଂସା କରିବା ସହିତ ଅନୁଷ୍ଟାନର ଏହି ଅଭିଯାନରେ ସାମିଲ୍ ହେବାକୁ ଆହ୍ୱାନ କରିଥିଲେ ।
ଖରା ଦିନରେ ଲୋକମାନଙ୍କୁ କିଭଳି ସାହାଯ୍ୟ କରାଯାଇ ପାରିବ ସେ ଦିଗରେ ଜନସଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରତିକ ଭାବରେ ମାଟି ପାତ୍ର ପ୍ରଦାନ କରାଯାଇଥିଲା । ଖରା ଦିନରେ ପଶୁ ପକ୍ଷୀଙ୍କୁ ସହାୟତା କରିବା ସହିତ ପରିବେଶ ଉପଯୋଗୀ ମାଟି ପାତ୍ର ବ୍ୟବହାର ତଥା କୁମ୍ଭକାରଙ୍କୁ କୌଳିକ ବୃତ୍ତିକୁ ବଞ୍ଚାଇବାରେ ସହାୟତା କରିବା କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଆଡଭୋକେଟ୍ ଶ୍ରୀ ସାହୁ କହିଛନ୍ତି ।
ଅନ୍ୟମାନଙ୍କ ମଧ୍ୟରେ ବାଣୀବିହାର କର୍ପୋରେଟର ସୁସ୍ମିତା ଦାସ, ସିନେ ଅଭିନେତ୍ରୀ ନିହାରିକା, ସିନେ ଅଭିନେତା ଚିନ୍ମୟ, ରାଜେଶ୍, ବାଲୁକା ଶିଳ୍ପୀ ମାନସ ସାହୁଙ୍କ ସମେତ ଅନୁଷ୍ଠାନର ଅନ୍ୟାନ୍ୟ କର୍ମକତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ ।

Share in top social networks!