ରାଜ୍ୟସ୍ତରୀୟ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବ ଦ୍ୱିତୀୟ ସନ୍ଧ୍ୟା

utkalmandapରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ୬ଷ୍ଠ ରାଜ୍ୟସ୍ତରୀୟ ଲୋକ ନୃତ୍ୟ ଓ ଲୋକ ସଙ୍ଗୀତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା ଅତ୍ୟନ୍ତ ଚିତ୍ତାକର୍ଷକ ଥିଲା । କଳାକାରମାନେ ନିଜ କଳା ପରିବେଷଣ ମାଧ୍ୟମରେ କଳା, ସଂସ୍କୃତିର ପ୍ରଚାର, ପ୍ରସାର କରିନଥିଲେ ବରଂ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ମନ ଜିଣିନେଇଥିଲେ । ଉକ୍ରଳ ମଣ୍ଡପଠାରେ ତିନିଦିନ ବ୍ୟାପୀ ଏହି ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାକୁ ଅତିଥିମାନେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପରେ ପରେ ଆରମ୍ଭ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରତ୍ୟେକ ଦଳ ୧୫ରୁ ୨୦ମିନିଟ୍ ଲେଖାଏଁ ଧରି ନିଜ ନିଜ ଅଞ୍ଚଳାର କଳାକୁ ପରିବେଷଣ କରି ଦର୍ଶକଙ୍କ ମନ ମୋହିବାରେ ସକ୍ଷମ ହୋଇଥିଲେ । ନୃତ୍ୟ, ଗୀତର ମାଦକତାରେ ଭିଜିଥିଲେ ରସିକ ତଥା ଗୁଣଗ୍ରାହୀ ଦର୍ଶକ । ବଜା ଓ ଗୀତର ତାଳରେ କମ୍ପିଲା ମଞ୍ଚ, ଦୁଲୁକିଲା ପରିବେଶ । ପାରମ୍ପରିକ ବାଦ୍ୟ, ଗୀତର ତାଳେ ତାଳେ ଝୁମିଥିଲେ ଦର୍ଶକ ।
ସନ୍ଧ୍ୟାରେ ନୟାଗଡ଼ର ସିଂଘ ବାଦ୍ୟ, କେନ୍ଦୁଝରର ଝୁମର୍, ଗଜପତିର ସୌରା ନାଚ, ନବରଙ୍ଗପୁରର ଗଣ୍ଡ ନାଚ, ରାୟଗଡ଼ାର ଲାଞ୍ଜିଆ ସଉରା ନାଚ, ଜଗତସିଂହପୁରର ଘୋଡ଼ା ନାଚ, ଭଦ୍ରକର ମୋଗଲ ତାମସା, ବୌଦ୍ଧ କର୍ମା ନୃତ୍ୟ, ଯାଜପୁରର ଲଉଡ଼ି ଖେଳ, ଅନୁଗୁଳର ରାବଣ ଛାୟା ପରିବେଷିତ ହୋଇଥିଲା ।
କାର୍ଯ୍ୟକ୍ରମରେ ଅତିଥିଭାବେ ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ । ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ସ୍ୱାଗତ ଭାଷଣ ଦେଇଥିଲେ । ବିଭାଗୀୟ ନିଦେ୍ର୍ଦଶକ ଅମରେନ୍ଦ୍ର କୁମାର ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ । ସନ୍ଧ୍ୟାରେ ନୃତ୍ୟ, ଗୀତ ପରିବେଷଣ କରିଥିବା ୧୦ଟି ଦଳର ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଭାଗ ତରଫରୁ ଅତିଥିଙ୍କୁ ମଧ୍ୟ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ ଡ. ମୃତୁ୍ୟଞ୍ଜୟ ରଥ ଓ ସ୍ନେହଲତା ପୃଷ୍ଟି । ସଂସ୍କୃତି ବିଭାଗ ଉପନିଦେ୍ର୍ଦଶକ ସଂଘମିତ୍ରା ଶତପଥୀ, ଦେବାନନ୍ଦ ବରିହା, ପ୍ରକଳ୍ପ ସଂଯୋଜକ ବାସୁଦେବ ମାଲବିଶୋଇଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରାରମ୍ଭରେ ଶ୍ରୀକଳା କଲଚାରଲ ଏକାଡେମୀ ଭୁବନେଶ୍ୱର ପକ୍ଷରୁ ଜିତେନ୍ଦ୍ର ଓ ମନୋରଞ୍ଜନଙ୍କ ବାଦ୍ୟ ସଂଯୋଜନାରେ ସ୍ୱାଗତ ସଙ୍ଗୀତ ପରିବେଷଣ ହୋଇଥିଲା ।

Share in top social networks!