ପିସିଆଇ ଅଧ୍ୟକ୍ଷଙ୍କ ଦ୍ୱାରା ଉର୍ଦ୍ଧୁ ଦୈନିକ ଅଖବାରନାମା ପରିଚାଳନା ସମ୍ପାଦକ ସମ୍ମାନିତ

PCIଅଖିଳ ଭାରତୀୟ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଓଡ଼ିଶା ଶାଖା ପକ୍ଷରୁ ଏହାର ୪୮ତମ ଜାତୀୟ
ପରିଷଦ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ, ପ୍ରେସ୍ କାଉନ୍ସିଲ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ଜଷ୍ଟିସ୍ ସିକେ ପ୍ରସାଦ, ମହାସଂଘର ଜାତୀୟ ସଭାପତି ଗୁରିନ୍ଦର ସିଂ ପ୍ରମୂଖ
ଓଡ଼ିଶାର ଏକମାତ୍ର ତଥା ପ୍ରଥମ ଉର୍ଦ୍ଧୁ ସମ୍ବାଦପତ୍ର ଅଖବାରନାମାର ପରିଚାଳନା ସମ୍ପାଦକ ସେଖ୍ ରିଆଜ୍ ମହମ୍ମଦଙ୍କୁ ସମ୍ମାନିତ କରାଯାଇ
ଥିଲା । ନିଜ ସମ୍ବାଦପତ୍ର ଜରିଆରେ ରାଜ୍ୟର ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଅଧିକାର ସାବ୍ୟସ୍ତ କରିବା ଦିଗରେ ଉଲ୍ଲେଖନୀୟ
ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

Share in top social networks!