କର୍ମଭୂମିରେ ଓଡିଆ ସଂସ୍କୃତିର ପ୍ରଚାର ସହ ଜନ୍ମଭୂମି ସହ ସମ୍ପର୍କ ମଜବୁତ କରିବାକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରବାସୀ ଓଡିଆଙ୍କୁ ନିବେଦନ

dpodiaହରିଆନାର ଗୁରଗାଓଁ ଠାରେ ପ୍ରବାସୀ ଓଡିଆ ସମ୍ମିଳନୀରେ ଉଦବୋଧନ ଦେଇ ଓଡିଆ ମାନେ ଅନନ୍ୟ ଓଡିଆ ସଂସ୍କୃତି ଓ ପରମ୍ପରାକୁ ଆଗେଇ ନେବା ସହ ଜନ୍ମଭୂମି
ସହ ସମ୍ପର୍କକୁ ମଜବୁତ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ର୍ଧାନ ଆହ୍ୱାନ ଜଣାଇଛନ୍ତି ।
କଳିଙ୍ଗ ଭାରତୀ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ପ୍ରବାସୀ ଓଡିଆ ସମ୍ମିଳନୀରେ ଓଡିଶାର ରାଜ୍ୟପାଳ ଶ୍ରୀ ଏସ.ସି ଜମୀର ଏବଂ ହରିଆନାର ମୁଖ୍ୟମନ୍ତ୍ରୀ ଶ୍ରୀ ମନୋହର ଲାଲ ଖଟ୍ଟର ଯୋଗ ଦେଇଥ#ଲେ ।
ଓଡିଶା ଏକ ସ୍ୱତନ୍ତ୍ର ପ୍ରଦେଶ ଭାବରେ ୧୯୩୬ ମସିହାରେ ଗଠିତ ହୋଇଥ#ବା ବେଳେ ୨୦୧୩୬ ମସିହାରେ ୧୦୦ ବର୍ଷ ପୂର୍ତି ହେବ । ରାଜ୍ୟ ପ୍ରତିଷ୍ଠାର ୧୦୦ ବର୍ଷ ପୂର୍ତି ସୁଦ୍ଧା ଓଡିଶା ଦେଶର ଏକ ନମ୍ବର ବିକଶିତ ରାଜ୍ୟ ଏବଂ ସମ୍ପୂର୍ଣ ବିଶ୍ୱରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିବ ବୋଲି ଶ୍ରୀପ୍ରଧାନ ଏଠାରେ ଏକତ୍ରିତ ଓଡିଆ ମାନଙ୍କୁ କହିଥ#ଲେ ।
ଓଡିଶାର ପ୍ରାକୃତିକ ସମ୍ପଦ, ସୁଦୀର୍ଘ ବେଳାଭୂମି, ପ୍ରଚୁର ଜଳ ସମ୍ପଦ ଏବଂ ବୌଦ୍ଧିକ ଶକ୍ତି ଓ ପରିଶ୍ରମପରାୟଣତା ଓଡିଶାକୁ ପ୍ରଗତି ପଥରେ ନେବାର ଯଥେଷ୍ଟ ସମ୍ଭାବନା ରଖ#ଛି ବୋଲି ଶ୍ରୀ ପ୍ରଧାନ କହିଥ#ଲେ ।
ଗୁରଗାଓଁ ଠାରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଭୂମି ପ୍ରଦାନ ସହ ଅନ୍ୟାନ୍ୟ ସହଯୋଗ ପାଇଁ ସ୍ଥାନୀୟ ଓଡିଆ ସମାଜର ଦାବିକୁ ହରିଆନା ମୁଖ୍ୟମନ୍ତ୍ରୀଙ୍କ ସାମନାରେ ଉପସ୍ଥାପିତ କରିଥ#ଲେ ।ଫରିଦାବାଦରେ ଥ#ବା ଜଗନ୍ନାଥ ମନ୍ଦିର ସମସ୍ୟା ସମାଧାନ ପାଇଁ ମଧ୍ୟ ସେ ଅନୁରୋଧ କରିଥ#ଲେ ।

Share in top social networks!