ବିଜେପି ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡାଙ୍କ ଜନକଲ୍ୟାଣ ଯାତ୍ରା

8360_1695377697345907_6537469550968147886_nକେନ୍ଦ୍ର ସରକାରଙ୍କର ଜନକଲ୍ୟାଣ ଯୋଜନା ଓ ରାଜ୍ୟ ସରକାରଙ୍କର ଅପାରଗତା ପ୍ରସଙ୍ଗକୁ ଓଡିଶା ବାସୀଙ୍କ ପାଖରେ ପହଚାଂଇବା ପାଇଁ ଆଗାମୀ ଏପି୍ରଲ ୭ଠାରୁ ବିଜେପିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା ଏକ ପନ୍ଦର ଦିନିଆ ଯାତ୍ରା ଆରମ୍ଭ କରୁଛନ୍ତି । ଉକ୍ତ ଜନକଲ୍ୟାଣ ଯାତ୍ରା ପାଇଁ ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ରଂଜନ ପଟେଲ ଯାତ୍ରାର ମୁଖ୍ୟ ସଂଯୋଜକ ଭାବେ ନିଯୁକ୍ତ ହୋଇଥିବା ବେଳେ ରାଜ୍ୟ ସଂପାଦକ ଶ୍ରୀଯୁକ୍ତ କାଲନ୍ଦୀ ସାମଲ ଓ ଦିଲ୍ଲିପ ମଲ୍ଲିକ ସହ ସଂଯୋଜକ ଭାବେ ଦାୟିତ୍ୱ ତୁଲାଇବେ ।

ପ୍ରଥମ ପର୍ଯ୍ୟାୟ ଯାତ୍ରା ୧୫ ଟି ସାଂଗଠନିକ ଜିଲ୍ଲା ଗସ୍ତ କରିବା ପରେ ଏପ୍ରିଲ ମାସ ୨୪ ତାରିଖ ଦିନ କେନ୍ଦୁଝରରେ ସମାପ୍ତ ହେବ । ନବରଙ୍ଗପୁର ଠାରୁ ଯାତ୍ରାର ଶୁଭାରମ୍ଭ ତା୭ ତାରିଖ ଦିନ ହେବ । ଯାତ୍ରାକୁ ସଫଳ କରିବା ପାଇଁ ଶ୍ରୀଯୁକ୍ତ ରାଜକିଶୋର ଦାସ ନବରଙ୍ଗପୁର ପାଇଁ, ଶ୍ରୀଯୁକ୍ତ ଅଶ୍ୱିନୀ ଷଢଙ୍ଗୀ କଳାହାଣ୍ଡି ପାଇଁ, ଶ୍ରୀଯୁକ୍ତ ଗୋଲକ ମହାପାତ୍ର ବଲାଙ୍ଗିର ପାଇଁ, ଶ୍ରୀମତୀ ସବିତା ନନ୍ଦ ବୌଦ୍ଧ ପାଇଁ, ଶ୍ରୀଯୁକ୍ତ ସମୀର ମହାନ୍ତି ନୟାଗଡ ପାଇଁ,ଶୀ୍ରଯୁକ୍ତ ଅନନ୍ତ ନାୟକ ଖୋର୍ଦ୍ଦାଜିଲ୍ଲା ପାଇଁ, ଶ୍ରୀଯୁକ୍ତ କୃଷ୍ଣ ପାତ୍ର ଯାଜପୁର ଜିଲ୍ଲା ପାଇଁ, ଶ୍ରୀଯୁକ୍ତ ଯତିନ ମହାନ୍ତି ଦେବଗଡ ପାଇଁ, ଶ୍ରୀଯୁକ୍ତ ବିଭୁତି ଜେନା କୋରାପୁଟ ପାଇଁ ,ଶ୍ରୀଯୁକ୍ତ ଶିବାଜୀ ମହାନ୍ତି ମାଲକାନଗିରି ପାଇଁ,ଶ୍ରୀଯୁକ୍ତ ଭୃଗୁବକ୍ସି ପାତ୍ର ରାୟଗଡା ଜିଲ୍ଲା ପାଇଁ , ଶ୍ରୀଯୁକ୍ତ ଧିରେନ ସେନାପତି ସୁନ୍ଦରଗଡ ଜିଲ୍ଲାପାଇଁ,ଶ୍ରୀ ଟଙ୍କଧର ତ୍ରିପାଠୀ ପାନପୋଷ ଜିଲ୍ଲା ପାଇଁ, ବିଧାୟକ ଶ୍ରୀଯୁକ୍ତ ରବି ନାଏକ ବଣେଇ ଜିଲ୍ଲା ପାଇଁ , ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ବିଷ୍ଣୁ ସେଠୀ କେନ୍ଦୁଝର ଜିଲ୍ଲା ପାଇଁ ସଂଯୋଜକ ଭାବେ କାର୍ଯ୍ୟ ତଦାରଖ କରିବେ ।

ଏପ୍ରିଲ ୭ତାରିଖ ରେ ନବରଙ୍ଗପୁର,୮ ତାରିଖ ଦିନ କଳାହାଣ୍ଡି, ୯ ତାରିଖ ଦିନ ବଲାଙ୍ଗିର, ୧୦ ତାରିଖ ଦିନ ବୌଦ୍ଧ,୧୧ ତାରିଖ ଦିନ ନୟାଗଡ,୧୨ ତାରିଖ ଦିନ ଖୋର୍ଦ୍ଧା,୧୪ ତାରିଖ ଦିନ ଯାଜପୁର,୧୬ ତାରିଖ ଦିନ ଦେବଗଡ,୧୮ ତାରିକ ଦିନ କୋରାପୁଟ,୧୯ ତାରିଖ ଦିନ ମାଲକାନଗିରି, ୨୦ ତାରିଖ ଦିନ ରାୟଗଡା, ୨୧ ତାରିଖ ଦିନ ସୁନ୍ଦରଗଡ, ୨୨ ତାରିଖ ଦିନ ପାନପୋଶ, ୨୩ ତାରିଖ ଦିନ ବଣେଇ ଓ ୨୪ ତାରିଖ ଦିନ କେନ୍ଦୁଝରରେ ସମାପ୍ତ ହେବ ବୋଲି ରାଜ୍ୟ ପ୍ରବକ୍ତା ଶୀଯୁକ୍ତ ସଜ୍ଜନ ଶର୍ମା ପ୍ରକାଶ କରିଛନ୍ତି ।

Share in top social networks!