ଜାତୀୟସ୍ତର ପେଣ୍ଟିଂ ପ୍ରତିଯୋଗିତାରେ ଛାତ୍ରୀ ଆୟେଶା ପଟ୍ଟନାୟକ ଶେଷ୍ଠ ବିବେଚିତ

awardumaକେନ୍ଦ୍ରୀୟ ଭୂତଳ ଜଳବୋର୍ଡ ପକ୍ଷରୁ “କେୟାର ଫର ୱାଟର ଫର ଫୁ୍ୟଚର’ ବିଷୟବସ୍ତୁ ଉପରେ ଆୟୋଜିତ ଜାତୀୟ ସ୍ତରୀୟ ପେଣ୍ଟିଂ ପ୍ରତିଯୋଗିତାରେ ଓଡିଶାର ଛାତ୍ରୀ ଶ୍ରେଷ୍ଠ ବିବେଚିତ ହୋଇଛନ୍ତି । ତାଙ୍କ ନାମ ଆୟେଶା ପଟ୍ଟନାୟକ । ଅନୁଗୁଳ ନାଲକୋ ସ୍ଥିତ ଦିଲ୍ଲୀ ପବ୍ଲିକ ସ୍କୁଲର ସେ ହେଉଛନ୍ତି ୮ମ ଶ୍ରେଣୀର ଛାତ୍ରୀ, ଆୟେଶାଙ୍କ ଏହି କୃତୀତ୍ୱ ପାଇଁ କେନ୍ଦ୍ରମନ୍ତ୍ରୀ ସୁଶ୍ରୀ ଉମାଭାରତୀ ସାର୍ଟିଫିକେଟ ଓ ସ୍ମରଣୀକା ସହିତ ୫୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି ।
ଏଠାରେ ସୂଚନାଯୋଗ୍ୟ ଯେ, ଏହି ଜାତୀୟ ପ୍ରତିଯୋଗି ଗତ ୨୦୧୫ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା । ସେଥିରେ ୧୮ହଜାର ସ୍କୁଲର ୧୪ ଲକ୍ଷ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗୀଙ୍କ ମଧ୍ୟରୁ ଓଡିଶାରେ ୫୦ଜଣ ରାଜ୍ୟ ସ୍ତରକୁ ମନୋନୀତ ହୋଇଥିଲେ । ଗତ ଜାନୁୟାରୀ ମାସରେ ସର୍ବଶେଷ ପରୀକ୍ଷାରେ ପ୍ରଥମ ହୋଇ ଆୟେଶା ଜାତୀୟସ୍ତରକୁ ମନୋନୀତ ହୋଇ ସର୍ବଶ୍ରେଷ୍ଠ ବିବେଚିତ ହୋଇଥିଲେ । ଆୟେଶାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Share in top social networks!