ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ।

ଦୂରଦୂରାନ୍ତ ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଗୁରୁତ୍ୱ ଆରୋପ କରି ଜଳକ୍ଳିଷ୍ଟ ଅଞ୍ଚଳରେ ଅଧ#କ ଟ୍ୟାଙ୍କ୍ର ଓ ମୋବାଇଲ ଭ୍ୟାନ୍ ନିୟୋଜିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୪ର୍ଥ ରାଜ୍ୟ ଅର୍ଥ କମିଶନ ଏବଂ ୧୪ଶ କେନ୍ଦ୍ରୀୟ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ଗ୍ରାମ ପଞ୍ଚାୟତ ମାନଙ୍କୁ ଯୋଗାଯାଇ ଥ#ବା ପା=ି ପାନୀୟ ଜଳ ଯୋଗାଣ ଏବଂ ପାନୀୟ ଜଳ ପ୍ରକଳ୍ପ ମରାମତି ଓ ରକ୍ଷରାବେକ୍ଷଣ ଆଦିରେ ବିନିଯୋଗ ବିଷୟରେ ଆବଶ୍ୟକୀୟ ପରାମର୍ଶ ଦେବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପଞ୍ଚାୟତି ରାଜ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସଚିବାଳୟ ସଭା ପ୍ରକୋଷ୍ଠରେ ଏ ସଂକ୍ରାନ୍ତିୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆବଶ୍ୟକତା ଅନୁସାରେ ଗ୍ରାମ ପଞ୍ଚାୟତ ମାନେ ନୂତନ ନଳକୂପ ଖନନ ଓ ପାଇପ୍ ଜଳ ଯୋଗାଣ ପ୍ରକଳ୍ପ କରିପାରିବେ ବୋଲି ସ୍ପଷ୍ଟ କରି ଦିଆଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ୨୦୧୫-୧୬ ବର୍ଷରେ ଗ୍ରାମ ପଞ୍ଚାୟତ ମାନଙ୍କୁ ପ୍ରାୟ ୧୪୦୦ କୋଟି ଟଙ୍କା ଯୋଗାଇ ଦିଆଯାଇଛି । ନୂଆ ନଳକୂପ ଓ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ଡ଼ିପ୍ ବୋରେଓ୍ୱଲ୍ ମାର୍ଚ୍ଚ ମାସରୁ ଜୁନ୍ ମାସ ମଧ୍ୟରେ ଖନନ କରିବା ନିମନ୍ତେ ଗ୍ରାମ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ସମସ୍ତ କ୍ଷେତ୍ର କର୍ମଚାରୀ ଯନ୍ତ୍ରୀ ଏବଂ ଗ୍ରାମ ପଞ୍ଚାୟତ ମାନଙ୍କୁ ପରାମର୍ଶ ଦେଇଛନ୍ତି । ଏହି ସମୟ ମଧ୍ୟରେ ନଳକୂପ ଖନନ କରାଗଲେ ଏହାର ଗଭୀରତା ଜଳ ସ୍ତରର ଆବଶ୍ୟକତା

ଅନୁସାରେ ହୋଇପାରିବ । ଗ୍ରାମାଞ୍ଚଳରେ ପଞ୍ଚାୟତ ମାଧ୍ୟମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଏବଂ ନଳକୂପ ଆଦି କରାଯାଉଥ#ଲେ ମଧ୍ୟ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ବିଭାଗ ଏହାଉପରେ ଦୃଷ୍ଟିରଖ# ଆବଶ୍ୟକୀୟ ବୈଷୟିକ ସହାୟତା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ପାନୀୟ ଜଳ ଜନିତ ଅଭିଯୋଗ ଶୁଣାଣୀ ଓ ତାହାର ତୁରନ୍ତ ସମାଧାନ ନିମନ୍ତେ ଗ୍ରାମ ଉନ୍ନୟନ ବିଭାଗ ତରଫରୁ ସଂଯୋଗ ହେଲ୍ପ୍ ଲାଇନ୍ ନମ୍ବର -୧୮୦୦୨୩୪୫୬୬ ର ବ୍ୟବସ୍ଥା କରାଯାଇଛି । ଏହି ହେଲ୍ପ୍ ଲାଇନ୍ ମାଧ୍ୟମରେ ଅସୁଥ#ବା ଅଭିଯୋଗ ବିଷୟରେ ୪୮ ଘଣ୍ଟା ମଧ୍ୟରେ ଉପଯୁକ୍ତ ପଦକ୍ଷେପ ନିଆଯିବ । ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ ପଦକ୍ଷେପ ନିଆନଗଲେ ଅଭିଯୋଗ ସିଧାସଳଖ ପରବର୍ତ୍ତୀ କର୍ତ୍ତୃପକ୍ଷ ଏବଂ ପ୍ରମୁଖ ଶାସନ ସଚିବଙ୍କ ପାଖରେ ସ୍ୱୟଂକ୍ରିୟ ଉପାୟରେ ପହଞ୍ଚିବାର ବ୍ୟବସ୍ଥା କରାଯାଇଛି । ଏହାଛଡା ଚଳିତ ସପ୍ତାହ ଠାରୁ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ପ୍ରତି ସୋମ ବାର ଦିନ ପଞ୍ଚାୟତି ରାଜ ବିଭାଗରେ ପାନୀୟ ଜଳ ସମ୍ବନ୍ଧୀୟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥ#ଲା । ପଞ୍ଚାୟତି ରାଜ ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଗ୍ରାମ ଉନ୍ନୟନ ବିଭାଗ ଯନ୍ତ୍ରୀ ଏବଂ ପଞ୍ଚାୟତି ରାଜ ବିଭାଗ ଅଧ#କାରୀଙ୍କ ଏହି ମିଳିତ ଶିବିର ଅନୁଷ୍ଟିତ ହେବ ।
ଜିଲ୍ଲାସ୍ତରରେ ଗ୍ରାମୀଣ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ବ୍ଲକ୍ ଓ୍ୱାରୀ ସ୍ଥିତିର ନିୟମିତ ସମୀକ୍ଷା କରି ଆଶୁ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମିଳିଥ#ବା ସୂଚନା ଅନୁଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦,୫୦୦ ଟି ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଏବଂ ୪,୧୦,୦୦୦ ନଳକୂପ ବସାଯାଇଛି ।
ବୈଠକରେ ଗ୍ରାମ ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ପ୍ରଦୀପ୍ତ କୁମାର ମହାପାତ୍ର, ପଞ୍ଚାୟତି ରାଜ ଶାସନ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ନିର୍ଦ୍ଦେଶକ ଶ୍ରୀ ଦେବେନ୍ଦ୍ର ପ୍ରସାଦ ଦାସ, ଗ୍ରାମ ଉନ୍ନୟନ ମୁଖ୍ୟ ଯନ୍ତ୍ରୀ ଶ୍ରୀ ଭଗବାନ ସାହୁ, ଉପ ଶାସନ ସଚିବ ଶ୍ରୀ ସୁବାସ ଚନ୍ଦ୍ର ଦାସଙ୍କ ସମେତ ବରିଷ୍ଠ ଅଧ#କାରୀ ଓ ଯନ୍ତ୍ରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ ।

Share in top social networks!