ଗେଲ୍ ଇଣ୍ଡିଆନ୍ ସ୍ପିଡ଼୍ ଷ୍ଟାର୍ ନିମେନ୍ତେ ଓଡ଼ିଶାରୁ ୧୨ ଜଣ ମନୋନୀତ

GAILINDIAଗେଲ୍ ଇଣ୍ଡିଆନ୍ ସ୍ପିଡ଼୍ ଷ୍ଟାର୍ର ରାଜ୍ୟ ସ୍ତରୀୟ ଚୟନ ପ୍ରକ୍ରିୟା ଆଜି ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ସଫଳତାର ସହ ସମାପ୍ତ ହୋଇଯାଇଛି । ସମୁଦାୟ ୧୨ ଜଣ ଯୁବ କ୍ରୀଡାବିତ୍ ଆସନ୍ତା ମେ ମାସରେ ଦିଲ୍ଲୀରେ ହେବାକୁ ଥିବା ଜାତୀୟ ସ୍ତରୀୟ ଚୟନ ପ୍ରକ୍ରିୟାରେ ଭାଗ ନେବାପାଇଁ ମନୋନୀତ ହୋଇଛନ୍ତି । ଜାତୀୟ ଯୁବ କୋ-ଅପରେଟିଭ୍ ସୋସାଇଟି (ଏନ୍ୱାଇସିଏସ୍) ତରଫରୁ ୨୦୨୦/୨୦୨୪ ଅଲମ୍ପିକ୍ ନିମନ୍ତେ ଭାରତର କୋଣ ଅନୁକୋଣରୁ ଯୁବ ତଥା ଉଦୀୟମାନ କ୍ରୀଡା ପ୍ର୍ତିଭାମାନଙ୍କୁ ଲୋକଲୋଚନକୁ ଆଣିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ କରାଯାଇଛି ଏହି କାର୍ଯ୍ୟକ୍ରମଟି ତାର ଏକ ଅଂଶବିଶେଷ ।

ଓଡିଶାର ବିଭିନ୍ନ ଜିଲ୍ଲା ଯେପରିକି ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ, ଯାଜପୁର, ସୁନ୍ଦରଗଡ଼ ଓ କଟକ ଆଦିରୁ ମନୋନୀତ ହୋଇଥିବା ୧୦୮ ପ୍ରତିଯୋଗୀ ଏବଂ ରାଜ୍ୟ ସ୍ତରୀୟ ଚୟନ ପ୍ରକ୍ରିୟାର ଏକ ଦିନ ପୂର୍ବରୁ ୩୧ ମାର୍ଚ୍ଚ ୨୦୧୬ ରେ ହୋଇଥିବା ଙ୍ଗସକ୍ଷୟ ମବକ୍ସୟ ପ୍ରତିଯୋଗିତା ମାଧ୍ୟମରେ ମନୋନୀତ ୫ ଜଣ କ୍ରିଡାବିତ୍ ଏହି ରାଜ୍ୟ ସ୍ତରୀୟ ଚୟନ ପ୍ରକ୍ରିୟାରେ ଭାଗ ନେଇଥିଲେ ।

ସମୁଦାୟ ୧୨ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ୪ ଜଣ ବାଳିକା ଏବଂ ୮ ଜଣ ବାଳକ ହୋଇଥିବାବେଳେ, ସେମାନଙ୍କ ମଧ୍ୟରୁ ୨ ଜଣ ୨ଟି ଲେଖାଏଁ ବିଭାଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୧୦୦ ମିଟର ଦୈାଡ଼ରେ, ୧୪ ବର୍ଷ ବୟସରୁ କମ ବର୍ଗରେ ଭୁବନେଶ୍ୱରର ଆଶୀଷ ମହାପାତ୍ର ଏବଂ ସୁନ୍ଦରଗଡର ସୁଖୀ ବାସ୍କେ ଯଥାକ୍ରମେ ବାଳକ ଓ ବାଳିକା ବିଭାଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହି ବର୍ଗର ୨୦୦ ମିଟରରେ, ସୁନ୍ଦରଗଡର ଅରବିନ ମିଞ୍ଜ ଓ ଭୁବନେଶ୍ୱରର ରତି ରଞ୍ଜନ ବାଳକ ବିଭାଗରେ ଏବଂ ସୁନ୍ଦରଗଡର ସୁଖୀ ବାସ୍କେ ବାଳିକା ବିଭାଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

୧୭ ବର୍ଷ ବୟସରୁ କମ ବର୍ଗରେ, ୧୦୦ ମିଟର ଦୈାଡରେ ବାଳକ ବିଭାଗରେ କଟକର କାମାକ୍ଷା ନାୟକ ଓ ଭୁବନେଶ୍ୱରର ବିକାଶ କାଶ୍ୟପ ଉତ୍ତୀର୍ଣ୍ଣ ହୋଇଥିବାବେଳେ, ବାଳିକା ବିଭାଗରେ ଭୁବନେଶ୍ୱରର ରାଇବରୀ ତିରିୟା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହି ବର୍ଗର ୨୦୦ ମିଟର ବାଳକ ବିଭାଗରେ କଟକର କାମାକ୍ଷା ନାୟକ, ଭୁବନେଶ୍ୱର କ୍ରିଷ୍ଣା ମୁଣ୍ଡା ଓ କଟକର ପ୍ରସନଜିତ୍ କୁଜୁର ଏବଂ ଭୁବନେଶ୍ୱରର ଜ୍ୟୋସ୍ନା ସାବର ଓ ଲକ୍ଷ୍ମୀ ମୁଦୁଲି ବାଳିକା ବିଭାଗରେ ଉତ୍ତୀର୍ଣ୍ଣ ହୋଇଛନ୍ତି ।

୮୦୦ ମିଟରରେ ୧୭ ବର୍ଷ ବୟସରୁ କମ ବର୍ଗରେ କଟକର ରୋସନ ମିଞ୍ଜ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଚୟନ କମିଟିର ସଦସ୍ୟ ତଥା ଖ୍ୟାତି ସମ୍ପନ୍ନ କ୍ରୀଡାବିତ ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ, ଓଡିଶାର ସଫଳ ଧାବିକା ଦୂତୀ ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଏବଂ ଗେଲ ଇଣ୍ଡିଆର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଦଶକ ଶ୍ରୀ ବି.ସି. ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଜାତୀୟ ସ୍ତରକୁ ମନୋନୀତ ହୋଇଥିବା କ୍ରିଡା ପ୍ରତିଭାମାନଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରିଥିଲେ ।

ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଅବସରରେ କହିଥିଲେ ଯେ, ଭାରତର ବିଭିନ୍ନ ପ୍ରାନ୍ତର ଯୁବ କ୍ରୀଡାବିତମାନଙ୍କୁ ପ୍ରୋସ୍ôାହିତ କରିବା ନିମନ୍ତେ ଏହା ଏକ ଅନନ୍ୟ ପ୍ରୟାସ । ମୋର ଦୃଢ ବିଶ୍ୱାସ, ଏହିଭଳି ପ୍ରୟାସ ସେମାନଙ୍କ ଲୁକ୍କାୟିତ ପ୍ରତିଭାକୁ ବିକଶିତ କରିବା ସହ ଆନ୍ତଜାର୍ତୀୟ ପ୍ରତିଯୋଗିତାମାନଙ୍କରେ ଉତ୍ତମ ପ୍ରଦର୍ଶନ କରିବା ନିମନ୍ତେ ପ୍ରସ୍ତୁତ ହେବା ପାଇଁ ସେମାନଙ୍କୁ ସଠିକ ମାର୍ଗଦର୍ଶନ ଯୋଗାଇଦେବ ।

ସେହିପରି ଅନୁରାଧା ବିଶ୍ୱାଳ କହିଥିଲେ ଯେ, ଭାରତର ବିଭିନ୍ନ ଦୁର୍ଗମ ଅଞ୍ଚଳମାନଙ୍କରେ ଏହିପରି ବହୁ ପ୍ରତିଭା ରହିଛନ୍ତି ଯେଉଁମାନେ କି ଏପରି କାର୍ଯ୍ୟକ୍ରମ ସଂପର୍କରେ ଜାଣିନାହାନ୍ତି ବା କ୍ରୀଡା କ୍ଷେତ୍ରରେ ସେମାନଙ୍କ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଆବଶ୍ୟକ ସମସ୍ତ ସୁବିଧାସୁଯୋଗରୁ ବଞ୍ଚିତ ଅଛନ୍ତି । ଏହି ପ୍ରୟାସ, ଜିଲ୍ଲା ସ୍ତରୀୟ ଚୟନ ପ୍ରକ୍ରିୟାରେ ଏଭଳି ପ୍ରତିଭାମାନଙ୍କୁ ଚିହ୍ନଟ କରିବାରେ ଆମକୁ ସାହାଯ୍ୟ କରିଥିଲା ଏବଂ ଆମକୁ ସେମାନଙ୍କୁ କମ ବୟସରୁ ଉପଯୁକ୍ତ ତାଲିମ ପ୍ରଦାନ କରିବାର ସୁଯୋଗ ଦେଇଛି । ଭାରତରୁ ଆହୁରି ଅଧିକ ଅଲମ୍ପିଆନ ସୃଷ୍ଟି କରି ଟ୍ରାକ ଦୈାଡରେ ଭାରତ ପାଇଁ ଅଧିକରୁ ଅଧିକ ପଦକ ଜିତିବା ହେଉଛି ଆମର ମୂଳ ଲକ୍ଷ୍ୟ ।

ରାଜ୍ୟ ସ୍ତରୀୟ ଚୟନ ପ୍ରକ୍ରିୟାରେ ମନୋନୀତ କ୍ରୀଡାବିତ୍ମାନେ ଆସନ୍ତା ମେ ମାସ ୨୦୧୬ ରେ ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ଶିବିର ଓ ଚୟନ ପ୍ରକ୍ରିୟାରେ ଭାଗ ନେବେ ।
ଜାତୀୟ ଚୟନ କମିଟିର ମୁଖ୍ୟ ତଥା ଖ୍ୟାତିସମ୍ପନ୍ନ ଧାବକ ପିଟି ଉଷାଙ୍କ ସହ ଅଲମ୍ପିଆନ୍ସ ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ ଏବଂ ଏସିଆନ୍ ଓ କମନୱେଲ୍ଥ ମେଡାଲିଷ୍ଟ କବିତା ରାଉତ୍ଙ୍କ ତତ୍ତ୍ୱାବଧାନରେ ନଅ ଜଣ କୃତୀ ଧାବକ ଧାବିକାଙ୍କୁ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେବାକୁ ମନୋନୀତ କରାଯାଇ ଆସନ୍ତା ୨୦୨୦/୨୦୨୪ ଅଲମ୍ପିକ୍ସ ପାଇଁ ସେମାନଙ୍କୁ ପ୍ରସ୍ତୁତ କରାଯିବ ।
ଗେଲ୍ ଇଣ୍ଡିଆ ଲିମିଟେଡ଼୍ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଆଧାରରେ ଏକ ଆଥ୍ଲେଟିକ୍ କାର୍ଯ୍ୟକ୍ରମ ଗେଲ୍ ଇଣ୍ଡିଆନ୍ ସ୍ପିଡ଼୍ ଷ୍ଟାର୍ ହାତକୁ ନେଇଛି । ଭାରତର କୋଣ ଅନୁକୋଣର ଯୁବ ପ୍ର୍ତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ୧୧ରୁ ୧୭ ବର୍ଷର ପିଲାମାନଙ୍କ ପାଇଁ ଟ୍ରାକ୍ ଦୌଡ଼ ୧୦୦ ମିଟର, ୨୦୦ ମିଟର ଏବଂ ୮୦୦ ମିଟରର ଆୟୋଜନ କରାଯାଇ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗଧାଡ଼ିକୁ ଆଣିବା ଗେଲ୍ ଇଣ୍ଡିଆନ୍ ସ୍ପିଡ଼୍ ଷ୍ଟାର ର ମୂଳ ଲକ୍ଷ୍ୟ ।

ଜାତୀୟ ଯୁବ କୋ-ଅପରେଟିଭ୍ ସୋସାଇଟି (ଏନ୍ୱାଇସିଏସ୍) ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି ଯେଉଁଥିରେ କି ୨୦୨୦/୨୦୨୪ ଅଲମ୍ପିକ୍ ପାଇଁ ଜାତୀୟସ୍ତରରେ ଧାବକ ଚୟନ ପ୍ରକ୍ରିୟା ଆୟୋଜନ କରାଯାଇଛି । ସର୍ବଭାରତୀୟସ୍ତରରେ ଗେଲ୍ ଇଣ୍ଡିଆ ଲିମିଟେଡ଼ ୧୦ଟି ରାଜ୍ୟର ପ୍ରାୟ ୫୫ଟି ଜିଲ୍ଳାରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ଯେଉଁଥିରେ କି ୨୫୦୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ତନ୍ମଧ୍ୟରୁ ୮୫୦ ପ୍ରତିଯୋଗୀ ରାଜ୍ୟସ୍ତରୀୟ ଟ୍ରାଏଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ଜାତୀୟ ଯୁବ କୋଅପରେଟିଭ୍ ସୋସାଇଟି ସହ ଆଙ୍ଗଲିୟନ ମେଡାଲ ହଂଟ କମ୍ପାନୀ ଏହି କାର୍ଯ୍ୟକ୍ରମ ପାଇଁ ବୈଷୟିକ ସହାୟତା କରିବ ।

Share in top social networks!