୨୦୩୬ ସ୍ୱତନ୍ତ୍ର ଉକ୍ରଳ ପ୍ରତିଷ୍ଠାର ୧୦୦ ବର୍ଷରେ ଓଡିଶା ବିଶ୍ୱର ଏକ ନମ୍ବର ଅଂଚଳ ହେବ – ଧର୍ମେନ୍ଦ୍ର ପ୍ରଧାନ

dpodishadivasdpodishadivasଓଡିଶାର ସମ୍ଭାବନା, ସଂସ୍କାର ଏବଂ ବୌଦ୍ଧିକ କ୍ଷମତାର ପୃଷ୍ଠଭୂମିରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର
ଶତବାର୍ଷିକୀ ୨୦୩୬ ମସିହା ସୁଦ୍ଧା ପୃଥିବୀର ସବୁଠାରୁ ଅଗ୍ରଣୀ ଅଂଚଳ ହେବାରୁ ଓଡିଶାକୁ କେହି ରୋକି ପାରିବେ ନାହିଁ ବୋଲି କେନ୍ଦ୍ର
ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉକ୍ରଳ ଦିବସରେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ବିଜେପି ଯୁବ ମୋର୍ଚା ପକ୍ଷରୁ ଉକ୍ରଳ ଦିବସ ଅବସରରେ ଆୟୋଜିତ ଆଗେଇବ ଓଡିଶା- ଆଗେଇବ ଯୁବକ ସମାବେଶରେ ଉଦବୋଧନ
ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ ଆଜି ଦିନରେ ଓଡିଶାର ଲୋକ ମାନେ ପୃଥିବୀର ନେତୃତ୍ୱ କରୁଛନ୍ତି । ଆମେରିକାରେ
ବୈଜ୍ଞାନିକ, ଡାକ୍ତର ଓ ସିଲିକନ ଭ୍ୟାଲୀର ସଫ୍ଟବେୟାର ପେଶାଦାର ମାନଙ୍କର ଓଡିଆ ବ୍ୟକ୍ତିବିଶେଷଙ୍କୁ ବାଦ ଦେଲେ ସେଠାରେ ବ୍ୟବସ୍ଥା
ଚାଲି ପାରିବ ନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ । ଯଦି ଓଡିଆ ପାଇପ ମିସ୍ତ୍ରୀ ଦିଲ୍ଲୀରେ କାମ ବନ୍ଦ କରି ଦେବ ତେବେ ପ୍ରଧାନମନ୍ତ୍ରୀ ଓ
ରାଷ୍ଟ୍ରପତିଙ୍କ ଘରକୁ ପାଣି ଯିବନି । ଗୁଜରାଟର ହୀରା ବ୍ୟବସାୟୀ ମାନଙ୍କ ସବୁଠୁ ବିଶ୍ୱସ୍ତ କର୍ମଚାରୀ ହେଉଛନ୍ତି ଓଡିଆ ଲୋକ ବୋଲି ଶ୍ରୀ
ପ୍ରଧାନ ଏହି ସମାବେଶରେ କହିଥିଲେ ।
ବର୍ତମାନର ଓଡିଆମାନଙ୍କ ସଫଳତା ପରି ଅନାଦି ଅନନ୍ତ କାଳରୁ ଓଡିଆ ମାନେ ବିଶ୍ୱରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ।
ଅତୀତର ସାଧବ ପୁଅର ଦରିଆ ପାରି ବ୍ୟବସାୟ ଓଡିଶାକୁ ଆର୍ଥିକ ସମ୍ପନ୍ନତା ଆଣିଥିଲା । ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ର ଗୁଡିକରେ ଏବେ
ଓଡିଆ ଜୀବନର ଛାପ ବେଶ ସ୍ପଷ୍ଟ ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ବ୍ରିଟିଶ ଅମଳରେ ବେଙ୍ଗଲ ପ୍ରେସିଡେନ୍ସିର ଓଡିଶା ଡିଭିଜନରେ ସାକ୍ଷରତା ହାର ସବୁଠୁ ଅଧ୍ଖଳ ଥିବା ଗେଜେଟିୟରରେ ଉଲ୍ଲେଖ ଥିବା ଶ୍ରୀ
ପ୍ରଧାନ କହିବା ସହ ଅତୀତରେ ଓଡିଶାର ଶିକ୍ଷାର ପ୍ରସାର ବହୁଳ ମାତ୍ରାରେ ଥିବାର ତଥ୍ୟ ଉପସ୍ଥାପନ କରିଥିଲେ ।
ପୁରାତନ ଓଡିଶାର ସଂସ୍କାର ଏବେ ବି ସମାଜ ପାଖରେ ବଂଚି ରହିଛି ବୋଲି ଶ୍ରୀ ପ୍ରଧାନ ଯୁକ୍ତି ବାଢିଥିଲେ । ଶ୍ରୀ ମନ୍ଦିର ଗଢିଥିବା ପୁରୀ
ରାଜା ନିଜ ପରିବାରରେ କେହି ନ ବଂଚନ୍ତୁ ବୋଲି ମହାପ୍ରଭୁଙ୍କୁ ଆଶୀର୍ବାଦ ମାଗି ଥିଲେ । ଧରମା କୋଣାର୍କର ମୁଣ୍ଡି ମାରି ସମୁଦ୍ରକୁ ଝାସ
ଦେଇଥିଲେ । ସେହି ପରମ୍ପରାକୁ ଆଗେଇ ନେଇ ଆଶାକର୍ମୀ ଯମୁନାମଣି ନିଜ ପାଇଁ ନୁହେଁ ବରଂ ନିଜ ଅଂଚଳକୁ ମ୍ୟାଲେରିଆ ରୋଗରୁ
ମୁକ୍ତ କରିବାକୁ ସହାୟତା ମାଗିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ ।
ଓଡିଆ ସମାଜ ଅନାଦି ଅନନ୍ତ କାଳରୁ ଜାଗ୍ରତ ରହିଛି । ରାଜା ନ ଥିବା ସତ୍ୱେ ଅଶୋକଙ୍କ ସହ ଲଢି ଲକ୍ଷେ ଓଡିଆ ଆତ୍ମବଳୀ ଦେଇଥିଲେ ।
ମହାପ୍ରତାପୀ ସମ୍ରାଟ ଅଶୋକଙ୍କୁ ଯୁଦ୍ଧରେ ବିଜୟ ପରେ ମଧ୍ୟ ଓଡିଆ ସମାଜ ସାମନାରେ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ବୋଲି ଶ୍ରୀ
ପ୍ରଧାନ କହିଥିଲେ ।
ଅତୀତ ଓ ବର୍ତମାନର ପୃଷ୍ଠଭୂମିରେ ଓଡିଆ ଯୁବକ ମାନଙ୍କର ଇଚ୍ଛାଶକ୍ତି ଓଡିଶାକୁ ପ୍ରଗତିର ଶୀର୍ଷରେ ପହଂଚାଇବାକୁ ସକ୍ଷମ ବୋଲି ଶ୍ରୀ
ପ୍ରଧାନ କହିଥିଲେ । ସୁଇଜରଲ୍ୟାଣ୍ଡ ଓ ସିଙ୍ଗାପୁରର ଜନସଂଖ୍ୟା ଯେତିକି ଓଡିଶାର ୧୮ରୁ ୩୫ ବର୍ଷ ମଧ୍ୟରେ ଥିବା ଯୁବକଙ୍କ ସଂଖ୍ୟା ତା
ଠାରୁ ଅଧିକ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ । ଏହି ଯୁବ ଶକ୍ତିର ପ୍ରଚେଷ୍ଟା ଓ ଓଡିଶାର ସମ୍ଭାବନା ରାଜ୍ୟକୁ ୧ ନମ୍ବର ସ୍ଥାନ ଦେବ
ବୋଲି ଶ୍ରୀ ପ୍ରଧାନ ଦୃଢ ଆଶା ବ୍ୟକ୍ତ କରିଥିଲେ ।

Share in top social networks!