ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଉକ୍ରଳ ଦିବସ ପାଳିତ

congressଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପବିତ୍ର ଉକ୍ରଳ ଦିବସ କଂଗ୍ରେସ ଭବନ, ଭୁବନେଶ୍ୱରରେ ପାଳନ ହୋଇଯାଇଛି । ଏହି ଉପଲକ୍ଷେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନଙ୍କ ସମେତ ବହୁ କଂଗ୍ରେସ ନେତା କଂଗ୍ରେସ ଭବନ ପରିସରରେ ଥିବା ମହାମନିଷୀମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ରବିନ୍ଦ୍ର କୁମାର ସେଠୀ, ଶିବାନନ୍ଦ ରାୟ, ସନ୍ଧ୍ୟା ମହାପାତ୍ର, ସୁଲୋଚନା ଦାସ, ଚିନ୍ମୟ ପ୍ରସାଦ ବେହୁରା, ମନୋରଞ୍ଜନ ଦାଶ, ସୁରେଶ କୁମାର ରାଉତରାୟ, କିଶୋର ଜେନା, ସୁମିତ୍ରା ଜେନା, ହରିଶ୍ ଗୌରାଙ୍ଗ, ବିଣାପାଣି ସାମଲ, ଚିନ୍ମୟ ପ୍ରସାଦ ଦାସ, ଗିରିଜା ଶଙ୍କର ଦାଶ, ସଞ୍ଜୟ ସାହୁ, ବିଜୟ ଦ୍ୱିବେଦୀ, ସୁଧାଂଶୁ ମହାନ୍ତି, ମାନସ ଆଚାର୍ଯ୍ୟ, ପ୍ରଣତି ମିଶ୍ର, ଜୟକୃଷ୍ଣ ମଲିଆ, ଅଭିଷେକ ମହାନନ୍ଦ, ଜାନକୀ ମଲ୍ଲିକ, ସୁଶାନ୍ତ ବେହେରା, ପଦ୍ମାବତୀ ଆଚାର୍ଯ୍ୟ ପ୍ରମୁଖ ବହୁ କଂଗ୍ରେସ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ ।

Share in top social networks!