ଓଡ଼ିଆଣୀଙ୍କ ଅଙ୍କିତ ଝୋଟି ଓ ପୁରାଣ ପାଠରୁ ଆରମ୍ଭ ହେଲା ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା

ପ୍ରଥା,ପରମ୍ପରା ଓ ପରିପାଟୀ ମଧ୍ୟରେ ବଞ୍ଚô ରହିଥିବା ଓଡ଼ିଆଙ୍କର ପରିଚୟ ସହ ଭାଷା,ସଂସ୍କୃତି ତଥା ଓଡ଼ିଆ ଅସ୍ମିତାର ସୁରକ୍ଷା ଏବଂ ପ୍ରଚାର ପ୍ରସାର ଲକ୍ଷ୍ୟରେ ସଂଭାବନା ପକ୍ଷରୁ ଏକ ଦଶନ୍ଧି ଅତିକ୍ରମ କରି ଏକାଦଶ ବର୍ଷରେ ପହଞ୍ଚôଥିବା ଅଭିଯାନ ଓଡ଼ିିଆ ମହୋସôବର ପ୍ରମୁଖ କାର୍ଯ୍ୟକ୍ରମ ତଥା ମୁଖ୍ୟ ଆକର୍ଷଣ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଉକôଳ ଦିବସର ସ୍ମରଣୀୟ ସଂଧ୍ୟାରୁ ଓଡ଼ିଆଣୀମାନଙ୍କ ଦ୍ୱାରା ଝୋଟି ଅଙ୍କନ ଓ ପୁରାଣ ଆବୃତ୍ତିରେ ଜଗନ୍ନାଥ ଦାସ କୃତ ଭାଗବତରୁ ଆରମ୍ଭ ହୋଇଛି । ଏହି ଅନନ୍ୟ କାର୍ଯ୍ୟକ୍ରମ ସହ ଚିତ୍ରାଙ୍କନ ଓ ଓଡ଼ିଆ ହସ୍ତାକ୍ଷରରୁ ଶିଶୁ-କିଶୋର ଓଡ଼ିଆ ସ୍ୱାଭିମାନ ପ୍ରତିଯୋଗିତାର ମଧ୍ୟ ଶୁଭାରମ୍ଭ ହୋଇଛି ।
ଏକାମ୍ର ହାଟର ମୁକ୍ତାକାଶ ମଞ୍ଚ ଓ ସଂଲଗ୍ନ ପରିସରରେ ଓଡ଼ିଆଣୀମାନଙ୍କର ଭଳିକି ଭଳି ସୁଦୃଶ୍ୟ ଝୋଟିର ସୋ÷÷ନ୍ଦର୍ଯ୍ୟ ମଧ୍ୟରେ ପ୍ରାକ୍ତନ କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ବ୍ରଜ କିଶୋର ତ୍ରିପାଠୀଙ୍କ ଦ୍ୱାରା ଉଦ୍ଘାଟିତ ଏହି ଅବସରକୁ ସମ୍ବୋଧିତ କରି ସେ ଉକôଳ ଦିବସ ଭଳି ଓଡ଼ିଆଙ୍କର ସ୍ମରଣୀୟ ଦିବସରୁ ଓଡ଼ିଆତ୍ୱ ବଞ୍ଚାଇବା ପାଇଁ ଏହିଭଳି ଅଭିନବ ଉଦ୍ୟମ ୧୧ବର୍ଷରେ ପହଞ୍ଚôଥିବା ଆନନ୍ଦର ବିଷୟ ବୋଲି କହିଥିଲେ । ଉସôବର ମୁଖ୍ୟ ଅତିଥି ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଆତ୍ୱର ପ୍ରଚାର,ପ୍ରସାର ଓ ଅନୁଭବ ପାଇଁ ଏହି ନିଆରା ପ୍ରୟାସର ଭୂୟସୀ ପ୍ରଶଂସା କରିଥିଲେ । ସଂଭାବନା ତଥା ଓଡ଼ିଆ ମହୋସôବର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଂଧ୍ୟାର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିବା ପ୍ରଖ୍ୟାତ ଗାୟକ ଶ୍ରୀଯୁକ୍ତ ପ୍ରଣବ କିଶୋର ପଟ୍ଟନାୟକ ଓ ୨୦୧୫ର ଶ୍ରେଷ୍ଠ ଓଡ଼ିଆଣୀ ଶ୍ରୀମତୀ ସ୍ୱୟଂପ୍ରଭା ସାହୁ ପ୍ରମୁଖ ମଧ୍ୟ ନିଜ ନିଜର ବକ୍ତବ୍ୟରେ ଏହିଭଳି ଉଦ୍ୟମ କେବଳ ମହୋସôବ ନୁହେଁ ବରଂ ମହା ଆନେ୍ଦାଳନର ରୂପ ନେବା ଆବଶ୍ୟକ ବୋଲି କହିଥିଲେ । ସଂଧ୍ୟାର ଅତିଥି ବକ୍ତା ପ୍ରଫେସର ବିଜୟ ମହାନ୍ତି ଉକôଳ ଦିବସର ତାତ୍ପର୍ଯ୍ୟ ଓ ସ୍ୱତନ୍ତ୍ର ଉକôଳ ଗଠନ ପାଇଁ ସଂଗ୍ରାମ ବିଷୟ ନିଜ ବକ୍ତବ୍ୟରେ ଅବତାରଣା କରିଥିଲେ ।
ସଂଭାବନାର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜାଙ୍କର ପ୍ରାରମ୍ଭିକ ସୂଚନା ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ସୁଦର୍ଶନ ଦାସଙ୍କର ପ୍ରାରମ୍ଭିକ ବକ୍ତବ୍ୟ ସହ ଓଡ଼ିଆ ଜାତୀୟତାବାଦୀ ସଂଗୀତରୁ ଆରମ୍ଭ ହୋଇଥିଲା ଉଦ୍ଘାଟନୀ ସଂଧ୍ୟା । ଜଣାଶୁଣା ଗାୟିକା ଛନ୍ଦା ମିଶ୍ର,ସିଦ୍ଧାନ୍ତ ଶତପଥି,ସତ୍ୟ ସାର୍ଥକ, ସଞ୍ଚôତା ଶୁଭଦର୍ଶିନୀ ଓ ଜ୍ୟୋତିର୍ମୟୀ ନାୟକ ଆଦିଙ୍କ ସ୍ୱରରେ ଓଡ଼ିଆତ୍ୱର ମୂର୍ଚ୍ଛନା ସହ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି “ମୋ ଗାଁ” ଓ “ ଆମ ଭୁବନେଶ୍ୱର”ଚିତ୍ର ଅଙ୍କନ କରି ଶିଶୁ-କିଶୋରମାନେ ପରିବେଶକୁ ବେଶ୍ ମହକାଇଥିଲେ । ଓଡ଼ିଆ ହସ୍ତାକ୍ଷର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ଓଡ଼ିଆ ଲେଖିବାର ଦକ୍ଷତାର ପ୍ରମାଣ ଦେଇଥିଲେ କୁନି କୁନି ଶିଶୁମାନେ ।
ଚିତ୍ରଶିଳ୍ପୀ ସୁବ୍ରତ ମଲ୍ଲିକ, ଚିନ୍ତାମଣି ବିଶ୍ୱାଳ ଓଡ଼ିଆଣୀମାନଙ୍କ ଦ୍ୱାରା ଅଙ୍କିତ ଚିତ୍ରଗୁଡିକର ମୂଲ୍ୟାୟନ କରିବା ବେଳେ ଖୁବ୍ ପ୍ରଶଂସା କରିଥିଲେ । ସେହିଭଳି ଓଡ଼ିଆଣୀମାନଙ୍କ ଦ୍ୱାରା ଆବୃତ୍ତ ପୁରାଣ ପଂକ୍ତିଗୁଡିକୁ ମୂଲ୍ୟାୟନ କରୁଥିଲେ ବିଶିଷ୍ଟ ପୁରାଣ ବିଶାରଦ ଡ. ସୁବାସ ଚନ୍ଦ୍ର ଦାଶ ଓ ପର୍ଶୁରାମ ଦ୍ୱିବେଦୀ ।ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତିଙ୍କ ମୁଖ୍ୟ ପରିଚାଳନା ଏବଂ ସତ୍ୟବ୍ରତ ମହାପାତ୍ର, ରାଜଶ୍ରୀ ଶତପଥି,ଶଶୀପ୍ରଭା ଦାସ,ପ୍ରଫୁଲ୍ଲ ଦେ,ମଧୁଲିତା ପରିଡାଙ୍କର ସଂଚାଳନରେ ଅନୁଷ୍ଠିତ ହୋଇଥିଲା ଏହି ଉଦ୍ଘାଟନ ଉସôବ । ପରବର୍ତ୍ତୀ କାର୍ଯ୍ୟକ୍ରମ ମୁରୁଜ,ରୋଷେଇଜ୍ଞାନ ଓ ଢଗଢମାଳି ପ୍ରତିଯୋଗିତା ମଧ୍ୟରେ ଆସନ୍ତା ଅପ୍ରେଲ-୩ ତାରିଖ ଅପରାହ୍ନରେ ୟୁନିଟ୍-୨ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ ବୋଲି ଆୟୋଜକମାନେ ସୂଚନା ଦେଇଥିଲେ ।

Share in top social networks!