ଜଳ ସେଚନରେ ଆମେ ବହୁତ ପଛରେ ଅଛୁ, ତଥ୍ୟ ଦେଲେ ମନ୍ତ୍ରୀ

ଓଡିଶା ବିକାଶ ର କୁହେଳିକା ସୃଷ୍ଟି କରୁଥିବା ସରକାର ବିଧାନ ସଭାରେ ସଠିକ ତଥ୍ୟ ରଖିବା ପାଇଁ ବାଧ୍ୟ ହୋଇଛନ୍ତି । ତଥ୍ୟ ଅନୁଯାୟୀ ପଂଜାବ ସର୍ବାଧିକ ୮୯% ଜଳସେଚନ ଥିବା ଓ ଓଡିଶା ସର୍ବନିମ୍ନ ୨୮.୩% କରିବାରେ ସମର୍ଥ ହେଉଛି । ସମୁଦାୟ ୫୮.୨୪% ଲକ୍ଷ ହେକ୍ଟର ଚାଷ ଜମି ଭିତରୁ ୨୨.୫୪% କେବଳ ଜଳସେଚିତ । ଓଡିଶାରେ ଦୋଫସଳି ଭିତରୁ ଖରିପ ଟି ଅତ୍ୟନ୍ତ ଗୌଣ । ଧାନ ଫସଲ ଅମଳ ର ୩୨.୨୫% ହେଉଥିବା ବେଳେ ଦେଶର ହାର ୫୮.୬% ହେଉଛି ବାସ୍ତବ ସ୍ତିତି ।
ଆଳୁ ବାର୍ଷିକ ୧.୪ ଲକ୍ଷ ମେଟ୍ରିକ ଟନ୍ ଉତ୍ପାଦନ ହେଉଥିବା ବେଳେ ୯ଲକ୍ଷ ମେଟ୍ରିକ ଟନ୍ ଆବଶ୍ୟକ ଅଛି । ଗତ ବର୍ଷ ୮୦୦୦ ହେକ୍ଟର ଆଳୁ ଚାଷ ହେଉଥିବା ବେଳେ ଦୁର୍ଭାଗ୍ୟ ଜନକ ୨୦୦୮/୯ ବର୍ଷରେ ୭ ଲକ୍ଷ ହେକ୍ଟର ଚାଷ ଜମି ଆଳୁ ଛାଷ କରା ଯାଉଥିଲା ଏଥିରୁ ବୁଝିବାକୁ ପଡିବ ଯେ ଆମ ରାଜ୍ୟ ପ୍ରଗତିର ବିପରିତ ଧାରାରେ ଚାଲିଛି ବୋଲି ବିଜେପି ରାଜ୍ୟ ପ୍ରବକ୍ତା ଦିଲିପ ମହାନ୍ତି କହିଛନ୍ତି ।

Share in top social networks!