ଓଡିଶା ଦିବସର ବାର୍ତା

ଓଡିଶାର ପୁଜ୍ୟ ଗୁରୁଜନ ଓ ମା ଭଉଣୀ ବୃନ୍ଦ, ପ୍ରିୟ ବନ୍ଧୁଗଣ ଓ ସ୍ନେହର ଅନୁଜ ତଥା ଛାତ୍ର ଛାତ୍ରୀମାନଙ୍କୁ ଭାତରୀୟ ଜନତା ପାର୍ଟି, ଓଡିଶା ରାଜ୍ୟ ଶାଖା ତରଫରୁ ‘ଉକôଳ ଦିବସ’ର ଅନେକ ଅନେକ ଶୁଭେଚ୍ଛା!
୧୯୩୬ ମସିହା ଅପ୍ରେଲ ୧ ତାରିଖ ଦିନ ଓଡିଶା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଲା । ଏହା ଭିତରେ ୭୯ ବର୍ଷ ବିତିଗଲାଣି । ସ୍ୱାଧିନତା ପରେ ଅଧିକାଂଶ ସମୟ ଓଡିଶାର ଶାସନ ଦାୟୀତ୍ୱରେ କଂଗ୍ରେସ ରହିଲା । ଗତ ୧୭ ବର୍ଷ ଧରି ନବୀନ ବାବୁ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟୀତ୍ୱରେ ଅଛନ୍ତି । ଆଜିର ଉକôଳ ଦିବସରେ ଓଡିଶାର ବିକାଶ ସ୍ଥିତିକୁ ସମୀକ୍ଷା କରିବାପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ।
ଓଡିଶାରେ ଦାରିଦ୍ର, ବେକାରୀ ଓ ଦାଦନ ସମସ୍ୟା କମିଛି ନା ବୃଦ୍ଧି ପାଇଛି? ଏହି ୭୯ ବର୍ଷ ଭିତରେ ରାଜ୍ୟର ଖଣିଜ ସମ୍ପଦ ଲୁଟ୍ ହୋଇଛି ନା ନାହିଁ? ଏତେ ସଂଖ୍ୟକ ଚାଷୀ ଅତ୍ମହତ୍ୟା କରୁଛନ୍ତି କାହିଁକି? ସ୍କୁଲରେ ପାଠପଢା ହେଉନାହିଁ କାହିଁକି? ସରକାରୀ ଦଳ ଚିଟଫଣ୍ଡ୍ ଦୁର୍ନୀତିରେ ସାମିଲ ହୋଇ ସାଧାରଣ ଲୋକଙ୍କୁ ଠକିଛନ୍ତି କି ନାହିଁ? ଇତିଶ୍ରୀ, ବେବିନା ଭଳି ନୀରିହଙ୍କ ନିର୍ମମ ହତ୍ୟା କାଣ୍ଡ ପାଇଁ ସରକାର ଦାୟୀ ନୁହଁ କି? ଗତ ବର୍ଷ ସମ୍ବଲପୁରରେ ଓ ଏବର୍ଷ କଟକରେ ଜଣ୍ଡିସ୍ ପାଇଁ ସରକାର ଦାୟୀ ନୁହଁ କି? ଆଳୁ, ପିଆଜ ଓ ଅନ୍ୟାନ୍ୟ ଖାଉଟି ସାମଗ୍ରୀର ବାରମ୍ବାର ଅଭାବ ଓ ଦରବୃଦ୍ଧି ପାଇଁ କିଏ ଦାୟୀ? ସାଧାରଣ ଉପଯୁକ୍ତ ଲୋକେ ଖାଉଟି କାର୍ଡରୁ ବଚିଂତ ହୋଇଛନ୍ତି ଏଥିପାଇଁ ସରକାର ଦାୟୀ ନୁହଁ କି? ସରକାର ରାଜ୍ୟରେ ମଦର ବନ୍ୟା ଚାଲୁ ରଖିଛନ୍ତି କାହିଁକି? ଉତମ ସ୍ୱାସ୍ଥ୍ୟ ସେବା ମିଳୁଛି କି?
ଏସବୁ ପ୍ରଶ୍ନର ଉତର ନଖୋଜିଲେ ଉକôଳ ଦିବସଟିକୁ ସଠିକ ଭାବେ ପାଳନ କରୁଛୁ ବୋଲି ଆମେ କହିପାରିବା ନାହିଁ । କଂଗ୍ରେସ ଓ ବିଜେଡି ସରକାର ରାଜ୍ୟକୁ ଲୁଟିଛନ୍ତି ଏବେ ମଧ୍ୟ ବିଜେଡି ସରକାର କେନ୍ଦ୍ର ଯୋଜନାଗୁଡିକୁ ହଡପ କରି ମିଛ କହି ଲୋକଙ୍କୁ ଭୂଆଁ ବୁଲେଇ ଚାଲିଛନ୍ତି । ଏହା କ’ଣ ବନ୍ଦ ହେବନାହିଁ? ଏକ ସୁସ୍ଥ ଓ ସମୃଦ୍ଧ ଓଡିଶା ଗଠନ କ’ଣ ସମ୍ଭବ ନୁହଁ କି?
ଆଜିର ଏହି ପବିତ୍ର ଦିନରେ ସ୍ୱର୍ଗତ ସ୍ୱାଧିନତା ସଂଗ୍ରାମୀ ମହାପୁରୁଷ ମଧୁବାବୁ, ପ.ଗୋପବନ୍ଧୁ ଦାସ, ଗଙ୍ଗାଧର ମେହେର,ଶ୍ରୀ ରାମ ଚନ୍ଦ୍ର ଭଞ୍ଜଦେଓ, ପାରଳା ମହାରାଜ କୃଷ୍ଣଚନ୍ଦ୍ର ଗଜପତି, ଜୟୀ ରାଜଗୁରୁ, ଲକ୍ଷ୍ମଣ ନାୟକ ପ୍ରଭୃତିଙ୍କୁ ମୁଁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଆପଣ ମାନଙ୍କୁ ଏହି ମହାପୁରୁଷ ମାନଙ୍କ ସଂଗ୍ରାମକୁ ମନେପକାଇ ଦେବାକୁ ଚାହୁଁଛି । ଆସନ୍ତୁ ଭାରତୀୟ ଜନତା ପାର୍ଟି ସହିତ ମିଶି ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଓଡିଶାକୁ ଏକ ଜନାଭିମୁଖୀ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସଙ୍କଳ୍ପ ନେବା ଓ ଆମର ଆସନ୍ତା ପୀଢି ପାଇଁ ଓଡିଶାର ସମ୍ପତି ସୁରକ୍ଷିତ ରଖିବା ।
ବନେ୍ଦ ଉକôଳ ଜନନୀ

Share in top social networks!