ଯୁବକ ଆଗେଇଲେ, ଆଗେଇବ ଓଡିଶା-ବିଜେପି ଜୁବମୋର୍ଚ୍ଚା

ଓଡିଶାର ବିକାଶରେ ଯୁବକ ମାନଙ୍କୁ ଭାଗିଦାର କରିବା ପାଇଁ ଆସନ୍ତା କାଲି ଉକ୍ରଳ ଦିବସ ଉପଲକ୍ଷ୍ୟେ ଯୁବକ ଆଗେଇଲେ ଆଗେଇବା ଓଡିଶା ଶୀର୍ଷକ ଏ । ଆଲୋଚନା ଚକ୍ର ଭୂବନେଶ୍ୱର ସ୍ଥିତ ଇଡକଲ ଅଡିଟୋରିୟମ ରେ ପୂର୍ବାହ୍ନ ୯ଟା ବେଳେ ପ୍ରାରମ୍ଭ ହେବ । କାର୍ଯ୍ୟକ୍ରମର ଉଦ୍ଘାଟନ ବିଜେପିର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବସନ୍ତ ପଣ୍ଡା କରିବେ । ମୁଖ୍ୟବକ୍ତା ଭାବେ ଯୁବମୋର୍ଚ୍ଚାର ସର୍ବଭାରତୀୟ ସାଧାରଣ ସମ୍ପାଦକ ଓ ବିଧାୟକ ନିତିନ ନବୀନ ଯୋଗଦେବେ ।

ସମ୍ମାନିତ ଅତିଥି ଭାବେ ବିଜେପିର ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁବକ୍ସି ପାତ୍ର,କାଳନ୍ଦି ସାମଲ ଯୋଗଦେବେ ।ଉକ୍ତ ଆଲୋଚନା ଚକ୍ରରେ ଓଡିଶାର । ଅସୀମ ସମ୍ଭାବନା ଓ ସମ୍ଭାବନା କୁ ବାସ୍ତବତାରେ ପରିଣତ କରିବା ପାଇଁ ଓଡିଆ ଯୁବକର ଯୋଗ୍ୟତା/ ଦକ୍ଷତାର ବିନିଯୋଗ ପ୍ରସଙ୍ଗରେ ବ୍ୟାପକ ଚର୍ଚ୍ଚା ହେବ । ଚର୍ଚ୍ଚାର ପ୍ରସ୍ତାବନା ଯୁବମୋର୍ଚ୍ଚାର ପୂର୍ବତନ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଉମାକନ୍ତ ପଟ୍ଟନାୟକ କରିବେ । ଉକ୍ତ ଛାତ୍ର ଓ ଯୁବ ସମାବେଶରେ ମୁଖ୍ୟ ଅତଥି ଭାବେ କେନ୍ଦ୍ର ପେଟ୍ରୋଲ ମନ୍ତ୍ରୀ ଓ ପ୍ରାକୃତିକ ବାଷ୍ପ ବିଭାଗର ମନ୍ତ୍ରୀ ଶୀ୍ରଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ । କାର୍ଯ୍ୟକ୍ରମର ସଭାପତିତ୍ୱ ଯୁବମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ କରିବେ । ଅତିଥି ପରିଚୟ ଶ୍ରୀଯୁକ୍ତ ଠାକୁର ରଂଜିତ ଦାଶ, ସ୍ୱାଗତ ଭାଷଣ ଶ୍ରୀଯୁକ୍ତ ବିଶ୍ୱରଂଜନ ବଡଜେନା ତଥା ଡଃ ଇରାସିସ ଆଚାର୍ଯ୍ୟ ଧନ୍ୟବାଦ ଦେବେ ବୋଲି ବିଜେପି ମିଡିଆସେଲ ପକ୍ଷରୁ ପ୍ରକାଶ ।

Share in top social networks!