ନୂଆ ଟିମ୍ ଘୋଷଣା କରିଲେ ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡା

bjpବିଜେପି ମହିଳା ସଭାନେତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଆଜି ରାଜ୍ୟ ପଦାଧିକାରୀ ଓ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ନାମ ଘୋଷଣ କରିଛିନ୍ତି । ନୂତନ ଟିମ୍ରେ ୫ଜଣ ଉପ ସଭାନେତ୍ରୀ, ୩ଜଣ ସାଧାରଣ ସଂମ୍ପାଦିକା, ୬ ଜଣ ସଂମ୍ପାଦିକା, ଜଣେ କୋଷାଧକ୍ଷା ଥିବାବେଳେ ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟା ଭାବେ ୭ ଜଣ ଅଛନ୍ତି । ରାଜ୍ୟ କାର୍ଯ୍ୟକାରିଣୀରେ ୨୯ଜଣ ସଦସ୍ୟା ଥିବାବେଳେ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟା ଭାବେ ୨୭ ଜଣ ଅଛନ୍ତି । ଏହା ସହିତ ୨୯ ଟି ସାଂଗଠନିକ ଜିଲ୍ଲା ପାଇଁ ଜିଲ୍ଲା ସଭାନେତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଅଛି ।
ଶ୍ରୀମତୀ କାନନବାଳା ପଟ୍ଟନାୟକ, ସୁଷମା ବିଶ୍ୱାଳ, ସ୍ମୃତି ପଟ୍ଟନାୟକ, ସୁଜତା ବାରିକ ଓ ପିଙ୍କି ପ୍ରଧାନ ଉପସଭାନେତ୍ରୀ ହୋଇଥିବାବେଳେ ପ୍ରଭାତୀ ଶତପଥୀ, ରୁକି୍ମଣୀ ମହାରଣା ଓ ବବିତା ପାତ୍ର ସାଧାରଣ ସଂପାଦିକା ଭାବେ କାର୍ଯ୍ୟଭାର ସମ୍ଭାଳିବେ । ସେହିପରି କଳ୍ପନା ଲେଙ୍କା, ପି.ଲକ୍ଷ୍ମୀ ପଟ୍ଟନାୟକ, ରଶ୍ମି ଦାଶ, ଦିପ୍ତିରେଖା ନାୟକ, ରାଜଲକ୍ଷ୍ମୀ ଦାସ ଓ ଲକ୍ଷ୍ମୀ ହାଂସଦା ସମ୍ପାଦିକା ଦାୟୀତ୍ୱ ତୁଲାଇବେ । କୋଷାଧ୍ୟକ୍ଷା ଭାବେ ବିଜୟଲକ୍ଷ୍ମୀ ମହାପାତ୍ର ଦାୟୀତ୍ୱ ତୁଲାଇବେ । ଘୋଷିତ କମିଟିରେ ବରିଷ୍ଠ ନେତ୍ରୀ ସୁରମା ପାଢି, ସଂଙ୍ଗୀତା ସିଂହଦେଓ, କୁମୁଦୁନି ପଟ୍ଟନାୟକ, ଗାୟତ୍ରୀ ଦାସ, ବିଜୟଲକ୍ଷ୍ମୀ ମିଶ୍ର, ଜୟନ୍ତି ପଢିହାରି ଓ ସିମନ୍ତିନୀ ଜେନା ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟା ଅଛନ୍ତି ।
ସଭାନେତ୍ରୀ ଶ୍ରୀମତୀ ପରିଡାଙ୍କ ନେତୃତ୍ୱରେ ରାଜ୍ୟ ମହିଳା ମୋର୍ଚ୍ଚା ଆସନ୍ତା ୩ ମାସ ମଧ୍ୟରେ ୧୦ ହଜାର ସକ୍ରିୟ ସଦସ୍ୟା ଗଠନ କରିବେ । ରାଜ୍ୟ କାର୍ଯ୍ୟାୟରେ ପ୍ରତ୍ୟେକ ମଙ୍ଗଳବାର ଦିନ ସାଧାରଣ ମହିଳା ଓ ଶିଶୁଙ୍କ ସମସ୍ୟାର ସମାଧାନ ପାଇଁ “ଆମ ସମାଧାନ” ନାମକ ଏକ ପ୍ରକୋଷ୍ଠ ଗଠନ କରାଯାଇ ସମସ୍ୟାର ସମାଧାନ କରାଯିବ । ରାଜ୍ୟର ନିର୍ଯ୍ୟାତିତା ମହିଳା ଓ ଶିଶୁ ମାନକୁ ଦ୍ୱରିତ ନ୍ୟାୟ ପ୍ରଦାନ, ସମସ୍ତ ପୋଲିସ୍ ଥାନାରେ ମହିଳା ଓ ଶିଶୁ ପ୍ରକୋଷ୍ଠର ଗଠନ, ବିଶାଖା ଗାଇଡଲାଇନ ଅନୁଯାୟୀ ସମସ୍ତ କାର୍ଯ୍ୟାଳୟରେ ମହିଳା ସୁରକ୍ଷା ପ୍ରକୋଷ୍ଠର ଗଠନ ଓ କାର୍ଯ୍ୟକାରିତା ପାଇଁ ମହିଳା ମୋର୍ଚ୍ଚା କାର୍ଯ୍ୟ କରିବ ବୋଲି ଶ୍ରୀମତୀ ପରିଡା ଘୋଷଣା କରିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାନେତ୍ରୀ ଶ୍ରୀମତୀ ପରିଡାଙ୍କ ସମେତ ଗାୟତ୍ରୀ ଦାଶ, ସୁରମା ପାଢୀ, ଜୟନ୍ତି ପଢିଆରୀ, ବିଜୟାଲକ୍ଷ୍ମୀ ମିଶ୍ର, ରାଜ୍ୟ ଉପ ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ସମ୍ପାଦିକା ସୀମନ୍ତିନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

Share in top social networks!