ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ନିମେନ୍ତେ ଗେଲ୍ ଇଣ୍ଡିଆନ୍ ସ୍ପିଡ଼୍ ଷ୍ଟାର୍ର ଅଭ୍ୟାସ ଶିବିର ଆରମ୍ଭ

gailଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ରେ ଏପ୍ରିଲ୍ ୧ରେ ହେବାକୁ ଥିବା ଗେଲ୍ ଇଣ୍ଡିଆ ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟା ନିମନ୍ତେ ଜିଲ୍ଲାସ୍ତରୀୟ ଚୟନ ଏବଂ ଙ୍ଗସକ୍ଷୟ ମବକ୍ସୟ ମାଧ୍ୟମରେ ମନୋନୀତ ହୋଇଥିବା ସମୁଦାୟ ୧୧୩ ପ୍ରତିଯୋଗୀଙ୍କ ନିମନ୍ତେ ଆଜି ଅଭ୍ୟାସ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅଭ୍ୟାସ ଶିବିରରେ ଭାରତର ଖ୍ୟାତିସମ୍ପନ୍ନ କ୍ରୀଡ଼ାବିତ୍ ତଥା ଅଲମ୍ପିୟାନ୍ ଅନୁରାଧା ବିଶ୍ୱାଳ, ଏସିଆନ୍ ଗେମ୍ ପଦକଧାରୀ ପୂର୍ଣ୍ଣିମା ହେମ୍ବ୍ରମ୍ ଖେଳିବା ସମୟରେ ଚାପର(ଗ୍ଦଗ୍ଧକ୍ସରଗ୍ଦଗ୍ଦ) ମୁକାବିଲା, ସଠିକ୍ ଶାରିରୀକ ବ୍ୟାୟାମ ଆଦି ସମ୍ପର୍କରେ ଉଦୀୟମାନ ପ୍ରତିଯୋଗୀମାନଙ୍କୁ ଆବଶ୍ୟକୀୟ ସୂଚନା ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ଫିଜିଓଥେରାପି, ମାନସିକ ସ୍ତରରେ ମନୋବଳକୁ ଦୃଢ କରିବା ଆଦି ସମ୍ପର୍କରେ ସ୍ୱତନ୍ତ୍ର ତାଲିମ୍ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କ୍ରୀଡ଼ା ସଂଯୋଜକ ଶ୍ରୀ ଜି ଏସ୍ ରାଜୁ, ଗେଲ୍ ରଫ୍ତାରର ରାଷ୍ଟ୍ରୀୟ ପ୍ରକଳ୍ପ ନିଦେ୍ର୍ଦଶକ ଶ୍ରୀ ହିରଣ୍ୟ ମହାନ୍ତି, ଗେଲ୍ ରଫ୍ତାରର ରାଜ୍ୟ ସଂଯୋଜକ ଶ୍ରୀ ରାଜେଶ୍ ତ୍ରିପାଠୀ ଏବଂ ଜାତୀୟ ଯୁବ ସମବାୟ ସମିତି ଲିମିଟେଡ଼୍ର ବରିଷ୍ଠ କର୍ମକର୍ତ୍ତାମାନେ ଏହି ଅଭ୍ୟାସ ଶିବିରରେ ଉପସ୍ଥିତ ଥିଲେ ।

ଦିନର ପ୍ରଥମାର୍ଦ୍ଧରେ ଗତ ଫେବୃଆରୀ ମାସରେ ଜିଲ୍ଲାସ୍ତରୀୟ ଚୟନ ପ୍ରକ୍ରିୟାରେ ଯେଉଁ ପ୍ରତିଯୋଗୀମାନେ ସୁଯୋଗକୁ ହାତଛଡ଼ା କରିଥିଲେ ଙ୍ଗସକ୍ଷୟ ମବକ୍ସୟ ଜରିଆରେ ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଇଥିଲା । ଆଜି ସକାଳୁ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହୋଇଥିବା ଙ୍ଗସକ୍ଷୟ ମବକ୍ସୟ ଚୟନ ପ୍ରକ୍ରିୟାରେ ଭୁବନେଶ୍ୱର ତଥା ଏହାର ଆଖପାଖ ଜିଲ୍ଲାମାନଙ୍କରୁ ବହୁ ପ୍ରତିଯୋଗୀ ଭାଗ ନେଇଥିଲେ । ରାଜ୍ୟସ୍ତରୀୟ ଙ୍ଗସକ୍ଷୟ ମବକ୍ସୟ ଟ୍ରାଏଲ୍ ମାଧ୍ୟମରେ ଉତ୍ତୀର୍ଣ୍ଣ ହୋଇଥିବା ୫ ଜଣ ପ୍ରତିଯୋଗୀ ଓଡ଼ିଶାର ୬ଟି ଜିଲ୍ଲାରେ ଆୟୋଜିତ ହୋଇଥିବା ଜିଲ୍ଲାସ୍ତରୀୟ ଟ୍ରାଏଲ୍ରେ ଉତ୍ତୀର୍ଣ୍ଣ ୧୦୮ ଜଣ ପ୍ରତିଯୋଗୀଙ୍କ ସହ ମିଶି ୧ ଏପ୍ରିଲ୍ ୨୦୧୬ରେ କଳିଙ୍ଗ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ଟ୍ରାଏଲ୍ ପ୍ରତିଯୋଗିତାରେ ଭାଗ ନେବେ ।

ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଅଲମ୍ପିଆନ୍ ଅନୁରାଧା ବିଶ୍ୱାଳ, ଭାରତୀୟ ଧାବିକା ଦୂତୀ ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ୍ ଆସନ୍ତାକାଲି ଭୁବନେଶ୍ୱରସ୍ଥିତ କଳିଙ୍ଗଷ୍ଟାଡିୟମ୍ରେ ସକାଳ ୭ଟାରୁ ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରୀୟ ଚୟନ ପ୍ରକ୍ରିୟାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ସୂଚନାଯୋଗ୍ୟ, ପ୍ରାରମ୍ଭିକ ପର୍ଯ୍ୟାୟରେ କମିଟି ଦ୍ୱାରା ନିଯୁକ୍ତ ହୋଇଥିବା ସିଲେକ୍ଟର ଏବଂ କୋଚଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲ୍ଲାସ୍ତରୀୟ ଧାବକ ଚୟନ ପ୍ରତିଯୋଗିତା ସମ୍ପୂର୍ଣ୍ଣ ହୋଇଥିଲା ଏବଂ ଏହି ପରବର୍ତ୍ତୀ ଚୟନ ପ୍ରକ୍ରିୟା ପ୍ରତିଭା ଚିହ୍ନଟ ଏବଂ କମିଟି ଦ୍ୱାରା ରଖାଯାଇଥିବା ନିୟମାବଳୀ ଆଧାରରେ କରାଯିବ ।
ଗେଲ୍ ଇଣ୍ଡିଆ ସର୍ବ ଭାରତୀୟ ସ୍ତରରେ ୧୦ଟି ରାଜ୍ୟର ପ୍ରାୟ ୫୫ଟି ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି । ଏହି କ୍ରମରେ ଓଡ଼ିଶାର ୬ଟି ଜିଲ୍ଲା ସ୍ଥାନ ପାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ଗଞ୍ଜାମ, ଅନୁଗୋଳ, ଯାଜପୁର, ସୁନ୍ଦରଗଡ଼ ଓ କଟକ । ଏହି ସବୁ ଜିଲ୍ଳାମାନଙ୍କରେ ଗତ ଫେବୃଆରୀ ମାସରେ ଜିଲ୍ଲାସ୍ତରୀୟ ଟ୍ରାଏଲ ଶେଷ ହୋଇଥିବାବେଳେ ମୋଟ ୨୬୯୬ ପ୍ରତିଯୋଗୀଙ୍କ ମଧ୍ୟରୁ ୧୦୮ ଧାବକ ରାଜ୍ୟସ୍ତରୀୟ ଟ୍ରାଏଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ପ୍ରଥମ ରାଜ୍ୟସ୍ତରୀୟ ଧାବକ ଚୟନ ପ୍ରକ୍ରିୟା ଫେବୃଆରୀ ୨୭-୨୮ରେ ଜୟପୁର ଏବଂ ରାଜସ୍ଥାନରେ ଆୟୋଜନ କରାଯାଇଥିଲା ଯେଉଁଥିରେକି ୬୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ତନ୍ମଧ୍ୟରୁ ୪ ଜଣ ପ୍ରତିଯୋଗୀ ରାଜ୍ୟସ୍ତରୀୟ ଟ୍ରାଏଲ ପାଇଁ ଚୟନ ହୋଇଥିଲେ । କେରଳ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ନୂଆଦିଲ୍ଲୀ ଏବଂ ଗୁଜୁରାଟ ଭଳି ରାଜ୍ୟରେ ଆସନ୍ତା ଏପ୍ରିଲ୍ ମାସରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ । ରାଜ୍ୟରେ ଟ୍ରାଏଲ ଶେଷ ହେବା ପରେ ପ୍ରତିଯୋଗୀମାନେ ନୂଆଦିଲ୍ଲୀସ୍ଥିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟସ୍ତରୀୟ ଚୟନ ପ୍ରକ୍ରିୟାରେ ଭାଗ ନେବେ ।
ଜାତୀୟ ଚୟନ କମିଟିର ମୁଖ୍ୟ ତଥା ଖ୍ୟାତିସମ୍ପନ୍ନ ଧାବକ ପିଟି ଉଷାଙ୍କ ସହ ଅଲମ୍ପିଆନ୍ସ ରଚିତା ମିସ୍ତ୍ରୀ, ଅନୁରାଧା ବିଶ୍ୱାଳ ଏବଂ ଏସିଆନ୍ କମନୱେଲ୍ଥ ମେଡାଲିଷ୍ଟ କବିତା ରାଉତ୍ଙ୍କ ତତ୍ତ୍ୱାବଧାନରେ ନଅ ଜଣ କୃତୀ ଧାବକଙ୍କୁ ପ୍ରଶିକ୍ଷଣ ନେବାକୁ ମନୋନୀତ କରାଯିବ ।
ଗେଲ୍ ଇଣ୍ଡିଆ ଲିମିଟେଡ଼୍ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଆଧାରରେ ଏକ ଆଥ୍ଲେଟିକ୍ କାର୍ଯ୍ୟକ୍ରମ ଗେଲ୍ ଇଣ୍ଡିଆନ୍ ସ୍ପିଡ଼୍ ଷ୍ଟାର୍ ହାତକୁ ନେଇଛି । ଭାରତର କୋଣ ଅନୁକୋଣର ଯୁବ ପ୍ର୍ତିଭାମାନଙ୍କୁ ଲୋକଲୋଚନକୁ ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ୧୧ରୁ ୧୭ ବର୍ଷର ପିଲାମାନଙ୍କ ପାଇଁ ଟ୍ରାକ୍ ଦୌଡ଼ ୧୦୦ ମିଟର, ୨୦୦ ମିଟର ଏବଂ ୮୦୦ ମିଟରର ଆୟୋଜନ କରାଯାଇ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଗଧାଡ଼ିକୁ ଆଣିବା ଗେଲ୍ ଇଣ୍ଡିଆନ୍ ସ୍ପିଡ଼୍ ଷ୍ଟାର ର ମୂଳ ଲକ୍ଷ୍ୟ ।
ଜାତୀୟ ଯୁବ କୋ-ଅପରେଟିଭ୍ ସୋସାଇଟି (ଏନ୍ୱାଇସିଏସ୍) ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି ଯେଉଁଥିରେ କି ୨୦୨୦/୨୦୨୪ ଅଲମ୍ପିକ୍ ପାଇଁ ଜାତୀୟସ୍ତରରେ ଧାବକ ଚୟନ ପ୍ରକ୍ରିୟା ଆୟୋଜନ କରାଯାଇଛି । ସର୍ବଭାରତୀୟସ୍ତରରେ ଗେଲ୍ ଇଣ୍ଡିଆ ଲିମିଟେଡ଼ ୧୦ଟି ରାଜ୍ୟର ପ୍ରାୟ ୫୫ଟି ଜିଲ୍ଳାରେ ଏହି କାର୍ଯ୍ୟକ୍ରମ ହାତକୁ ନେଇଛି ଯେଉଁଥିରେ କି ୨୫୦୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଇଥିଲେ । ତନ୍ମଧ୍ୟରୁ ୮୫୦ ପ୍ରତିଯୋଗୀ ରାଜ୍ୟସ୍ତରୀୟ ଟ୍ରାଏଲ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ଜାତୀୟ ଯୁବ କୋଅପରେଟିଭ୍ ସୋସାଇଟି ସହ ଆଙ୍ଗଲିୟନ ମେଡାଲ ହଂଟ କମ୍ପାନୀ ଏହି କାର୍ଯ୍ୟକ୍ରମ ପାଇଁ ବୈଷୟିକ ସହାୟତା କରିବ ।

Share in top social networks!