ଭାରତୀୟ ରେଡ଼କ୍ରସ୍ ସୋସାଇଟି,ଓଡିଶା ରାଜ୍ୟ ଶାଖା ପକ୍ଷରୁ ରାଜ୍ୟସ୍ତରୀୟ ପ୍ରାଥମିକ ଜରୁରୀ କାଳୀନ ସହାୟତା ପ୍ରଦାନକାରୀ ସ୍ୱେଚ୍ଛାସେବୀ ତାଲିମ ଶିବିର ।

redcrossssଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ବିପର୍ଯ୍ୟୟ ପରିଚାଳନା ବିଭାଗ ଦ୍ୱାରା ରାଜ୍ୟସ୍ତରରେ ଜିଲ୍ଲା ରେଡ଼କ୍ରସ୍ ଶାଖାକୁ ସୁଦୃଢ କରିବା ଏବଂ ପ୍ରାଥମିକ ଜରୁରୀ କାଳୀନ ସହାୟତା ପ୍ରଦାନକାରୀ ସ୍ୱେଚ୍ଛାସେବୀମାନଙ୍କର ଜ୍ଞାନର ପୁନରାବଲୋକନ କରିବା ନିମନ୍ତେ ଏକ ତାଲିମ ଶିବିର ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଆୟୋଜନ କରାଯାଇଅଛି । ବିପର୍ଯ୍ୟୟ ସମୟରେ ଏବଂ ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମୟରେ ଜରୁରୀ କାଳୀନ ସ୍ୱାସ୍ଥ୍ୟ ସେବା ପ୍ରଦାନ ବିଷୟରେ ରେଡ଼କ୍ରସ୍ର ସ୍ୱେଚ୍ଛାସେବୀମାନଙ୍କର ଦକ୍ଷତା ବୃଦ୍ଧି କରିବା ସହିତ ପା୍ରଥମିକ ଜରୁରୀ କାଳୀନ ସହାୟତା ପ୍ରଦାନକାରୀ ଦଳ ଗଠନ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୂଳ ଉଦେ୍ଦଶ୍ୟ । ଏତଦ୍ ବ୍ୟତୀତ ଏହି ତାଲିମ ପ୍ରାପ୍ତ ସ୍ୱେଚ୍ଛାସେବୀମାନେ ସାଧାରଣ ସମୟରେ ଜିଲ୍ଲାର ବିକାଶମୁଖୀ କାର୍ଯ୍ୟକ୍ରମରେ ମୁଖ୍ୟ ଭୁମିକା ଗ୍ରହଣ କରିପାରିବେ ।

ଏହି ତାଲିମ କାର୍ଯ୍ୟକ୍ରମକୁ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡ଼ା. ଚକ୍ରଧର ପଣ୍ଡା ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହିକାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ରେଡ଼କ୍ରସ୍ଦ୍ୱାରା ପ୍ରଚଳିତ ୭ ଗୋଟି ମøଳିକନୀତିକୁ ପାଳନକରି କିପରି ପାରସ୍ପାରିକ ବୁଝାମଣା, ବନ୍ଧୁତା ଓ ସହଯୋଗ ଦୀର୍ଘସ୍ଥାୟୀ ଓ ଅକ୍ଷୁର୍ଣ୍ଣହୋଇ ରହିବ, ଏହାର ଉଦେ୍ଦଶ୍ୟ ଓ ଦାୟୀତ୍ୱ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅବୈତନିକ ଯୁଗ୍ମ ସଚିବ, ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖା ଶୀ୍ରଯୁକ୍ତ ଗୋବିନ୍ଦ ଚନ୍ଦ୍ର ମାହୁନ୍ତ, କାର୍ଯ୍ୟକ୍ରମ ଅଧିକାରୀ, (ସ୍ୱାସ୍ଥ୍ୟ) ଦିଲିପ୍ କୁମାର ମହାନ୍ତି, ଯୁବ ରେଡକ୍ରସ୍ ଅଧିକାରୀ ଡଃ କଳ୍ପନା ଦାସ, କନିଷ୍ଠ ରେଡକ୍ରସ୍ ଅଧିକାରୀ ଶୀ୍ରଯୁକ୍ତ ରାଜକିଶୋର ମହାପାତ୍ର ଯୋଗ ଦେଇଥିଲେ ।

ଶୀ୍ର ବିଜୟ କୁମାର ମହାପାତ୍ର, ବିପର୍ଯ୍ୟୟ ପରିଚାଳନା ସଂଯୋଜକ ଉସôବରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ, ପୁରୀ, କଟକ, ଜଗତସିଂପୁର, ସୋନପୁର, ଗଂଜାମ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୮୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ପ୍ରଥମ ଡାକ୍ତରୀ ସହାୟତା ପ୍ରଦାନକାରୀ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ରେଡ଼କ୍ରସ୍ର ସଂକେତ, ବିଭିନ୍ନ ପ୍ରକାରର ବିପର୍ଯ୍ୟୟରେ ପ୍ରାଥମିକ ଜରୁରୀ କାଳୀନ ସହାୟତା, ପ୍ରାଥମିକ ଉପଚାର, ଆଘାତ ପ୍ରାପ୍ତ ବ୍ୟକ୍ତିକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ, ଜରୁରୀ କାଳୀନ ପରିସ୍ଥିତିରେ ଜଳ ଓ ପରିମଳ ବ୍ୟବସ୍ଥା, ଖାଦ୍ୟ ନିରାପତ୍ତା, ନିଖୋଜ ବ୍ୟକ୍ତିକୁ ତାର ପରିବାର ସହିତ ସମ୍ପର୍କ ସ୍ଥାପନ ଏବଂ ଶବ ସଂସ୍କାର ଆଦି ବିଷୟରେ ତାଲିମ ପ୍ରାପ୍ତ ପ୍ରଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ କରାଯାଇଥିଲା । ପରିଶେଷରେ ଶୀ୍ର୍ର ମହାପାତ୍ର, ବିପର୍ଯ୍ୟୟ ପରିଚାଳନା ସଂଯୋଜକ ଧନ୍ୟବାଦ ପ୍ରଦାନ କରିଥିଲେ ।

Share in top social networks!