ଭାରତୀୟ ରେଡ଼୍କ୍ରସ୍ ସୋସାଇଟି, ଓଡ଼ିଶା ଶାଖାର ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ୍ ମହିଳା ସ୍ୱେଚ୍ଛାସେବୀ ତାଲିମ ଶିବିର ଉଦ୍ୟାପିତ

redcrossଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡ଼ିଶା ଶାଖାର, ଯୁବରେଡ଼କ୍ରସ ଆନୁକୁଲ୍ୟରେ ଏକ ତିନିଦିନିଆ ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ୍ ମହିଳା ସ୍ୱେଚ୍ଛାସେବୀ ଶିକ୍ଷା ତଥା ତାଲିମ ଶିବିର ସ୍ଥାନୀୟ ରେଡ଼କ୍ରସ୍ ଭବନ, ଭୁବନେଶ୍ୱର ଠାରେ ଉଦ୍ୟାପିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୯୦ରୁ ଅଧିକ ଯୁବ ରେଡକ୍ରସ୍ ମହିଳା ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି ।
ଏହି କାର୍ଯ୍ୟକ୍ରମକୁ ତା ୨୮.୦୩.୨୦୧୬ରିଖ ଦିନ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ନିରଞନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ।
ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା ଉକ୍ତ ଉଦ୍ୟାପନୀ ଉସôବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଯେ ସ୍ୱେଚ୍ଛାକୃତ ସେବା ମନୋଭାବ ମହିଳା ମାନଙ୍କର ଅନ୍ତର୍ନିିହିତ ଗୁଣ । ସ୍ୱେଚ୍ଛାସେବା ସହିତ ସମାଜର ସମସ୍ତ କୁସଂସ୍କାର ଏବଂ ସାମାଜିକ ସମସ୍ୟାର ସାମଧାନ ନିମନ୍ତେ ମହିଳା ନେତୃତ୍ୱ ଅବଶ୍ୟାମ୍ଭବୀ ।
ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍ ଏହି ୩ ଦିନିଆ କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ କରିବା ସହିତ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଯୁବ ରେଡ଼କ୍ରସ୍ ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ସମାଜର ସମସ୍ତ ଦୁର୍ବଳ ଶ୍ରେଣୀର ଜନତାଙ୍କ ସହାୟତା ନିମନ୍ତେ ମାନସିକତା ବିକାଶ ଦିଗରେ ଯନôବାନ ହେବାପାଇଁ ପରାମର୍ଶ ଦେଇଥିଲେ ।
ଉକ୍ତ ତିନିଦିବସୀୟ ପ୍ରଶିକ୍ଷଣ ଶିବିରରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ଯ୍ୟକ୍ରମ, ବିପର୍ଯ୍ୟୟ ପରିଚାଳନାରେ ମନୋସ୍ତାତ୍ତ୍ୱିକ ଯତ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା, ଅନୁସନ୍ଧାନ ଓ ଉଦ୍ଧାର ଆଦି ବିଷୟରେ ବିଭିନ୍ନ ଦକ୍ଷ ବ୍ୟକ୍ତିମାନେ ଆସି ପ୍ରଶିକ୍ଷଣ ଦେଇଥିଲେ ।
ଏଥିସହିତ ଯୁବ ରେଡକ୍ରସ୍ ପକ୍ଷରୁ ଗତକାଲି ଧଉଳି ଠାରେ ଏକ ସଫେଇ କାର୍ଯ୍ୟକ୍ରମର ଆୟୋଜନ କରଯାଇଥିଲା । ରେଡକ୍ରସ୍ ପକ୍ଷରୁ କରାଯାଇଥିବା ଏହି ସଫେଇ କାର୍ଯ୍ୟକ୍ରମକୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ମାନେ ପ୍ରଶଂସା କରିବା ସହ ଉସôାହିତ ହୋଇ ସ୍ୱତଃ ସହଯୋଗର ହାତ ବଢାଇଥିଲେ ।
ଏହି ଶିବିରରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ଶିିବିରାର୍ଥୀଙ୍କୁ ପୁରଷ୍କୃତ କରାଯାଇଥିଲା ।
ସୁଶିଲ କୁମାର ପଟ୍ଟନାୟକ, ୟୁବ ରେଡ଼କ୍ରସ୍ ପରାମର୍ଶଦାତା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ସଭା କାର୍ଯ୍ୟ ପରିଚାଳନା କରିଥିଲେ ।
ଶୀ୍ର ଲିଙ୍ଗରାଜ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଡ଼ଃ ସୁବୋଧ ଜଗଦେବ, ୟୁବ ରେଡ଼କ୍ରସ୍ ପରାମର୍ଶଦାତା, ସମସ୍ତ ଅତିଥି ଏବଂ ଶିବିରାର୍ଥୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!