ବାଲୁଙ୍କେଶ୍ୱର ଦେବଙ୍କ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ରାଜଧାନୀ ଉପଖଣ୍ଟ ସରକନ୍ତରା ହାଟସାହି ଗ୍ରାମରେ ବାଲୁଙ୍କେଶ୍ୱର ଦେବଙ୍କ ପୂର୍ଣ୍ଣ୍ୟ ପିଠରେ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ୟାପିତ ହୋଇଯାଇଅଛି । ପ୍ରଥମ ଦିବସରେ ଅଙ୍କୁରାରୋପଣ, ମଣ୍ଡଳାଧିବାସ ଦ୍ୱିତୀୟ ଦିନରେ କଳସ ଶୋଭଯାତ୍ରା, ଅଗ୍ନିସ୍ଥାପନ ତୃତୀୟ ଦିବସରେ ଷୋଡ଼ଷ ଉପ•ର ପୂଜା, ଗୀତା ଆହୁତୀ ଚତୁର୍ଥ ଦିନରେ ମହାଯଜ୍ଞର ପୂର୍ଣ୍ଣାହୂତୀ କରାଯାଇଥିଲା । ଏହି •ରିଦିନଆ କାର୍ଯ୍ୟକ୍ରମରେ ପ୍ରତ୍ୟେକ ସକାଳେ ସୂର୍ଯ୍ୟପୂଜା, ଗୋପୂଜା ହୋଇଥିଲା । ଏହି ଧର୍ମୀୟ କାର୍ଯ୍ୟକ୍ରମରେ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଥିଲା । ପଣ୍ଡିତ ମାନଓ ରଞ୍ଜନ ତ୍ରିପାଠୀଙ୍କ ଦ୍ୱାରା ଉଚ୍ଚାରିତ ବେଦମନ୍ତ୍ର ଧ୍ୱନୀ ଯଜ୍ଞ ମଣ୍ଡପ ପରିସରରେ ଭାବ ଓ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଥିଲା । ମୁଖ୍ୟ କର୍ତ୍ତା ଭାବରେ ଲକ୍ଷୀଧର ସାହୁ, ଯଜ୍ଞ କମିଟିର ପରି•ଳକ ରାମଚନ୍ଦ୍ର ଖୁଣ୍ଟିଆ, ସଭ୍ୟ ବିନାୟକ ସାହୁ, ଉମାକାନ୍ତ ବଳଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ପରି•ଳନା କରିଥିଲେ ।

Share in top social networks!