କଂଗ୍ରେସର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ

ଓଡିଶା ପ୍ରଦେଶ କଂଗ୍ରେସ କାର୍ଯ୍ୟକାରୀ କମିଟିର ନିଷ୍ପତ୍ତି କ୍ରମେ ରାଜ୍ୟରେ ଆଗାମୀ ଏପି୍ରଲ୍ ୧ ତାରିଖ ଠାରୁ ମଇ ୩୧ ତାରିଖ ପର୍ଯ୍ୟନ୍ତ କଂଗ୍ରେସର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ ହେବାକୁ ଯାଉଛି । ଏହି ଅଭିଯାନକୁ ଆନୁଷ୍ଠାନିକ ଭାବରେ ଶୁଭ ଉଦ୍ଘାଟନ କରିବା ପାଇଁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ପ୍ରସାଦ ହରିଚନ୍ଦନ ପ୍ରତ୍ୟେକ ସାଂଗଠନିକ ଜିଲ୍ଲା ନିମନ୍ତେ ବରିଷ୍ଠ କଂଗ୍ରେସ ନେତାମାନଙ୍କୁ ଦାୟିତ୍ୱ ପ୍ରଦାନ କରିଅଛନ୍ତି ।
ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ନିମନ୍ତେ ଶ୍ରୀ ପ୍ରସାଦ ହରିଚନ୍ଦନ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ପାଇଁ ଶ୍ରୀକାନ୍ତ ଜେନା, ପୁରୀ – କାହ୍ନୁଚରଣ ଲେଙ୍କା, ନୟାଗଡ – ରବିନ୍ଦ୍ର କୁମାର ସେଠୀ, କଟକ – ନିରଞ୍ଜନ ପଟ୍ଟନାୟକ, କଟକ ନଗର – ନରସିଂହ ମିଶ୍ର, ଜଗତସିଂହପୁର – ଶରତ ରାଉତ, କେନ୍ଦ୍ରାପଡା – ମତଲୁବ ଅଲ୍ଲୀ, ଯାଜପୁର – ସୁରେଶ କୁମାର ରାଉତରାୟ, ବାଲେଶ୍ୱର – ଜୟଦେବ ଜେନା, ମୟୁରଭଞ୍ଜ – ସମୀର କୁମାର ରାଉତରାୟ, ଢେଙ୍କାନାଳ – ଚିରଞ୍ଜିବ ବିଶ୍ୱାଳ, ଅନୁଗୁଳ – ଶିବାନନ୍ଦ ରାୟ, ସମ୍ବଲପୁର – ହେମାନନ୍ଦ ବିଶ୍ୱାଳ, ଦେବଗଡ – କିଶୋର ଚନ୍ଦ୍ର ପଟେଲ, ସୁନ୍ଦରଗଡ – ଡ. ଯୁଧିଷ୍ଠିର ଜେନା, ରାଉରକେଲା – ଗଣେଶ୍ୱର ବେହେରା, ଝାରସୁଗୁଡା – ରଞ୍ଜିବ ବିଶ୍ୱାଳ, ବରଗଡ – ଡ. ପ୍ରଫୁଲ୍ଲ ମାଝୀ, ବଲାଙ୍ଗୀର – ସୁବଳ ସାହୁ, ସୁବର୍ଣ୍ଣପୁର – ପ୍ରକାଶ ଚନ୍ଦ୍ର ଦେବତା, କଳାହାଣ୍ଡି – ନବକିଶୋର ଦାସ, ନୂଆପଡା – ପ୍ରଦୀପ ମାଝୀ, କନ୍ଧମାଳ – ସଦନ ନାୟକ, ବୌଦ୍ଧ – ଗୁରୁପଦ ନନ୍ଦ, ଗଞ୍ଜାମ – ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ଗଜପତି – ଚନ୍ଦ୍ରଶେଖର ସାହୁ, କୋରାପୁଟ – ଜଗନ୍ନାଥ ପଟ୍ଟନାୟକ, ରାୟଗଡା – ତାରାପ୍ରସାଦ ବାହିନୀପତି, ନବରଙ୍ଗପୁର – ଜଗନ୍ନାଥ ପଟ୍ଟନାୟକ, ମାଲକାନାଗିରି – ଭୁଜବଳ ମାଝୀ, କେନ୍ଦୁଝର – ରାମଚନ୍ଦ୍ର ଖୁଣ୍ଟିଆ ଓ ଭଦ୍ରକ – ରମାକାନ୍ତ ମିଶ୍ର ରହିଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଉପସଭାପତି ଶ୍ରୀ ରବିନ୍ଦ୍ର କୁମାର ସେଠୀ ଜଣାଇଛନ୍ତି ।

Share in top social networks!