କଟକ ଭୁବନେଶ୍ୱର ପୌର ନିଗମରେ ପି.ପି.ପି. ପ୍ରକଳ୍ପ ତ୍ୱରାନ୍ୱିତ ।

ccକଟକ ଓ ଭୁବନେଶ୍ୱର ପୌର ନିଗମରେ କାର୍ଯ୍ୟକାରୀ କରାଯାଉଥ#ବା ସରକାରୀ ଓ ବେସରକାରୀ ସହଭାଗିତା ପ୍ରକଳ୍ପ (ପି.ପି.ପି. ) ର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହୋଇଛି । ଆଜି ସଚିବାଳୟଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀ ଏହି କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥ#ଲେ । ପ୍ରକଳ୍ପର ପ୍ରତିଟି କାର୍ଯ୍ୟ ପାଇଁ ସମୟ ନିର୍ଘଣ୍ଟ ସ୍ଥିର କରି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଜନିଜ ବିଭାଗର କାର୍ଯ୍ୟ ଶେଷ କରିବା ପାଇଁ ମୁଖ୍ୟ ଶାସନ ସଚିବ ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥ#ଲେ । ପ୍ରକଳ୍ପ ପ୍ରତିଷ୍ଠା ଏବଂ ପରିଚାଳନାରେ ଉପଯୁକ୍ତ ପରିମଳ ବ୍ୟବସ୍ଥା ସହ ପରିବେଶ ସୁରକ୍ଷା ଓ ନିରାପତ୍ତା ଆଦି ନିଶ୍ଚିତ କରିବା ନିମନ୍ତେ ମଧ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ନିର୍ଦ୍ଦେଶ ଦେଇଥ#ଲେ ।
ବିଶେଷତଃ ଭୁବନେଶ୍ୱର ଏବଂ ନିକଟବର୍ତ୍ତୀ ସହରାଞ୍ଚଳରେ ବୃହତ୍ ଜଳଯୋଗାଣ ପ୍ରକଳ୍ପ କଟକ ଭୁବନେଶ୍ୱର ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଆଦିର ଅଗ୍ରଗତି ବିଷୟରେ ବୈଠକରେ ଆଲୋଚନା ହୋଇଥ#ଲା । ପ୍ରାପ୍ତ ସୂଚନାରୁ ଜଣାପଡିଛି, ବୃହତ ଜଳଯୋଗାଣ ପ୍ରକଳ୍ପ ପାଇଁ ୧୮୭.୭୧ କୋଟି ଟଙ୍କା ଏବଂ କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପାଇଁ ୨୫୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ଜଳଯୋଗାଣ ପ୍ରକଳ୍ପ ଦ୍ୱାରା ସି-ଫୁଡ୍ ପାର୍କ, ଇନ୍ଫୋସିଟି -୨, ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଖୋର୍ଦ୍ଧା ପୌରାଞ୍ଚଳ ଏବଂ ଜଟଣୀ ପୌରାଞ୍ଚଳ ଆଦିକୁ ଜଳଯୋଗାଣ କରାହେବ । ଏଥ#ପାଇଁ ଇନ୍ଟେକ୍ େଓ୍ୱଲ୍, ପମ୍ପ ହାଉସ୍ ଓ ଜଳ ଟ୍ରିଟମେଣ୍ଟ ପ୍ଲାଣ୍ଟ୍ ଆଦିର କ୍ଷେତ୍ରସ୍ତରୀୟ କାର୍ଯ୍ୟ ଆରମ୍ଭ ହୋଇଛି । ସେହିପରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ପାଇଁ ପି.ପି.ପି. ପାର୍ଟନର ସହ ଚୁକ୍ତିନାମା ସ୍ୱାକ୍ଷର, ଜମି ଲାଇସେନ୍ସ୍ ଏଗ୍ରିମେଣ୍ଟ, ପ୍ଲାଣ୍ଟ ପ୍ରତିଷ୍ଠା ନିମନ୍ତେ ପ୍ରଦୁ୍ୟଷଣ ବୋର୍ଡ଼ ଅନୁମତି ଆଦି କାର୍ଯ୍ୟ ଶେଷ ହୋଇଛି । ଉଭୟ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଆବଶ୍ୟକ ଆନ୍ତ-ବିଭାଗୀୟ ସମନ୍ୱୟ, ୧୧ କେଭି ବିଦୁ୍ୟତ ଲାଇନ୍ର ସ୍ଥାନାନ୍ତରିକରଣ ଏସ୍.ଓ.ଜି. କାମ୍ପସ୍ ଏବଂ ଚନ୍ଦକା ଜଙ୍ଗଲ ଜମିରେ ଭୁତଳ ପାଇପ୍ ଲାଇନ୍ ନିର୍ମାଣ ଆଦି ବିଷୟରେ ବୈଠକରେ ଆଲୋଚନା ହୋଇ ସେସବୁର ସମାଧାନ ସୁତ୍ର ନିର୍ଦ୍ଧାରଣ କରାଯାଇଥ#ଲା ।
ବି.ଏମ୍.ସି. ମୁନିସିପାଲ କମିଶନର ଶ୍ରୀ କିଶନ କୁମାର ପ୍ରକଳ୍ପଗୁଡିକର ଅଗ୍ରଗତି ସମ୍ବନ୍ଧରେ ସଦ୍ୟତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା ପାଇଁ ବିଭିନ୍ନ ବିଷୟ ଉତ୍ଥାପନ କରିଥ#ଲେ । ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମୀ ଉନ୍ନୟନ ପା=ିର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଶିଶିର କୁମାର ରଥୋ, ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ଲଳିତ ଦାସଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀ, ଯନ୍ତ୍ରୀ, ପି.ପି.ପି. ସେଲ୍ର ସଂଯୋଜକ ଶୁଭ୍ର ରଂଜନ ମିଶ୍ର ଓ ପି.ପି.ପି. ପାର୍ଟନର ସଂସ୍ଥାର ପ୍ରତିନିଧ# ମାନେ ବୈଠକର ଆଲୋଚନାରେ ଅଂଶଗ୍ରହର କରିଥ#ଲେ ।

Share in top social networks!