ଓଡିଶା ସରକାର ଋଣ କରି ଘିଅ ଖାଉଛନ୍ତି : ବିଜେପି

bjppandaabjppandaaସମାଜରେ କିଛି ନିକମା, ଅଳସୁଆ, ଠକ ଓ ଆର୍ଥିକ ବିଶୃଙ୍ଖଳିତ ଲୋକ ଥାଆନ୍ତି ଯେଉଁମାନେ ଆୟକୁ ଦେଖି ବ୍ୟୟ କରନ୍ତି ନାହିଁ । ଆୟ କମିବା ପାଇଁ ଅନ୍ୟକୁ ଦୋଶ ଦେଇ, ଋଣ କରି ବିଳାସବ୍ୟସନ କରିଥାନ୍ତି । ଏହାକୁ କୁହାଯାଏ “ଋଣମ୍ କୃତ୍ୱା – ଘୃତମ୍ ପିବେତ୍” । ସରକାରୀ ଦଳଟିଏ ମଧ୍ୟ ଏପ୍ରକାର ମନୋବୃତି ପୋଷଣ କରିପାରେ । ପଶ୍ଚିମବଙ୍ଗରେ ଗତଦିନରେ ଶାସକ ବାମଦଳ ସମୟରେ ରାଜ୍ୟର ଋଣଭାର ଅତିରିକ୍ତ ବଢି ଯାଇଥିଲା । ଏବେ ଓଡିଶାରେ ବିଜୁ ଜନତା ଦଳ ସରକାର “ଋଣକରି ଘିଅ ଖାଇବା” ତତ୍ୱ ଆପଣେଇଛନ୍ତି । ଖର୍ଚ୍ଚର ସୀମା ବଜେଟର ୩.୨% ବଢାଇବା ପାଇଁ ରାଜି, ଆର୍ଥିକ ଉତରଦାୟୀ ଆଇନର ସଂଶୋଧନ କରିଛନ୍ତି । ଏହାକୁ ଲୁଚାଇବାକୁ ଯାଇ ରଜ୍ୟ ଅର୍ଥ ମନ୍ତ୍ରୀ କହିଛନ୍ତି ଆମେ ଋଣକରି ଘିଅ ପିଉ ନାହୁଁ ।

ଯଦି ଋଣକରି ଘିଅ ପିଉନାହାନ୍ତି, ତେବେ ସରକାର ଋଣ କେଉଁ ବାବଦକୁ କରିଛନ୍ତି । ବଜେଟ ଖର୍ଚ୍ଚକୁ ଦେଖିଲେ ଜଣାଯାଏ ଯେ ଅଣଯୋଜନା ଖର୍ଚ୍ଚ ବଜେଟର ୪୩.୪୯ ପ୍ରତିଶତ ଥିବାବେଳେ ଯୋଜନା ଖର୍ଚ୍ଚ ପ୍ରାୟ ସମାନ । ଯଦି ସରକାର ଅଣଯୋଜନା ଖର୍ଚ୍ଚ ବଜେଟର ୩୦ ପ୍ରତିଶତ ସୀମିତ କରିଥାନ୍ତେ ତେବେ ଆମେ ବିଶ୍ୱାସ କରନ୍ତୁ ଯେ ସରକାର ଖର୍ଚ୍ଚ କାଟ କରି ଯେଉଁ ଋଣ କରୁଛନ୍ତି ତାହା ମୋଟା ମୋଟି ଯୋଜନା ବାବଦରେ ଖର୍ଚ୍ଚ ହେବ । କିନ୍ତୁ ସରକାର ସେପରି କରିନାହାନ୍ତି । ଯେହେତୁ ସରକାରଙ୍କର ଖର୍ଚ୍ଚ କମାଇବାପାଇଁ ଆଗ୍ରହ ନାହିଁ ତେଣୁ ଦୁଇଦିନ ତଳେ ଖବରକାଗଜରେ ପ୍ରକାଶ ପାଇଲା ଯେ ମନ୍ତ୍ରୀ ,ଅଫିସର, ଜିଲ୍ଲାଯୋଜନା କମିଟି ଅଧ୍ୟକ୍ଷଙ୍କ ମାନଙ୍କ ପାଇଁ ଦାମିକା ଏସ୍ଇଉଭି ଗାଡି କିଣାଯିବ । ସରକାର ଯେଉଁ ଘିଅ ଖାଇବା ପାଇଁ ଋଣ କରୁଛନ୍ତି, ଏ ଅଧିକାର ତାକୁ ଲୋକେ ଦେଇଛନ୍ତିକି ? କାରଣ ଶେଷରେ ଲୋକେ ହିଁ ଋଣ ବୋଝ ବହନ କରିବେ । ଅସତ୍ୟ ଆଉ କେତେଦିନ ଚାଲିବେ ବୋଲି ବିଜେପି ରାଜ୍ୟ ପ୍ରବକ୍ତା ଶ୍ରୀ ଦିଲିପ ମହାନ୍ତି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।

Share in top social networks!