ବିଜେଡି ସରକାରଙ୍କର କେନ୍ଦ୍ର ଅବହେଳା ମନ୍ତ୍ର ଏକ ମିଥ୍ୟା ପ୍ରଚାର : ବିଜେପି

8360_1695377697345907_6537469550968147886_nଓଡିଶା ସରକାର ୨୦୧୫-୧୬ ବର୍ଷର ଅର୍ଥôକ ବଜେଟ୍ ଲୋକଙ୍କ ଆଗରେ ଉପସ୍ଥାପିତ କରିଛନ୍ତି । ଓଡିଶାର ୯୪୦୫୨.୬୫ କୋଟି ବଜେଟ୍ ଆୟକୁ ଦେଖିଲେ ଜଣାଯାଏ ଯେ ରାଜ୍ୟ ଟିକସ ଓ ଅଣ ଟିକସ ଆୟ ମୋଟ ୩୩୦୨୨.୯୩ କୋଟି (ନିଜସ୍ୱ ଟିକସ ଆୟ ୨୩୨୪୦.୦୦ ଓ ନିଜସ୍ୱ ଅଣ ଟିକସ ଆୟ୯୮୨୨.୯୩ । ଅନ୍ୟ ପକ୍ଷରରେ କେନ୍ଦ୍ରର ଅର୍ଥôକ ଅବଦାନ ଦେଖିଲେ ଜଣାଯାଏ ଯେ ଏହା ମୋଟ ୫୫୧୦୩.୭୮କୋଟି ( ଅନୁଦାନ ୧୮୫୩୬.୨୨ କୋଟି ଓ ଟିକସ ବାବଦ ଦେୟ ୨୬୫୬୭.୫୬ କୋଟି) ଏଥିରୁ ଜଣାଯାଏ ଯେକେନ୍ଦ୍ର ରାଜ୍ୟ ବଜେଟ୍ ର ଏକ ବଡ ପୃଷ୍ଟ ପୋଷକ ।

ଏହା ବ୍ୟତୀତ ରାଜ୍ୟ ସରକାର ଯେଉଁ ଋଣ କରୁଛନ୍ତି କେତେକ କ୍ଷେତ୍ରରେ ଏହାର ଗ୍ୟାରେଂଟି କେନ୍ଦ୍ର ସରକାର ଦିଅନ୍ତି । ରାଜ୍ୟ ବଜେଟ୍ କୁ ଅନୁଦାନ ଓ ଟିକସ ଦେବା ବ୍ୟତୀତ କେନ୍ଦ୍ର ସରକାର ରେଳ, ଜାତୀୟ ରାଜପଥ ସରକାରୀ ଉଦ୍ୟୋଗ ସ୍ଥାପନ ଓ ଉନ୍ନତି କରଣ ବାବଦରେ ଯାହା ଖର୍ଚ୍ଚ କରୁଛନ୍ତି ତାହାରାଜ୍ୟ ସରକାର ଲୋକଙ୍କୁ ଜଣାନ୍ତି ନାହିଁ । ସତକଥା ଲୋକଙ୍କୁ ନକହି କେନ୍ଦ୍ର ଅବହେଳା ଭଳି ମିଛ କଥା କହି ବିଜେଡିସରକାର ଲୋକଙ୍କୁ ଆଉ କେତେଦିନ ଭୁତେଇବେ? ଆଂଚଳିକ ଦଳ ହିସାବରେ ନିଜକୁ ବଞ୍ଚାଇବା ପାଇଁ ଓ ନିଜର ପାରିବାଦୁର୍ବଳତାକୁ ଘୋଡାଇବା ପାଇଁ ବିଜେଡି କେନ୍ଦ୍ର ଅବହେଳା ସ୍ଳୋଗାନ୍ ଗାଇଚାଲିବା ହାସ୍ୟସ୍ପଦ ।ବରଂ ରାଜ୍ୟ ସରକାରନିଜର ସମ୍ବଳ ବୃଦ୍ଧି କରନ୍ତୁ, ନକରି ପାରିଲେ ସରକାରରୁ ଦୂରେଇ ଯାଆନ୍ତୁ । ଋଣ ଭାରରେ ରାଜ୍ୟକୁ ବୁଡେଇ, କେନ୍ଦ୍ରକୁ ଦୋଷ ଦେଇ ବିଜେଡି ଆଉ କେତେଦିନ ମିଛ କଥା କହି ରାଜନୀତି କରିବ ବୋଲି ଶ୍ରୀଯୁକ୍ତ ସୁଦିପ୍ତ ରାୟ ପ୍ରଶ୍ନ କରିଛନ୍ତି ।

Share in top social networks!