ତୃତୀୟ ଜାତୀୟ ଭାଷା ସମ୍ମିଳନୀ ଉଦଯାପିତ; ଓଡିଆଭାଷାର ବିକାଶ ପ୍ରତ୍ୟେକ ଓଡିଆଙ୍କ ଦାୟିତ୍ୱ

confଭାଷା ସଂକଟରେ ଅଛି କହି ଭାଷାକୁ ଅବହେଳା କରିବା ବଦଳରେ ଓଡିଆଭାଷାକୁ ଜ୍ଞାନ ଓ ସଂପର୍କର ଭାଷା ଭାବରେ ଗଢି ତୋଳିବାର ଆବଶ୍ୟକ ପ୍ରତ୍ୟେକ ଓଡିଆଙ୍କର ରହିଛି ବୋଲି ଆଜି ତୃତୀୟ ଜାତୀୟ ଭାଷା ସମ୍ମିଳନୀର ଉଦଯାପନ ଉତ୍ସବରେ ବିଶିଷ୍ଟ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି । ଭୁବନେଶ୍ୱରର ଆଇ.ଆଇ ଟି ପ୍ରେକ୍ଷାଗୃହରେ ଅନୁଷ୍ଠିତ ଏହି ଉତ୍ସବର ଉଦଘାଟକ ଖାଦ୍ୟ ଓ ଯୋଗାଣମନ୍ତ୍ରୀ ଶ୍ରୀଯୁକ୍ତ ସଂଜୟ ଦାସବର୍ମା ଓଡିଆର ପରିଚୟ ବହନ କରିଥିବା ଭାଷା ଓଡିଆଙ୍କଠାରୁ ଦୂରେଇଯିବା ମାନସିକତାହିଁ ଭାଷା ସଂକଟ ଜନିତ ଭୟ ସୃଷ୍ଟି କରିଛି । ତେବେ ଶାସ୍ତ୍ରୀୟତାର ଫଳ ସ୍ୱରୂପ ଅଢେଇ ହଜାର ବର୍ଷର ଓଡିଆଭାଷା ବହୁ ସଂଘର୍ଷ କରି ଆଜି ପର୍ଯ୍ୟନ୍ତ ବଞ୍ଚôରହିଥିବାରୁ ଏହାର ସୁରକ୍ଷାପାଇଁ ବିଳାପ କରିବା ଯେତିକି ଦୋଷାବହ, ଏହାର ବ୍ୟବହାରପାଇଁ ବିମୁଖ ହେବା ତାଠାରୁ ଅଧିକ ଅପରାଧ । ତେଣୁ ଭାଷା ଲୋପ ପାଇଯାଉଛି ବୋଲି ଚିକ୍ରାର ନ କରି ଏହାର ବିକାଶ ଓ ସମୃଦ୍ଧିପାଇଁ କାର୍ଯ୍ୟ କରିବାଦ୍ୱାରା ସବୁ ସଂକଟ ଆପେଆପେ ଦୂର ହୋଇଯିବ ବୋଲି କହିଥିଲେ । ସମ୍ମାନସ୍ପଦ ବକ୍ତା ଭାବରେ ଗୌହାଟୀ ବିଶ୍ୱବିଦ୍ୟାଳୟର ପ୍ରଫେସର ଜ୍ୟୋସ୍ନା ବିଶ୍ୱାଳ ନିଜ ବକ୍ତବ୍ୟରେ ଶିକ୍ଷାର ମାନ ଓ ଭାଷାର ଆବଶ୍ୟକତା ଉପରେ ତୁଳନାତ୍ମକ ଚିତ୍ର ଦେବା ସହ ଆମଭାଷା ହିଁ ଆମ ପରିଚୟ ହୋଇଥିବାରୁ ଏହାର ପରିସର ଆହୁରି ବ୍ୟାପକ କରିବାପାଇଁ ଶିକ୍ଷା ଓ ଗବେଷଣାରେ ଓଡିଆଭାଷାର ପ୍ରୟୋଗ କରିବା ଆବଶ୍ୟକ ବୋଲି ମତ ରଖିଥିଲେ ।
ଚାରିଦିନ ଧରି ଚାଲିଥିବା ଏହି ସମ୍ମିଳନୀରେ ଦେଶବିଦେଶରୁ ୫୭ଜଣ ବିଦ୍ୱାନ ନିଜନିଜର ଭିତ୍ତିପତ୍ର ପ୍ରଦାନ କରିଥିବାବେଳେ ଓଡିଶାର ନୌବାଣିଜ୍ୟ ଏବଂ ଭାରତ ମହାସାଗରର ଉପକଣ୍ଠରେ ଥିବା ବିଭିନ୍ନ ରାଜ୍ୟ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ, ଓଡିଆ ବ୍ୟାକରଣର ଉଭ୍ଭବଠାରୁ ଆଧୁନିକକ ସ୍ଥିତି, କମ୍ପୁ୍ୟଟରରେ ଓଡିଆଭାଷାର ପ୍ରୟୋଗ ଓ ଭାଷାବିଜ୍ଞାନ ସହ ସମ୍ପର୍କ, ଅନୁବାଦ, ଭାଷା ଓ ଗଣମାଧ୍ୟମ ବିଷୟରେ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି ଆଲୋଚନାଚକ୍ରରେ ଓଡିଆ ସଫ୍ଟୱେର ପ୍ରସ୍ତୁତ କରୁଥିବା ଭାରତର ବିଭିନ୍ନ ବିଶ୍ୱବିଦ୍ୟାଳୟର କମ୍ପୁ୍ୟଟର ବିଜ୍ଞାନୀ, ଆମେରିକା, ସିଙ୍ଗାପୁର, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ବନାରସ, ପୁନେ, ନୂଆଦିଲ୍ଲୀ, ମୁମ୍ବାଇରେ ଅବସ୍ଥାପିତ ବିଭିନ୍ନ ଗବେଷକ, ଇଂଜିନିୟର ଶିକ୍ଷାବିତ ତଥା ଓଡିଶାର ବିଭିନ୍ନ ବିଦ୍ୱାନ, କମ୍ପୁ୍ୟଟର ବିଦ୍ୟାର୍ଥୀଗଣ ଭାଗ ନେଇ ନିଜ ନିଜର ମତ ରଖିଥିଲେ । ଶ୍ରୀ ଶଙ୍କର୍ଷଣ ପରିଡା ଅତିଥି ପରିଚୟ ଦେବା ସହିତ ପ୍ରଫେସର ଓଁକାରନାଥ ମହାନ୍ତି ଏହି ପାଠଚକ୍ରର ଆଭିମୁଖ୍ୟ ସ୍ପଷ୍ଟ କରି କହିଥିଲେ ଯେ, ଅନୁଷ୍ଠାନ ଓଡିଆ ଭାଷା ଶାସ୍ତ୍ରୀୟମାନ୍ୟତା ପାଇବାପାଇଁ ଯେଉଁଭଳି ଭାବରେ ଗୁରୁତର ସହ କାମ କରୁଥିଲା, ପାଇବା ପରେ ମଧ୍ୟ ଓଡିଆଭାଷାକୁ କିପରି ଓଡିଆ ଜନସାଧାରଣଙ୍କ ନିକଟରେ ତଥା ବିଶ୍ୱବାସୀଙ୍କ ନିକଟରେ ପହଞ୍ଚା ଯାଇପାରିବ, ସେ ବିଷୟରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଚାଲିଛି । ସମ୍ମିଳନୀର ଅଧ୍ୟକ୍ଷ ତଥା ବିଶିଷ୍ଟ ଭାଷାବିତ ଡଃ ଦେବୀପ୍ରସନ୍ନ ପଟ୍ଟନାୟକ ନିଜ ସଭାପତିତ୍ୱ ଅଭିଭାଷଣରେ ଆଲୋଚନାର ଆବଶ୍ୟକତା ସମ୍ପର୍କରେ ସୂଚନା ଦେଇ କହିଲେ ଯେ, ଓଡିଆଭାଷାକୁ ଜୀବନର ଭାଷା ଭାବରେ ପ୍ରତିଷ୍ଠା କରିବାପାଇଁ ସର୍ବପ୍ରଥମେ ଓଡିଆ ବିଶ୍ୱବିଦ୍ୟାଳୟ ଓ କେନ୍ଦ୍ରିୟ କ୍ଲାସିକାଲ ଓଡିଆ ସଂସ୍ଥା ପ୍ରତିଷ୍ଠା କରିବା ସର୍ବାଦୌ ଆବଶ୍ୟକ । ଏଥିପାଇଁ ଦିର୍ଘଦିନ ଧରି ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଯେଉଁ କାର୍ଯ୍ୟ କରି ଆସୁଛି, ତାହାର ଏକ ଅଂଶବିଶେଷ ହେଉଛି ପ୍ରତିବର୍ଷ ଜାତୀୟ ସ୍ତରର ଭାଷା ସମ୍ମିଳନୀ ଆୟୋଜନ କରାଇ ଓଡିଆ ଭାଷାର ମହତ୍ୱ ପ୍ରତିପାଦିତ କରିବା ସହିତ ଏହାର ଦୃଢ ଭିତ୍ତି ପ୍ରସ୍ତୁତିପାଇଁ ବିଦ୍ୱାନମାନଙ୍କୁ ଏକତ୍ରିତ କରିବା । ଆଜି ଓଡିଆକୁ ବିଶ୍ୱସ୍ତରରେ ପହଞ୍ଚାଇବାପାଇଁ ଓଡିଆ ବିଶ୍୍ୱବିଦ୍ୟାଳୟ ସ୍ଥାପନ କଥା ଉଠିଲାବେଳେ ଏଥିପାଇଁ ବିଭିନ୍ନ କ୍ଷେତ୍ରରେ ଓଡିଆଭାଷା ବ୍ୟବହାରର ଆବଶ୍ୟକତା ରହିଛି ।
ଆଜିର ସକାଳ ଅଧିବେଶନକୁ ଶିଳ୍ପ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀପ୍ରସାଦ ମିଶ୍ର ଓ ଉଚ୍ଚଶିକ୍ଷାମନ୍ତ୍ରୀ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ଉପସ୍ଥିତ ରହି ଓଡିଆବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମିଳିତ ଭାବରେ ଘୋଷଣା କରିଥିବାବେଳେ ଅସ୍ଥାୟୀ ଭାବରେ ଏହି ଆଇ ଆଇଟି କ୍ୟାମ୍ପସରେ ଓଡିଆ ବିଶ୍ୱବିଦ୍ୟାଳୟ ଚାଲିବ ବୋଲି ସରକାରଙ୍କ ନିଷ୍ପତ୍ତିକୁ ପୁନରାବୃତ୍ତି କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠାନର ନିଦେ୍ର୍ଦଶକ ପ୍ରଫେସେର ବ୍ରଜେନ୍ଦ୍ର ପ୍ରସାଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସନ୍ତୋଷ ପାତ୍ର ଓ ରାଜେନ୍ଦ୍ର ମହାରଣାଙ୍କୁ ଉପଢୌକନ ପ୍ରଦାନ କରାଯାଇଥିଲା ।

Share in top social networks!