ସ୍ଥାଣୁତା, ଅପାରଗତା ଓ ଭ୍ରଷ୍ଟାଚାର ବିରୁଦ୍ଧରେ ନିର୍ଣ୍ଣାୟକ ଲଢେଇ ହେବ, ବି.ଜେ.ପି

bjppandaଭାରତୀୟ ଜନତା ପାର୍ଟୀର ନବଗଠିତ ରାଜ୍ୟ କାର୍ଯ୍ୟକାରିଣୀର ବୈଠକରେ ଦଳର ସମସ୍ତ କାର୍ଯ୍ୟକର୍ତା ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଶାର ବିକାଶ ପାଇଁ, ସାଧାରଣ ଲୋକଙ୍କର ଅଧିକାର ଓ ବର୍ତମାନ ସ୍ଥିତି ଆଧାରରେ ବ୍ୟାପକ ଜନ ସଂଘର୍ଷ ସହିତ ଜନକଲ୍ୟାଣ ବାର୍ତା ନେଇ ଗାଁ-ଗାଁକୁ ଯିବେ ।
ରାଜ୍ୟ କାର୍ଯ୍ୟକାରିଣୀରେ ଦୁଇଟି ପ୍ରସ୍ତାବ ରାଜ୍ୟର କୃଷି- କୃଷକ ସମସ୍ୟା ଓ ରାଜନୈତିକ ସ୍ଥିତି ନେଇ ଦୀର୍ଘ ଆଲୋଚନା ପରେ କାର୍ଯ୍ୟକାରିଣୀରେ ଗୃହୀତ ହୋଇଛି । ରାଜ୍ୟ ସଭାପତି ବସନ୍ତ ପଣ୍ଡା ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ ତଥା ସମସ୍ତ ବରିଷ୍ଠ ନେତା ମାନେ କାର୍ଯ୍ୟକାରିଣୀରେ ଦଳର ଆଭିମୁଖ୍ୟ ଓ କାର୍ଯ୍ୟକ୍ରମ ନେଇ ମତ ବିନିମୟ କରିଥିଲେ ।
ଅପର ପକ୍ଷରେ ଓଡିଶାରେ ୭୦ ଭାଗ ଲୋକ ଚାଷ ଓ ଏହାର ଆନୁଷଙ୍ଗିକ କ୍ଷେତ୍ରରେ ନିଜର ଜୀବିକା ପାଇଁ ନିର୍ଭର କରୁଥିବା ବେଳେ କୃଷି କ୍ଷେତ୍ରର ରାଜ୍ୟ ଅର୍ଥନୀତିରେ ମାତ୍ର ୧୫ ଭାଗ ଯୋଗଦାନ ନେଇ ରାଜ୍ୟ କାର୍ଯ୍ୟକାରିଣୀରେ ଘୋର ଉଦବେଗ ପ୍ରକାଶ କରାଯାଇଥିଲା ।
ନରେନ୍ଦ୍ର ମୋଦିଙ୍କର କୃଷି ଓ କୃଷକ କଲ୍ୟାଣ କାରି ଯୋଜନାକ, ଜନ ଆନେ୍ଦାଳନରେ ପରିବର୍ତନ କରିବା ପାଇଁ ପ୍ରଧାନମବୀ କୃଷି ସିଂଚାଇ ଯୋଜନା, ସରଳ ଓ ସହଜ କୃଷି ବୀମା , ଉତ୍ପାଦନ ବୃଦ୍ଧି ଓ ସଂରକ୍ଷଣ ଓ ଚାଷୀକୁ ଉପଯୁକ୍ତ ମୂଲ୍ୟ ପାଇଁ ଦୂରଦର୍ଶୀ ଯୋଜନା ଓଡିଶାର ସାଧାରଣ ଚାଷୀ କିପରି ଲାଭ ନେଇ ପାରିବ ସେଥି ପାଇଁ ଦଳ ତୃଣମୂଳ ସ୍ତରରେ ଲୋକଙ୍କ ଅଧିକାର ନେଇ ସେମାନଙ୍କୁ ସଚେତନ କରିବ ବୋଲି କାର୍ଯ୍ୟକାରିଣୀରେ ଯୋଜନା ପ୍ରସ୍ତୁତ ହୋଇଛି ।
ରାଜ୍ୟ ସରକାରଙ୍କର ସ୍ଥାଣୁତା ଓ ଦିଗହରା ଯୋଜନା ପାଇଁ ରାଜ୍ୟର ପ୍ରଗତି ମନ୍ଥର ହୋଇଛି ଓ ସାଧାରଣ ଓଡିଆ ଲୋକ ସେମାନଙ୍କର ହକ ପାଇବାରୁ ବଂଚିତ ହୋଇଛନ୍ତି ବୋଲି ଏହି କାର୍ଯ୍ୟକାରିଣୀ ବୈଠକରେ ଅଭିଯୋଗ କରା ଯାଇଛି । ବିଜେପି କର୍ମୀ ମାନେ ଗାଁ-ଗାଁରେ ସ୍କୁଲ, ଆଙ୍ଗନବାଡି କେନ୍ଦ୍ର, ପଂଚାୟତ, ବ୍ଲକ, ତହସିଲ ଓ ଡାକ୍ତର ଖାନାମାନଙ୍କୁ ଯାଇ କେନ୍ଦ୍ର ସରକାର ପ୍ରଚୁର ଅର୍ଥ ଯୋଗାଇ ଦେଉଥିବା ବେଳେ ଅର୍ଥର ବିନିଯୋଗ ରାଜ୍ୟ ସରକାର କେମିତି କରୁଛନ୍ତି ତାହାର ସମୀକ୍ଷା କରିବା ସଙ୍ଗେ ସଙ୍ଗେ ଲୋକ ଲୋଚନରେ ରାଜ୍ୟ ସରକାରଙ୍କର ଅପାରଗତାର ପର୍ଦାଫାସ କରିବେ ।
ରାଜ୍ୟ ସରକାରଙ୍କ ଅପରଣାମ ଦର୍ଶୀତା ଓ ଦିଗହରା ନୀତି କାରଣରୁ ରାଜ୍ୟର ଲୋକଙ୍କୁ ଋଣ ଭାରରେ ବୁଡାଉଛନ୍ତି । ନିଜସ୍ୱ ଆୟ ବୃଦ୍ଧି ହେଉ ନାହିଁ । ଦରମା ପେନସନ ଓ ସୁଧ ପରିଶୋଧ ପାଇଁ ନିଜସ୍ୱ ଆୟ ନିଅଂଟ
ହେଉଛି । ରାଜ୍ୟର ସବୁ ବିକାଶ କାର୍ଯ୍ୟ କେନ୍ଦ୍ରୀୟ ସହାୟତା ଉପରେ ନିର୍ଭରଶୀଳ । ମାତ୍ର ରାଜ୍ୟ ସରକାର ବିନା ଆଧାରରେ କେନ୍ଦ୍ରୀୟ ଅବହେଳାର ଯେଉଁ ଡ୍ରାମା କରୁଛନ୍ତି ତଥ୍ୟ ଆଧାରରେ ବିତର୍କ ପାଇଁ ଦଳ ତରଫରୁ ଆହ୍ୱାନ ଦିଆଯାଇଛି ।

କୃଷି କ୍ଷେତ୍ରକୁ ଅଗ୍ରାଧିକାର ଦେଇ ରାଜ୍ୟରେ ବିଗତ ୧୬ ବର୍ଷ ମଧ୍ୟରେ କେତେ ଜଳ ସେଚନ ହୋଇଛି ଏବଂ କୃଷି ଉଦେ୍ଦଶ୍ୟରେ ସରକାର କେତେ ବିଦୁ୍ୟତ ବ୍ୟବହାର ବ୍ୟବସ୍ଥା କରିଛନ୍ତି, ରାଜ୍ୟ ସରକାର ତାହା ନେଇ ଏକ ସ୍ୱେତ ପତ୍ର ଜାରି କରିବାକୁ ବିଜେପି କାର୍ଯ୍ୟକାରିଣୀ ଦୃଢ ଦାବି କରିଛି ।

ସମସ୍ତଙ୍କୁ ପକ୍କାଘର, ସବୁ ଘରେ ଶୁଦ୍ଧ ପାନୀୟ ଜଳ ଏଥିରେ ଶୌଚାଳୟ ବ୍ୟବସ୍ଥା କାହା ଅର୍ଥରେ ହେଉଛି ? ଗ୍ରାମୀଣ ବିଜୁଳି ସଂଯୋଗ କାହା ଅର୍ଥରେ ହେଉଛି ଓ ବିଳମ୍ବିତ ସଂଯୋଗ ପାଇଁ ଦାୟୀ କିଏ, ପ୍ରାଥମିକ ଶିକ୍ଷା କାହା ପାଇଁ ବିପର୍ଯ୍ୟସ୍ତ, ଡାକ୍ତରଖାନା ଡାକ୍ତର ଶୂନ୍ୟ, ଆଙ୍ଗନବାଡି କେନ୍ଦ୍ରର ଅବସ୍ଥା ଖରାପ କାହିଁକି ଏହାର ଜବାବ ବିଜେପି କାର୍ଯ୍ୟକର୍ତା ମାନେ ଗାଁ ଗାଁରେ ଲୋକ ମାନଙ୍କ ଆଗରେ ଉପସ୍ଥାପନ କରିବେ ।

ନୂତନ ଖାଦ୍ୟ ସୁରକ୍ଷା ଆଇନରେ ୩୦ ଟଙ୍କା ମୂଲ୍ୟର ଚାଉଳରେ ମୋଦି ସରକାର ୨୭ ଟଙ୍କା ରିହାତି ଦେଉଛନ୍ତି । ଓଡିଶାର ୭୮ ଭାଗ ଲୋକ ଏଥିରେ ସାମିଲ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ସାଧାରଣ ଗରୀବ ଓଡିଆର ରାସନ କାର୍ଡ ବିଜେଡି ନେତା ଓ କର୍ମୀ ହଡପ କରିବାର ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ପଂଚାୟତ ସ୍ତରରେ ଯୋଗ୍ୟ ହିତାଧିକାରୀଙ୍କ ଲଢେଇ ବିଜେପି ଲଢିବ ।

ଏପ୍ରିଲ ମାସରୁ କ୍ରମାଗତ ଭାବରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ମାନେ ମଣ୍ଡଳ ସ୍ତରରେ ଦୁଇଟି ବିଷୟ ନେଇ ଆନେ୍ଦାଳନ କରିବେ । ପ୍ରଥମଟି ଚାଷୀଙ୍କୁ ତୁରନ୍ତ ମରୁଡି ଜନିତ କ୍ଷତି ପୁରଣ ମିଳୁ ଓ ଦ୍ୱିତୀୟଟି ହେଉଛି ରାସନ କାର୍ଡର ଦୁର୍ନୀତି ଲୋକଲଚନକୁ ଆଣିବେ ।

Share in top social networks!