ଏପ୍ରିଲ ୧ରୁ କଂଗ୍ରେସର ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ

କଂଗ୍ରେସ ଦଳ ପକ୍ଷରୁ ରାଜ୍ୟରେ ଆସନ୍ତା ଏପ୍ରିଲ-୧ ରୁ ମେ ୩୧ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରାଯିବ । ଦୀର୍ଘ ୨ମାସ ଧରି •ଲିବାକୁ ଥିବା ଏହି ଅଭିଯାନକୁ ୩୩ ଟି ସାଂଗଠନିକ ଜିଲ୍ଲାରେ ଜିଲ୍ଲା କଂଗ୍ରେସ ସଭାପତି,ବ୍ଲକ କଂଗ୍ରେସ ସଭାପତି ଏବଂ ଗତ ବିଧାନ ସଭା ନିର୍ବାଚନର ଦଳୀୟ ପ୍ରାର୍ଥୀମାନଙ୍କ ସହଯୋଗରେ ଦଳର ବରିଷ୍ଠ ନେତୃମଣ୍ଡଳୀ ମାନେ ଏହି ଅଭିଯାନର ଶୁଭ ଉଦ୍ଘାଟନ କରିବେ । ରାଜ୍ୟର ସମସ୍ତ ୩୫୮୯୬ ବୁଥରେ ବୁଥ କମିଟି ମାନ ଗଠନ କରାଯାଇ ସଂଗଠନକୁ ସକି୍ରୟ କରାଯିବା ସହିତ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ସ୍ତରରେ ପ୍ରାଚୀର ଲେଖା, ପ୍ରଚାର ପତ୍ର, ବ୍ୟାନର ଆଦି ଆବଶ୍ୟକୀୟ ପ୍ରଚାର ସାମଗ୍ରୀ ମାଧ୍ୟମରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବ ।

Share in top social networks!