ଭାରତୀୟ ରେଡ଼୍କ୍ରସ୍ ସୋସାଇଟି, ଓଡ଼ିଶା ଶାଖାର ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ୍ ମହିଳା ସ୍ୱେଚ୍ଛାସେବୀ ତାଲିମ ଶିବିର

redcrossସ୍ଥାନୀୟ ଭାରତୀୟ ରେଡ଼କ୍ରସ୍ ସୋସାଇଟି, ଓଡ଼ିଶା ଶାଖା, ଯୁବରେଡ଼କ୍ରସ ଆନୁକୁଲ୍ୟରେ ଏକ ତିନିଦିନିଆ ରାଜ୍ୟସ୍ତରୀୟ ଯୁବ ରେଡ଼କ୍ରସ୍ ମହିଳା ସ୍ୱେଚ୍ଛାସେବୀ ତାଲିମ ଶିବିର ବୌଦ୍ଦ ସୋସାଇଟି, ଓଡ଼ିଶା ଶାଖାଠାରେ ଉଦ୍ଘାଟିତ ହୋଇଯାଇଅଛି । ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୭୦ରୁ ଅଧିକ ଯୁବ ରେଡକ୍ରସ୍ ମହିଳା ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ନିରଞନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଅଭିଭାଷଣରେ କହିଲେଯେ ସେବା, ସ୍ୱାସ୍ଥ୍ୟ ଓ ବନ୍ଧୁତ୍ୱ ରେଡ଼କ୍ରସ୍ର ମୁଳ ମନ୍ତ୍ର ଅଟେ ଏବଂ ଏହାହିଁ ବ୍ୟକ୍ତିତ୍ୱ ବିକାଶର ପରମ ଆୟୁଧ । ଏହା ଦ୍ୱାରା ସକରାତ୍ମକ ଚିନ୍ତାଧାରାର ବିକାଶ ଘଟେ । ଜଣେ ସ୍ୱେଚ୍ଛାସେବୀ କାହାର ଆଦେଶକୁ ଅପେକ୍ଷାନକରି ନିଜର ହୃଦୟର ଆଦେଶକୁ ମାନିବା ଦରକାର ଏବଂ ସ୍ୱେଚ୍ଛାସେବୀର ସ୍ୱଭାବ କେବେ କାହାରିକୁ କ୍ଷତି କରେନାହିଁ କିମ୍ବା ସମାଜର ଅବନତି କରେନାହିଁ ।

ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡିଶା ରାଜ୍ୟ ଶାଖାର ଅବୈତନିକ ସଚିବ ଡଃ ଚକ୍ରଧର ପଣ୍ଡା ସ୍ୱାଗତ ଭାଷଣରେ ସ୍ୱେଚ୍ଛାସେବୀମାନେଙ୍କୁ ସମାଜର ମୁଖ୍ୟ ସୋ୍ରତରେ ସାମିଲ ହୋଇ ସାମାଜିକ ବିଧି ବ୍ୟବସ୍ଥା ଭିତରେ କାଳାତିପାତକରିବା ପାଇଁ ଉପଦେଶ ଦେଇଥିଲେ । ଏହି ପରିପେକ୍ଷୀରେ, ଡଃ ପଣ୍ଡା ରେଡ଼କ୍ରସ୍ର ପ୍ରତିଷ୍ଠାତା ହେନେରୀ ଡ଼ୁନାଣ୍ଟଙ୍କର ଜୀବନଶ÷÷ଳୀ ତଥା ରେଡ଼କ୍ରସ୍ର ପ୍ରତିଷ୍ଠା ବିଷୟରେ ଆଲୋଚନା କରିଥିଲେ ।

ଯୁବ ରେଡ଼କ୍ରସ୍ ଅଧିକାରୀ ମେଜର ଡ଼ଃ କଳ୍ପନା ଦାସ୍ ଏହି ୩ ଦିନିଆ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ଉକ୍ତ ତିନିଦିବସୀୟ ପ୍ରଶିକ୍ଷଣ ଶିବିରରେ ରେଡ଼କ୍ରସ୍ର ଇତିହାସ, ମୌଳିକ ନୀତି, ରେଡ଼କ୍ରସ୍ର ଚିହ୍ନ ଏବଂ ଏହାର ବ୍ୟବହାର, ଏଡ଼ସ୍ ସଚେତନତା ଓ ରେଡ ରିବନ କ୍ଳବର କାର୍ଯ୍ୟକ୍ରମ, ବିପର୍ଯ୍ୟୟ ପରିଚାଳନାରେ ମନୋସ୍ତାତ୍ତ୍ୱିକ ଯତ୍ନ, ସ୍ୱେଚ୍ଛାକୃତ ରକ୍ତଦାନ, ସଡକ ସୁରକ୍ଷାରେ ଯୁବ ରେଡ଼କ୍ରସ୍ର ଭୁମିକା, ବିପର୍ଯ୍ୟୟ ପରିଚାଳନା, ଜଳବାୟୁ ପରିବର୍ତ୍ତନ ଓ ପରିବେଶ ସୁରକ୍ଷା, ଅନୁସନ୍ଧାନ ଓ ଉଦ୍ଧାର ଆଦି ବିଷୟରେ ପ୍ରଶିକ୍ଷଣ ଦେବାର କାର୍ଯ୍ୟକ୍ରମ ରହିଛି ।

ସୁଶିଲ କୁମାର ପଟ୍ଟନାୟକ, ୟୁବ ରେଡ଼କ୍ରସ୍ ପରାମର୍ଶଦାତା, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଶୀ୍ର ଲିଙ୍ଗରାଜ ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । ଡ଼ଃ ସୁବୋଧ ଜଗଦେବ, ୟୁବ ରେଡ଼କ୍ରସ୍ ପରାମର୍ଶଦାତା, ସମସ୍ତ ଅତିଥି ଏବଂ ଶିବିରାର୍ଥୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Share in top social networks!