ଭୁବନେଶ୍ୱର କିଟ୍ କଲେଜର ଅଭିନବ ଧର ଓ ସିଦ୍ଧାର୍ଥ ମିଶ୍ର ଟାଟା କ୍ରୁସିବଲ କ୍ୟାମ୍ପସ୍ କୁଇଜ୍ ୨୦୧୬ ଆଞ୍ଚଳିକ ରାଉଣ୍ଡର ବିଜେତା

tatacricieଟାଟା ଗ୍ରୁପ୍ର ଏହି ଜ୍ଞାନ ଭିତ୍ତିକ ପଦକ୍ଷେପ ଟାଟା କ୍ରୁସିବଲ କ୍ୟାମ୍ପସ୍ କୁଇଜ୍ ଭୁବନେଶ୍ୱରର ଆଞ୍ଚଳିକ ରାଉଣ୍ଡ ଗତ ୨୩ ତାରିଖ ଦିନ ଉତ୍ସାହପୂର୍ଣ୍ଣ ଓ ମସ୍ତିଷ୍କର ଚିତାକର୍ଷକ ଲଢେଇ ସହ ସମାପ୍ତ ହୋଇଛି । ଭୁବନେଶ୍ୱର କିଟ୍ କଲେଜର ଅଭିନବ ଧର ଓ ସିଦ୍ଧାର୍ଥ ମିଶ୍ର ୯୫ଟି ଟିମ୍କୁ ହରାଇବା ପରେ ଜାଭିୟର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟରେ ଆୟୋଜିତ ଟାଟା କ୍ରୁସିବଲ କ୍ୟାମ୍ପସ୍ କୁଇଜ୍ ୨୦୧୬ର ଆଞ୍ଚଳିକ ରାଉଣ୍ଡରେ ବିଜେତା ଘୋଷିତ ହୋଇଛନ୍ତି । ସେମାନେ ଆଗକୁ ହେବାକୁଥିବା ଜୋନ୍ ୨ ଫାଇନାଲ୍ରେ ୮ଟି ସହରର ବିଜେତାଙ୍କ ସହ ପ୍ରତିଦ୍ୱନ୍ଦିତା କରିବେ ।

ଜାଭିୟର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର ରୋହିତ ମହାନ୍ତି ଓ ରାହୁଲ ଜୈନ ରନରଅପ୍ ଘୋଷିତ ହୋଇଛନ୍ତି । ଟାଟା କ୍ରୁସିବଲ କ୍ୟାମ୍ପସ୍ କୁଇଜ୍ର ୧୨ତମ ସଂସ୍କରଣ ଏକ ସ୍ୱତନ୍ତ୍ର ୨୦-୨୦ ଖେଳ, ଯାହାକି ପ୍ରାଥମିକ ରାଉଣ୍ଡରେ ୨୦ଟି ପ୍ରଶ୍ନ ଓ ପରେ ଟି୨୦ ଫର୍ମାଟ୍ ଆଧାରରେ ଖେଳାଯାଇଥାଏ ।

ଟି୨୦ ଫର୍ମାଟ୍ରେ ୩୬ଟି ସହରରେ ଆୟୋଜିତ ହେଉଥିବା ଏହି କୁଇଜ୍ରେ ଅନେକ ରୋମାଞ୍ଚକର ରାଉଣ୍ଡ ରହିଥିଲା । ପ୍ରତିଯୋଗୀମାନଙ୍କ ପ୍ରତିଦ୍ୱନ୍ଦିତାମୂଳକ ଚିନ୍ତାଧାରାର ଗତିକୁ ପରୀକ୍ଷା କରିବା ଲକ୍ଷ୍ୟରେ କୁଇଜ୍ର ରାଉଣ୍ଡ ଗୁଡ଼ିକର ଡିଜାଇନ୍ ପ୍ରସ୍ତୁତ କରାଯାଇଛି ।

ଜାଭିୟର ସ୍କୁଲ ଅଫ୍ ମ୍ୟାନେଜମେଣ୍ଟର କୂଳପତି ଶ୍ରୀ ପଲ୍ ଫର୍ଣ୍ଣାଣ୍ଡିସ୍ ବିଜେତା ଓ ରନରଅପ୍ ଦଳକୁ ଯଥାକ୍ରମେ ୭୫,୦୦୦ ଓ ୩୫,୦୦୦ ଟଙ୍କାର ଚେକ୍ ପ୍ରଦାନ କରିଥିଲେ । ଜାତୀୟ ସ୍ତରୀୟ ଫାଇନାଲ୍ର ବିଜେତା ଦଳକୁ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ସହିତ ଆକର୍ଷଣୀୟ ଟାଟା କ୍ରୁସିବଲ ଟ୍ରଫି ପ୍ରଦାନ କରାଯିବ ।

ପ୍ରାଥମିକ ସ୍ତରରେ ଲିଖିତ ଓ ୱାଇଲ୍ଡ କାର୍ଡ଼ ରାଉଣ୍ଡ ଜରିଆରେ ଶ୍ରେଷ୍ଠ ୬ଟି ଦଳକୁ ଚୟନ କରାଯାଇଥିଲା । ବିଜେତା ଓ ରନରଅପ୍ ଦଳ ବ୍ୟତୀତ ଅନ୍ୟ ୪ଟି ଦଳ ଯଥା ଶ୍ରୀ ରାହିଲ ସୁର ଓ ଶ୍ରୀ ଗୌରବ ନାୟର (କିଟ୍), ଶ୍ରୀ ମହମ୍ମଦ ଅବିଦ୍ ହୁସେନ୍ ଓ ଶ୍ରୀ ନିସାନ୍ ଗନ୍ତାୟେତ୍ (ଜାଭିୟର), ଜ୍ୟୋତି ପ୍ରକାଶ ନନ୍ଦ ଓ ଅର୍ନବ୍ ବାନାର୍ଜିୀ (ସିଲିକନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନୋଲୋଜି) ଓ ଶ୍ରୀ ସ୍ୱାତିକ ରାଉତ ଓ ଶ୍ରୀ ଶେଖ୍ ସାହିଲ (ଆଇଆଇଟି) ଫାଇନାଲ୍କୁ ଉନ୍ନୀତ ହୋଇଥିଲେ ।

ଏହି ଫାଇନାଲ୍ ରାଉଣ୍ଡକୁ ଦେଶର ଜଣାଶୁଣା କୁଇଜ୍ ମାଷ୍ଟର ଗିରି ବାଲସୁବ୍ରମଣ୍ୟମ୍ ଓରଫ୍ ପିକ୍ବ୍ରେନ୍ ପରିଚାଳନା କରିଥିଲେ ।

ଚଳିତ ବର୍ଷ ଟାଟା କ୍ରୁସିବଲ କ୍ୟାମ୍ପସ୍ କୁଇଜ୍ର ପୁରସ୍କାର ରାଶି ପାଇଁ ଟାଟା ଡକୋମୋ, ଫାଷ୍ଟ ଟ୍ରାକ୍ ଓ ଟାଟା ମୋଟରସ୍ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି ।

Share in top social networks!