ପଦ୍ମଶ୍ରୀ ହଳଧର ନାଗ ଏବଂ ନୀଳମାଧବ ପଣ୍ଡାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ସ୍ୱାଗତ ସମ୍ବର୍ଦ୍ଧନା

nagମହାମହିମ ରାଷ୍ଟ୍ରପତିଙ୍କ ହାତରୁ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିବା ପରେ ଦୁଇ ସଫଳ ଓଡ଼ିଆ ହଳଧର ନାଗ ଏବଂ ନୀଳମାଧବ ପଣ୍ଡାଙ୍କୁ କେନ୍ଦ୍ର ପେଟ୍ରୋଲିୟମ୍
ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି । ସୋମବାର ଅପରାହ୍ନରେ ଶ୍ରୀ ପ୍ରଧାନଙ୍କ ନୂଆଦିଲ୍ଲୀସ୍ଥିତ ସରକାରୀ ବାସଭବନରେ ଏହି ସଦ୍ୟ
ପଦ୍ମଶ୍ରୀ ସମ୍ମାନରେ ପୁରସ୍କୃତ ବ୍ୟକ୍ତିତ୍ୱଙ୍କୁ ସମ୍ମାନୀତ କରାଯାଇଥ#ଲା । ଦିଲ୍ଲୀରେ ରହୁଥ#ବା ଅନେକ ଓଡ଼ିଆ ବ୍ୟକ୍ତି ଏହି ଉତ୍ସବରେ ଯୋଗଦେଇ ଶ୍ରୀ ନାଗ ଏବଂ ଶ୍ରୀ ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଥ#ଲେ । ଅନ୍ୟମାନଙ୍କ ମଧ୍ୟରେ ସାଂସଦ ଭର୍ତ୍ତୃହରି ମହତାବ, ସିଦ୍ଧାନ୍ତ ମହାପାତ୍ର, ଆମେରିକାରେ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଲଳିତେନ୍ଦୁ ମାନସିଂହ, ଜେଏନ୍ୟୁର ପ୍ରଫେସର ଡା. ଅରୁଣ ମହାନ୍ତି, ଇକନମିକ୍ ଟାଇମ୍ସର ରାଜନୈତିକ ସମ୍ପାଦକ ପ୍ରଣବ ଧଳ ସାମନ୍ତ ସମେତ ବହୁ ପ୍ରତିଷ୍ଠିତ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଭୟ ବ୍ୟକ୍ତିତ୍ୱଙ୍କର ପ୍ରଶଂସା କରିଥ#ଲେ ।

Share in top social networks!