ମାନବୀୟ ଜୀବନ ଧାରଣର ମାନରେ ଉନ୍ନତି ସାଧନ ନିମନ୍ତେ କରାଯାଉଥିବା ସମସ୍ତ ଉଦ୍ୟମକୁ ସୁଦୃଢ଼ କରାଇବା ହିଁ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀରେ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ: ମୁଖ୍ୟମନ୍ତ୍ରୀ

naveenନିର୍ମାଣ ଶ୍ରମିକଙ୍କ ପଞ୍ଜିକରଣ ତଥା ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ ଏବଂ ଦଳୀୟ
ପଦାଧିକାରୀମାନଙ୍କ ଦ୍ୱାରା ସୋସିଆଲ୍‌ ମିଡିଆର ବହୁଳ ବ୍ୟବହାର ଉପରେ ଆୟୋଜନ କରାଯାଇଥିବା ଏହି ସଚେତନତା କର୍ମଶାଳାରେ
ଯୋଗଦେଇ ମୁଁ ଅତ୍ୟନ୍ତ ଆନନ୍ଦିତ । ଏ ବର୍ଷଟି ଆମ୍ଭମାନଙ୍କ ପାଇଁ ଏକ ଘଟଣାବହୁଳ ବର୍ଷ । ଆମେ ଏହି ବର୍ଷ ବିଜୁ ବାବୁଙ୍କ ଜନ୍ମ
ଶତବାର୍ଷିକୀ ପାଳନ କରୁଛେ । ଏ ବର୍ଷ ମଧ୍ୟ ଆମେ ସମଗ୍ର ଭାରତବର୍ଷରେ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିବା ଆମ
ରାଜ୍ୟ ଓଡ଼ିଶାର ୮୦ତମ ବର୍ଷ ପୂର୍ତ୍ତି ପାଳନ କରୁଛେ । ଆମ ରାଜ୍ୟର ସର୍ବାଙ୍ଗୀଣ ବିକାଶ ଏବଂ ମାନବୀୟ ଜୀବନ ଧାରଣର ମାନରେ
ଉନ୍ନତି ସାଧନ ନିମନ୍ତେ ଆମ ଲୋକଙ୍କ ଦ୍ୱାରା କରାଯାଉଥିବା ସମସ୍ତ ଉଦ୍ୟମକୁ ସୁଦୃଢ଼ କରାଇବା ହିଁ ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀରେ
ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ଆଜି ପାନ୍ଥନିବାସରେ ଆୟୋଜିତ ‘ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ସହାୟତା ପ୍ରଦାନ,
ସୋସିଆଲ୍‌ ମିଡିଆର ବ୍ୟବହାର ସଂପର୍କିତ ସଚେତନତା ଶିବିର’ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି
ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କହିଛନ୍ତି ।
ଆମ ରାଜ୍ୟର ଜନସଂଖ୍ୟାର ଏକ ଚତୁର୍ଥାଂଶ ଅର୍ଥାତ୍‌ ପ୍ରାୟ ୨୫ ଲକ୍ଷ ପରିବାର ବିଭିନ୍ନ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟରତ । କୋଠାବାଡ଼ି
ନିର୍ମାଣ ଠାରୁ ଆରମ୍ଭ କରି ମନରେଗା ଯୋଜନା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟକ୍ଷେତ୍ରରେ ଏମାନଙ୍କ ସଂଖ୍ୟା ହିଁ ସର୍ବାଧିକ । ବିଗତ ୯ ବର୍ଷ ମଧ୍ୟରେ
ଓଡ଼ିଶା କୋଠାବାଡ଼ି ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ବୋର୍ଡ ଅନୁ୍ୟନ ୧୩ଲକ୍ଷ ନିର୍ମାଣ ଶ୍ରମିକ ପରିବାରର ପଞ୍ଜିକରଣ କରିବା ସହିତ ୨ଲକ୍ଷ
୭୨ ହଜାର ପରିବାରକୁ ବିଭିନ୍ନ ସହାୟତା ଯୋଗାଇ ଦେଇଛି । ବର୍ତ୍ତମାନ ଆମ ସମ୍ମୁଖରେ ଆଉ ୧୨ଲକ୍ଷ ପରିବାରକୁ ପଞ୍ଜିକରଣ
କରାଯିବା ସହିତ ସମସ୍ତ ରେଜିଷ୍ଟ୍ରୀଭୁକ୍ତ ପରିବାରକୁ ବୋର୍ଡ ଜରିଆରେ ସହାୟତା ଯୋଗାଇ ଦେବାର ଆବଶ୍ୟକତା ଉପୁଜିଛି ।
ଏହି ସହାୟତା ନିର୍ମାଣ ଶ୍ରମିକ ପରିବାରର ପାଠପଢ଼ୁଆ ପିଲାଙ୍କ ସ୍କଲାରସିପ୍‌ରୁ ଆରମ୍ଭ କରି ଯୁବାବସ୍ଥାରେ ନିମନ୍ତେ ସହାୟତା,
ପରିବାରର ସଦସ୍ୟମାନଙ୍କୁ ସ୍ୱାସ୍ଥ୍ୟ ସହାୟତାରୁ ଆରମ୍ଭ କରି ପକ୍କା ବାସଗୃହ ନିର୍ମାଣ ନିମନ୍ତେ ସହାୟତା, କାର୍ଯ୍ୟକ୍ଷେତ୍ରକୁ ଯିବା ନିମନ୍ତେ
ନିର୍ମାଣ ଶ୍ରମିକଙ୍କୁ ସାଇକେଲରୁ ଯୋତା, ଛତା ଏବଂ କାର୍ଯ୍ୟ ଉପକରଣ ଏବଂ ଦୁର୍ଘଟଣା ସହାୟତାରୁ ଆରମ୍ଭ କରି ଦୁର୍ଘଟଣାଜନିତ
ମୃତୁ୍ୟକାଳୀନ ସହାୟତା ପ୍ରଭୃଥି ପର୍ଯ୍ୟନ୍ତ ପରିବ୍ୟାପ୍ତ । ଆମ ଆଗରେ ଏଭଳି ଏକ ଗୁରୁ ଦାୟିତ୍ୱ ମଧ୍ୟ ରହିଛି ।
ଆସନ୍ତା ୬ମାସ ମଧ୍ୟରେ ଅନୁ୍ୟନ ୧୨ଲକ୍ଷ ପରିବାରକୁ ପଞ୍ଜିକରଣ କରିବା ସହିତ ସମସ୍ତ ରେଜିଷ୍ଟ୍ରୀକୃତ ପରିବାରକୁ ନିୟମିତ
ବ୍ୟବଧାନରେ ତାଙ୍କ ଲାଗି ନିର୍ଦ୍ଧାରଣ କରାଯାଇଥିବା ସହାୟତା ଯୋଗାଇ ଦେବା ନିମନ୍ତେ ପ୍ରତି ନିର୍ବାଚନ ମଣ୍ଡଳୀରେ ଏ ପର୍ଯ୍ୟନ୍ତ
ରେଜିଷ୍ଟ୍ରୀଭୁକ୍ତ ନିର୍ମାଣ ଶ୍ରମିକଙ୍କ ସ୍ୱତନ୍ତ୍ର ତାଲିକା ପ୍ରସ୍ତୁତ କରାଯାଇଛି ଏବଂ ଏକ ନିର୍ଦ୍ଦିଷ୍ଟ ନିର୍ବାଚନ ମଣ୍ଡଳୀରେ କେତେଜଣ ନିର୍ମାଣ ଶ୍ରମିକ
ନୂତନ ଭାବରେ ପଞ୍ଜିକୃତ ହେବେ ତାହା ନିର୍ଦ୍ଧାରଣ କରାଯାଇଛି । ବୋର୍ଡ ଦ୍ୱାରା ଏହି ସବିଶେଷ ତଥ୍ୟ ଆପଣମାନଙ୍କୁ ଅଲଗା ଯୋଗାଇ
ଦିଆଯିବ । ଦଳର ପ୍ରତ୍ୟେକ ବିଧାୟକ ଏବଂ ବିଧାୟକ ପ୍ରାର୍ଥୀ ପ୍ରତି ମାସରେ ତାଙ୍କ ନିର୍ବାଚନ ମଣ୍ଡଳୀ ପାଇଁ ଧାର୍ଯ୍ୟ ପଞ୍ଜିକରଣ ଲକ୍ଷ୍ୟ
ନିଶ୍ଚୟ ହାସଲ କରିବେ ଏବଂ ଏଥି ସହିତ ଏକାବେଳକେ ସହାୟତା ବଣ୍ଟନ ଶିବିର ମଧ୍ୟ ପ୍ରତିମାସରେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ
ଆୟୋଜନ କରିବେ । ବୋର୍ଡ ଦ୍ୱାରା ପ୍ରତି ଶିବିର ପାଇଁ ଆବଶ୍ୟକ ସହାୟତା ସ୍ୱତନ୍ତ୍ର ଭାବରେ ଯୋଗାଇ ଦିଆଯିବ ।
ଜିଲ୍ଲା ସଭାପତିମାନେ ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ କରାଯାଉଥିବା ପଞ୍ଜିକରଣ ଏବଂ ସହାୟତା ରାଶି ବଣ୍ଟନର ମୋଟାମୋଟି
ତଦାରଖ ଦାୟିତ୍ୱରେ ରହିବେ ଏବଂ ପ୍ରତି ନିର୍ବାଚନ ମଣ୍ଡଳୀ ପାଇଁ ଧାର୍ଯ୍ୟ କରାଯାଇଥିବା ପଞ୍ଜିକରଣ ତଥା ସହାୟତା ବଣ୍ଟନ ଲକ୍ଷ୍ୟ
ଯେଭଳି ପ୍ରତି ମାସରେ ହାସଲ ହୁଏ ସେଥିପ୍ରତି ଯଥେଷ୍ଟ ଧ୍ୟାନ ଦେବେ । ଜିଲ୍ଲା ସଭାପତିମାନେ ପ୍ରତି ମାସ ଶେଷରେ ମତେ ଏ ସଂପର୍କରେ
ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରିବେ ।

ଏହିଭଳି ଭାବରେ ନିର୍ମାଣ ଶ୍ରମିକ ପରିବାରଗୁଡିକର ସଶକ୍ତିକରଣ ଏହି ଶତବାର୍ଷିକୀ ବର୍ଷରେ ଆମ ପାଇଁ ଏକ ମହତ୍ୱପୂର୍ଣ୍ଣ କାର୍ଯ୍ୟ
ହେବ ।
ଆଜିର ଏହି ଦ୍ରୁତ ପରିବର୍ତ୍ତନଶୀଳ ଦୁନିଆରେ ଫେସ୍‌ବୁକ୍‌, ଟ୍ୱିଟର୍‌ ଏବଂ ହ୍ୱାଟସ୍‌ ଆପ୍‌ ଭଳି ବିଭିନ୍ନ ସୋସିଆଲ ମିଡିଆ ଆପ୍ଲିକେସନ୍‌
ବ୍ୟବହାର ପାଇଁ ଆମ୍ଭମାନଙ୍କ ପାଇଁ ଏକାନ୍ତ ଅପରିହାର୍ଯ୍ୟ ହୋଇପଡିଛି । ଏଗୁଡିକ ଦ୍ରୁତ ସାମାଜିକ ଗତିଶୀଳତାର ମାଧ୍ୟମ ହୋଇଥିବାରୁ
ଲୋକଙ୍କ ସହିତ ବହୁସ୍ତରରେ ସଳଖ ଭାବ ବିନିମୟକୁ ପ୍ରୋତ୍ସାହିତ କରିଥାଏ ।
ଆଜି ବିଜୁ ଜନତା ଦଳ ଦ୍ୱାରା ବିଭିନ୍ନ ସୋସିଆଲ୍‌ ମିଡିଆ ଆକାଉଣ୍ଟ ଖୋଲିବା ପାଇଁ ଯୋଗାଇ ଦିଆଯାଇଥିବା ସହାୟତା ଆପଣମାନଙ୍କ
ପାଇଁ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥିବ । ମାତ୍ର ଥରେ ଆକାଉଣ୍ଟ ଖୋଲା ହୋଇଯିବା ପରେ ଏହାକୁ ସୁପ୍ତ ଅବସ୍ଥାରେ ନରଖି ଆପଣଙ୍କ
ସମର୍ଥକ ଏବଂ ଅନୁଗାମୀମାନଙ୍କ ସହିତ ଭାବ ବିନିମୟ କରିବା ପାଇଁ ଏହାକୁ କାର୍ଯ୍ୟକ୍ଷମ କରାଯିବା ଆବଶ୍ୟକ । ଯୁବବର୍ଗଙ୍କ ନିକଟରେ
ପହଞ୍ଚôବା ପାଇଁ ମଧ୍ୟ ଏହା ଏକ ପ୍ରକୃଷ୍ଟ ମାଧ୍ୟମ । ଆପଣମାନେ କିଭଳି ଏହି ମାଧ୍ୟମକୁ ନିଜ ପାଇଁ ଏବଂ ଦଳ ପାଇଁ ବ୍ୟବହାର କରୁଛନ୍ତି,
ମୁଁ ତାହା ନିୟମିତ ଭାବରେ ତନଖି କରିବି ଏବଂ ଆପଣ ପୋଷ୍ଟ କରୁଥିବା ମେସେଜ୍‌ର ନିୟମିତତା ଏବଂ ଅଧୁନାତନ ତଥା ଏକ ନିର୍ଦ୍ଦିଷ୍ଟ
ସୋସିଆଲ୍‌ ମିଡିଆ ଆପ୍‌ରେ ଆପଣଙ୍କ ଅନୁଗାମୀଙ୍କ ଆଧାରରେ ଆପଣଙ୍କ ଲୋକପ୍ରିୟତା ଅନୁଧ୍ୟାନ କରିବି । ଆଜି ଏଠାରେ ଉପସ୍ଥିତ ଥିବା
ସମସ୍ତ ଦଳୀୟ କର୍ମକର୍ତ୍ତା ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ ଖୋଲା ନଯିବା ପର୍ଯ୍ୟନ୍ତ ଏହି ବୈଠକ ସ୍ଥଳ ପରିତ୍ୟାଗ କରିନଯିବା ପାଇଁ
ମୁଁ ଅନୁରୋଧ କରୁଛି ।
ଆପଣମାନଙ୍କୁ ସୋସିଆଲ୍‌ ମିଡିଆ ବ୍ୟବହାରରେ ସଶକ୍ତ କରାଇବା ଦ୍ୱାରା ଆପଣଙ୍କ ନିର୍ବାଚନ ମଣ୍ଡଳୀରେ ଆପଣଙ୍କ ଉପସ୍ଥିତ ଯଥେଷ୍ଟ
ଭାବରେ ବୃଦ୍ଧି ପାଇବ ଏବଂ ଆମ ତରଫରୁ କରାଯାଉଥିବା ସମସ୍ତ ଉଦ୍ୟମ ଏବଂ ଉଦ୍‌ଯୋଗ ନୂତନ ଉପଲବ୍ଧି ହାସଲ କରିବା ସହିତ
ଉଚ୍ଚମାନର ପାରଦର୍ଶିତା ହାସଲ କରିବ ।
ମୁଁ ଆପଣମାନଙ୍କ ଉପରେ ଅନ୍ୟ ଏକ ଗୁରୁଦାୟିତ୍ୱ ଅର୍ପଣ ପୂର୍ବକ ମୋ ବ୍ୟକ୍ତବ୍ୟ ଶେଷ କରିବି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ର
ସଫଳ ରୂପାୟନ ନିମନ୍ତେ ଆପଣମାନଙ୍କ ଭୂମିକା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ । ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଯେଭଳି ନିଜ ନ୍ୟାଯ୍ୟ
ଅଧିକାରରୁ ଏହି ଆଇନ୍‌ ପ୍ରଣୟନ ଫଳରେ ବଞ୍ଚôତ ନହୁଅନ୍ତି ଏବଂ ଖାଦ୍ୟ ସୁରକ୍ଷା ବଳୟ ମଧ୍ୟରେ ରହିବାର ସୁଯୋଗ ପାଆନ୍ତି, ତାହା
ନିଶ୍ଚିତ କରିବା ଦାୟିତ୍ୱ ଆପଣମାନଙ୍କର ବୋଲି କର୍ମଶାଳାରେ ଯୋଗଦେଇଥିବା ସମସ୍ତ ମାନ୍ୟବର ମାନ୍ୟବର ମନ୍ତ୍ରୀ, ମାନ୍ୟବର
ବିଧାୟକ, ମାନ୍ୟବର ସାଂସଦ, ବିଜୁ ଜନତା ନେତୃମଣ୍ଡଳୀ, ଜିଲ୍ଲା ସଭାପତି ଓ କାର୍ଯ୍ୟକର୍ତ୍ତାମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏହି
ଶିବିରରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମାନ୍ୟବର ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ପ୍ରଣବ ପ୍ରକାଶ
ଦାସ, ଓଡ଼ିଶା କୋଠାବାଡ଼ି ଓ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱରର ଅଧ୍ୟକ୍ଷ ଶ୍ରୀ ସୁବାଷ ସିଂ ପ୍ରମୁଖ କାର୍ଯ୍ୟକ୍ରମ ସଂପର୍କରେ ସୂଚନା
ପ୍ରଦାନ କରିଥିଲେ ।

Share in top social networks!