କେନ୍ଦ୍ରୀୟ ଅବହେଳାର ମନଗଢା ଅଭିଯୋଗ ପରିବର୍ତେ ତଥ୍ୟଭିତିକ ବିତର୍କକୁ ଆସନ୍ତୁ ରାଜ୍ୟ ସରକାର – ଧର୍ମେନ୍ଦ୍ର ପ୍ରଧାନ

dpspଓଡିଶାରେ ସ୍ଥାଣୁ ଓ ଅପାରଗ ସରକାର କାରଣରୁ ସାଧାରଣ ଗରୀବ ଓଡିଆ ଲୋକ ତାଙ୍କ
ଅଧିକାରରୁ ବଂଚିତ ହେଉଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅଭିଯୋଗ କରିଛନ୍ତି ।
ପୁରୀ ଠାରେ ଦଳର ନବଗଠିତ ରାଜ୍ୟ କାôର୍ଯ୍ୟକାରିଣୀର ବୈଠକରେ ଉଦବୋଧନ ଦେଇ ଶ୍ରୀ ପ୍ରଧାନ ରାଜ୍ୟ
ସରକାରଙ୍କୁ ଆହ୍ୱାନ ଜଣାଇ କହିଛନ୍ତି କେନ୍ଦ୍ରୀୟ ଅବହେଳାର ମନଗଢା ଅଭିଯୋଗ ପରିବର୍ତେ ତଥ୍ୟଭିତିକ
ବିତର୍କକୁ ଆସନ୍ତୁ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ୯୪ ହଜାର କୋଟି
ଟଙ୍କାର ବଜେଟ ଆଗତ କରିଥିବା ବେଳେ ସେଥିରେ କେନ୍ଦ୍ରୀୟ ଅର୍ଥ ୪୫ ହଜାର କୋଟି ଟଙ୍କା ହୋଇଥିବା
ବେଳେ ରାଜ୍ୟର ନିଜସ୍ୱ ଆୟ ୩୩ ହଜାର କୋଟି । ରାଜ୍ୟ ସରକାର ପାଖାପାଖି ୧୬ ହଜାର କୋଟି ଟଙ୍କା ଋଣ
କରିଛନ୍ତି । ରାଜ୍ୟ ବଜେଟର ୪୮ ପ୍ରତିଶତ କେନ୍ଦ୍ରର ଯୋଗଦାନ ଥିବା ବେଳେ କେନ୍ଦ୍ରୀୟ ଅବହେଳା କିପରି
ହୋଇଛି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି । ଅପର ପକ୍ଷରେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ସାଧାରଣ
ଲୋକଙ୍କ ମୁଣ୍ଡରେ ଋଣ ଭାର ବଢି ଚାଲିଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।
ମୋଦି ସରକାର ଆସିବା ପୂର୍ବରୁ ଦଶ ବର୍ଷର ୟୁପିଏ ସରକାର କେବେ ରାଜ୍ୟ ପାଇଁ ରେଳ ବଜେଟରେ ହଜାରେ
କୋଟି ଟଙ୍କା ମିଳି ନ ଥିଲା । ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଦାବି ୫ ହଜାର କୋଟିରୁ ୪୬୦୦ କୋଟିରୁ
ଅଧିକ ଅର୍ଥ ରାଜ୍ୟକୁ ମିଳିଛି । ଏହା କଣ ଅବହେଳା ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ବାରିପଦା, ବାଲେଶ୍ୱର, ପୁରୀ, କୋରାପୁଟ ଓ ବଲାଙ୍ଗୀର ବୁଲି ମେଡିକାଲ କଲେଜର ଶୀଳାନ୍ୟାସ
କରି ନିଜେ ମେଡିକାଲ କଲେଜ ସ୍ଥାପନା କରିବାର ଶ୍ରେୟ ନେଉଥିଲେ । । ମାତ୍ର ମେଡିକାଲ କଲେଜ ପାଇଁ
କେନ୍ଦ୍ର ଅର୍ଥ ନ ଦେବାର ଅଭିଯୋଗ ଏବେ ଆଣୁଛନ୍ତି । କେନ୍ଦ୍ର ୮୦ କୋଟି ଟଙ୍କା ଏବେ ସୁଦ୍ଧା ଦେଇ ସାରିଛି ।
ରାଜ୍ୟ ସରକାର ସମସ୍ତ ଖର୍ଚର ୪୦ ଭାଗ ଯୋଗାଡ କରନ୍ତୁ ୁ, ଆଉ ୬୦ ଭାଗ କେନ୍ଦ୍ର ସରକାର ଦେବେ । ଏଥି
ପାଇଁ ନିଶ୍ଚିତ ରହନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ର ସରକାର ପଂଚାୟତକୁ ସିଧା ସିଧା ପ୍ରଚୁର ଅର୍ଥ ପ୍ରଦାନ କରୁଥିବା ବେଳେ ଏହି ଅର୍ଥ ଖର୍ଚ ଉପରେ ରାଜ୍ୟ
ସରକାର ଅଙ୍କୁଶ ଲଗାଇ ନିର୍ବାଚିତ ପ୍ରତିନିଧି ଓ ଗ୍ରାମ ସଭାକୁ କାହିଁକି ଅଧିକାର ଦେଉ ନାହାନ୍ତି ବୋଲି ଶ୍ରୀ ପ୍ରଧାନ
ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ ବିଧାନସଭାରେ୍ ରାଜ୍ୟ ସରକାରଙ୍କ ତଥ୍ୟକୁ ଉଦ୍ଧାର କରି କହିଛନ୍ତି ଯେ ଦୀନଦୟାଲ ଗ୍ରାମଜ୍ୟୋତି
େôଯାଜନାରେ କେନ୍ଦ୍ର ସରକାର ୧୬୫୬ କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ମାତ୍ର ୨୦ କୋଟି ଦେଇ
ବିଦ୍ୟୁତକରଣ ପାଇଁ ଶ୍ରେୟ ନେବାକୁ ଚେଷ୍ଟା କରୁଛି ।
ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ ଆହ୍ୱାନ ଜଣାଇ କହଛନ୍ତି ଯେ ସୋମବାର ବିଧାନସଭାରେ ରାଜ୍ୟ ସରକାର ସ୍ପଷ୍ଟ
କରନ୍ତôୁ ଯେ କôୃଷି କ୍ଷେତ୍ରରେ ରାଜ୍ୟରେ କେତେ ପ୍ରତିଶତ ବିଜୁଳି ଉପଯୋଗ ହେଉଛି । ଏହି କ୍ଷେତ୍ରରେ ରାଷ୍ଟ୍ରୀୟ
ହାର କେତେ ଓ ଅନ୍ୟାନ୍ୟ ରାଜ୍ୟ ଯଥା ପଂଜାବ, ହରିୟାଣା. ମଧ୍ୟ ପ୍ରଦେଶ ତଥା ଛତିଶଗଡରେ ଏହି ହାର
କେତେ । ଏଥିରୁ ସ୍ପଷ୍ଟ ହେବ କେଉଁ ରାଜ୍ୟ କୃଷି ପାଇଁ କେତେ ତତ୍ପର ।
ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବ ଭାରତ କୈନ୍ଦ୍ରିକ ବିକାଶ ଯୋଜନାରେ ଓଡିଶା ସବୁଠୁ ଅଧିକ
ଲାଭ ପାଇ ପାରିବ ବୋଲି କହିଛନ୍ତି ।
ଦେଶରେ ପାଂଚ କୋଟି ଗରୀବ ମହିଳାଙ୍କୁ ଗ୍ୟାସ କନେକ୍ସନ ଦିଆଯିବ । ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ
ଗରୀବ ସାମିଲ ହେଉଛନ୍ତି । ଅଟଳଜୀଙ୍କ ପ୍ରଧାନମନ୍ତ୍ରୀ ଗ୍ରାମସଡକ ଯୋଜନା ପରି ନରେନ୍ଦ୍ର ମୋଦିଙ୍କ
ପ୍ରଧାନମନ୍ତ୍ରୀଙ୍କ କୃଷି ସିଂଚାଇ ଯୋଜନାରେ ସ୍ଥାନୀୟ ଆବଶ୍ୟକତା ଆଧାରରେ ଜଳସେଚନର ସୁବିଧା
କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ସ୍ଥାଣୁତା ଓ ଅପାରଗତା ତଥା କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ
ସରକାରଙ୍କର ସାଧାରଣ ଗରୀବ, ଚାଷୀ, ମହିଳା ଯୁବକଙ୍କ ପାଇଁ ସମର୍ପିତ େôଯାଜନାକୁ ନେଇ ରାଜ୍ୟର
ଜନସାଧାରଣଙ୍କ ନିକଟକୁ ଯାଇ ବିଜେପି କାର୍ଯ୍ୟକର୍ତା ମାନଙ୍କୁ ନିର୍ଣାୟକ ଲଢେଇ ଲଢିବା ପାଇଁ ସେ ଆହ୍ୱାନ
ଦେଇଛନ୍ତି ।

Share in top social networks!