ସବୁ ଗରିବଙ୍କ ପକ୍କା ଘର ପାଇଁ କ୍ୟାବିନେଟରେ ଆର୍ଥିକ ମଞ୍ଜୁରୀ- ପୂର୍ବଭାରତ ସମେତ ଓଡିଶା ଅର୍ଥନୀତିକୁ ମଜଭୂତ କରିବ-ଧର୍ମେନ୍ଦ୍ର ପ୍ରଧାନ

12694514_959594490790797_7968623526383102636_oପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମାଚଂଳରେ ଗରିବ ଲୋକଙ୍କ ପାଇଁ ପକ୍କା ଘର ନିର୍ମାଣକୁ ଏକ ଜନ ଆନେ୍ଦାଳନର ରୂପ ଦେବା, ରାଂଚି ଓ ସୁନ୍ଦରଗଡ ଜିଲାର ବଣ୍ଡମୁଣ୍ଡା ମଧ୍ୟରେ ରେଳଲାଇନ ଓ କିଉଲି-ଗୟା ରେଳଲାଇନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ ଦ୍ୱାରା ପୂର୍ବ ଭାରତର ରାଜ୍ୟ ସମୂହ ବିଶେଷ ଭାବେ ଲାଭବାନ ହେବେ ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଆଗାମୀ ୩ ବର୍ଷ ଅର୍ଥାତ ୨୦୧୯ ମସିହା ପର୍ଯ୍ୟନ୍ତ ଦେଶରେ ଏକ କୋଟି ଗୃହ ନିର୍ମାଣ ପାଇଁ ଆର୍ଥିକ ବ୍ୟବସ୍ଥା ଦେଶର ଆର୍ଥିକ ଦୃଷ୍ଟିରୁ ପଛୁଆ ପୂର୍ବ ଭାରତର ଅନ୍ୟାନ୍ୟ ରାଜ୍ୟ ଗୁଡିକ ସମେତ ଓଡିଶା ବିଶେଷ ଭାବେ ଲାଭବାନ ହେବାସହ ଏହି ରାଜ୍ୟ ଗୁଡିକର ଅର୍ଥନୈତିକ ପ୍ରଗତିରେ ବିଶେଷ ସହାୟକ ହେବା ପାଇଁ ଉଦିଷ୍ଟ ପ୍ରତ୍ୟେକ ଘରର ମୂଲ୍ୟ ସମତଳ ଅଂଚଳ ପାଇଁ ୧ ଲକ୍ଷ ୨୦ ହଜାର ରଖାଯାଇଥିବା ବେଳେ ପାହାଡିଆ ଓ ଦୁର୍ଗମ ଅଂଚଳରେ ଏହାର ମୂଲ୍ୟ ୧ ଲକ୍ଷ ୩୦ ହଜାର ରଖାଯାଇଛି ।
କ୍ୟାବିନେଟ ନିଷ୍ପତି କ୍ରମେ ଏହି ଆବାସ ଯୋଜନାର ହିତାଧିକାରୀ ସାମାଜିକ , ଆର୍ଥିକ ଓ ଜାତିଗତ ଜନଗଣନାର ତଥ୍ୟ ଅନୁସାରେ ପ୍ରସ୍ତୁତ କରାଯିବ ଓ ଗ୍ରାମସଭା ଏହି ତାଲିକାକୁ ଅନୁମୋଦନ କରିବ । ଏହି ତାଲିକାରେ ଗ୍ରାମସଭା ଦ୍ୱାରା କୌଣସି ପରିବର୍ତନ ପାଇଁ ଲିଖିତ ଭାବେ କାରଣ ଦର୍ଶାଇବାକୁ ପଡିବ । ସମୃର୍ଣ ହିତାଧିକାରୀ ଚୟନ ପକ୍ରିୟା କିପରି ସ୍ୱର୍ଚ୍ଚ ଓ ନିରପେକ୍ଷ ହୋଇପାରିବ ଏଥିପାଇଁ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଇଛି ।
ହିତାଧିକାରୀଙ୍କ ଅର୍ଥ ରାଶି ସିଧାସିଧା ସେମାନଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ । କାର୍ଯ୍ୟ ର ପ୍ରଗତି ନୂତନ ଜ୍ଞାନକୌଶଳର ଆଧାରରେ ଏକ ମୋବାଇଲ ଆପ ମାଧ୍ୟମରେ କରାଯିବ ଓ ଏହି ଆପ ମାଧ୍ୟମରେ ହିତାଧିକାରୀ ମଧ୍ୟ ନିଜର ଅର୍ଥ ରାଶି ପ୍ରାପ୍ତିର ପ୍ରଗତି ସମ୍ବନ୍ଧରେ ଅବଗତ ହୋଇପାରିବେ ।
ଏହି କାର୍ଯ୍ୟ ପାଇଁ ମହାତ୍ମାଗାନ୍ଧୀ ନରେଗା ଯୋଜନାରେ ୯୦ ଦିନର ଅଣକୁଶଳୀ ଶ୍ରମିକ କାମ କରିପାରିବେ । ଏଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ମନରେଗା ଯୋଜନାକୁ ଏକ ସର୍ଭର ଯୋଗେ ଯୋଡାଯିବା ପାଇଁ ସରକାର ଯୋଜନା କରିଥିବା ଶ୍ରୀ ପ୍ରଧାନ କହିଛନ୍ତି । ପୂର୍ବରୁ ଇନ୍ଧିରାଆବାସର ଆକାର ୨୦ ବର୍ଗମିଟର ଥିବାବେଳେ ଏହାକୁ ୨୫ ବର୍ଗମିଟରକୁ ବୃଦ୍ଧି କରାଯାଇଛି । ପ୍ରତ୍ୟେକ ଘରକୁ ପାଣିସଂଯୋଗ ୨୪ ଘଂଟିଆ ବିଜୁଳି ଓ ରୋଷାଇ ପାଇଁ ସ୍ୱାସ୍ଥ୍ୟକର ବ୍ୟବସ୍ଥା ସରକାର ସ୍ୱପ୍ନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଗ୍ରାମାଚଂଳରେ ନିର୍ମାଣ କାର୍ଯ୍ୟ ରେ ଦ୍ରୁତବୃଦ୍ଧି ୨୫୦ ଟି ସହାୟକ ଶିଳ୍ପକୁ ସମୃଦ୍ଧ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଗ୍ରାମୀଣ ଲୋକଙ୍କ ନିଯୁକ୍ତି , ନିର୍ମାଣ କ୍ଷେତ୍ରରେ କୁଶଳୀ ଲୋକଙ୍କ ବ୍ୟବହାର , ଗୃହନିର୍ମାଣରେ ବ୍ୟବହୃତ ବିଭିନ୍ନ ଦ୍ରବ୍ୟର ବଜାରରେ ବିକ୍ରୀବୃଦ୍ଧି ଓ ମାଲପରିବହନ ଗ୍ରାମୀଣ ଅର୍ଥନୀତିକୁ ଆହୁରି ସମୃଦ୍ଧ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ରାଂଚି ବଣ୍ଡମୁଣ୍ଡା ୧୫୮.୫ କିଲୋମିଟର ରେଳପଥର ଦୋହରୀକରଣ ଝାଡଖଣ୍ଡ-ଓଡିଶା ଅର୍ଥନୀତି ବିଶେଷ ଭାବରେ ଇସ୍ପାତ କାରଖାନା ଓ ଖଣିଜ ପଦାର୍ଥ ପରିବହନ ତ୍ୱରିତ କରିବା ସହ ଉଭୟ ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଏହାସହ କିଉଲି-ଗୟା ୧୨୪ କିଲୋମିଟରର ରେଳଲାଇନର ଦୋହରୀକରଣ ବିହାରର ବିଭିନ୍ନ ଜିଲାକୁ ଲାଭ ପହଁଚାଇବା ସହ ଦେଶର କୋଇଲା ଉତ୍ପାଦନକାରୀ ଅଂଚଳକୁ ମଧ୍ୟ ଲାଭ ପହଁଚାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

Share in top social networks!