ତୃତୀୟ ଜାତୀୟ ଭାଷା ସମ୍ମୀଳନୀ ମାର୍ଚ୍ଚ୨୫ ରୁ ୨୮, ୨୦୧୬

ଉକôଳ ବିଶ୍ୱବିଦ୍ୟାଳୟ ଓ ଓଡ଼ିଆ ଭାଷା ଗବେଷଣା ଅଧ୍ୟୟନ ସଂସ୍ଥା ଆନୁକୂଲ୍ୟରେ ଇନିଷ୍ଟିଚୁ୍ୟଟ ଅଫ ଫିଜିକସ୍ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବ । ଏହି ସମ୍ମିଳନୀରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶୀ୍ର ଜୁଏଲ ଓରାମ, ରାଜ୍ୟ ଗଣଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ଓ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍ଘାଟକ ଓ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।

ଏହା ସହିତ ତାମିଲ ଓ ମାଲାୟାଲମ ବିଶ୍ୱବିଦ୍ୟାଳୟର କୁଳପତି ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଉଛନ୍ତି । ୪ଦିନ ବ୍ୟାପି ଏହି ସମ୍ମିଳନୀରେ ଦେଶ ବିଦେଶର ପ୍ରାୟ ୧୦୦ରୁ ଅଧିକ ଗବେଷକ, ଶିକ୍ଷାବିତ୍ ନିଜର ଭିତ୍ତିପତ୍ର ଉପସ୍ଥାପନ କରିବା ସହିତ ୫୦୦ରୁ ଉଦ୍ଦ୍ୱର୍ ଶିକ୍ଷକ, ଶିକ୍ଷାବିତ, ରାଜନେତା, ସମାଜସେବି, ସାହିତି୍ୟକ, ବିଭିନ୍ନ ମହାବିଦ୍ୟାଳୟର ଓ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥôଗଣ ଉପସ୍ଥିତ ରହିବେ । ପ୍ରଥମ ଦିନ ଓଡ଼ିଶାର ନୈାବାଣିଜ୍ୟ ଏବଂ ଭାରତ ମହାସାଗରର ଉପକଣ୍ଠରେ ଥିବା ବିଭିନ୍ନ ରାଜ୍ୟ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସଂପର୍କରେ ବିଷୟରେ ଅଲୋଚନା କରାଯିବ । ୨ୟ ଦିନ ଓଡ଼ିଆ ବ୍ୟାକରଣର ଉଦ୍ଭବଠାରୁ ଆଧୁନିକ ସ୍ଥିତି ବିଷୟରେ ଆଲୋଚନା କରାଯିବ । ୩ୟ ଦିନ କଂପୁଟରରେ ଓଡ଼ିଆ ଭାଷା ପ୍ରୟୋଗ ବ୍ୟବହାର ସହିତ ସଂଗଠନର ଭାଷା ବିଜ୍ଞାନ ବିଷୟରେ ଆଲୋଚନା କରାଯିବ ।୪ର୍ଥ ଦିନ ଅନୁବାଦ ଭାଷା ଏବଂ ଗଣମାଧ୍ୟମ ବିଷୟରେ ଆଲୋଚନା କରାଯିବ ।

ଏହି ସମ୍ମିଳନୀରେ ଆବାହକ ଉକôଳ ବିଶ୍ୱବିଦ୍ୟଳୟର କମ୍ପୁ୍ୟଟର ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ଡ. ସତିଶ ପ୍ରଧାନ (୯୪୩୭୦୦୧୨୩୧) ଏବଂ ଓଡିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟସଚିବ ଡଃ ସୁବ୍ରତ ପୃଷ୍ଟି (୯୦୯୦୪୬୫୭୫୮)ଙ୍କ ସହିତ ଯୋଗାଯୋଗ କରିବାକୁ ଅନୁରୋଧ ।

Share in top social networks!