ଶିଳ୍ପ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ହିଁ ଶିଳ୍ପାୟନକୁ ଆଗେଇ ନେଇ ପାରିବ: ମନ୍ତ୍ରୀ ଶ୍ରୀ ମିଶ୍ର

ରାଜ୍ୟର ଶିଳ୍ପାୟନ କ୍ଷେତ୍ରରେ କର୍ପୋରେଟ୍ କ୍ଷେତ୍ରର ଭୂମିକା ଗୁରୁତ୍ୱପୂର୍ଣ୍ଣା ଶିଳ୍ପ କ୍ଷେତ୍ରରେ ଏବେ ଏକ ନୂତନ ସମୀକରଣ ସୃଷ୍ଟି ହୋଇପାରିଛିା ଆମର ଗଚ୍ଛିତ ପ୍ରାକୃତିକ ସଂପଦ ମୂଲ୍ୟଯୁକ୍ତ ହେବା ଦରକାରା ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିଲେ ହିଁ ରାଷ୍ଟ୍ରର ବିକାଶ ତ୍ୱରାନ୍ୱିତ ହୋଇପାରିବା ଶିଳ୍ପର ଯେଉଁ ଭିତ୍ତିଭୂମି ରହିଛି ସେଥ#ରେ ନୂତନ ପ୍ରଯୁକ୍ତି ବିଦ୍ୟା ସାମିଲ କରାଗଲେ ଯାଇ ଶିଳ୍ପର ପ୍ରଗତି ସମ୍ଭବ ବୋଲି ଶିଳ୍ପ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦେବୀ ପ୍ରସାଦ ମିଶ୍ର ପ୍ରକାଶ କରିଛନ୍ତିା ପାକ୍ଷିକ ପତ୍ରିକା କର୍ପୋରେଟ୍ ଓଡ଼ିଶାର ୫ମ ସ୍ୱନକ୍ଷତ୍ର ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥ# ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ମିଶ୍ର କହିଲେ ଯେ, କର୍ପୋରେଟ୍ ଓଡ଼ିଶା ଭଳି ପତି୍ରକା ଏକ ନୂଆ ଦିଶା ଦେଖାଇ ପାରିବା
ପତ୍ରିକାର ସଂପାଦକ ଶ୍ରୀ ଶ୍ରୀକାନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ସାହିତି୍ୟକ ଶ୍ରୀ ଜିତେନ୍ଦ୍ର ନାରାୟଣ ଦାସ (ଦାସ୍ ବେନ୍ହୁର) କହିଲେ ଯେ ଉତ୍କଳ ଗୌରବ ମଧୁସୂଦନ ଦାସ ରାଜ୍ୟରେ ଉଦ୍ୟୋଗ ବିକାଶ ପାଇଁ ଯେଉଁ ଉଦ୍ୟମ ଆରମ୍ଭ କରିଥ#ଲେ ତାହାକୁ ଏବେକାର ଉଦ୍ୟୋଗୀ ଅନୁସରଣ କରିବା ଉଚିତା ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥ# ଭାବେ ଯୋଗଦେଇ ବିଶିଷ୍ଟ ସାମ୍ବାଦିକ ତଥା େଓ୍ୱବ୍ ଚ୍ୟାନେଲ ଓଡ଼ିଶା ଲାଇଭ୍ର ସଂପାଦକ ଶ୍ରୀ ନୀଳାମ୍ବର ରଥ କହିଲେ ଯେ, ସମସ୍ତ ଉତ୍ସର ସମ୍ଭାର ଓଡ଼ିଶା ଆଜି ନିଜସ୍ୱ ସମ୍ବଳର ସଦ୍ବିନିଯୋଗ କରି ଆଗେଇ ଯିବା ଉଚିତା ସବୁ କଥାରେ ସରକାରଙ୍କ ଉପରେ ଦାୟିତ୍ୱ ଛାଡି ନଦେଇ ନିଜସ୍ୱ ଉଦ୍ୟମରେ କ’ଣ ସମ୍ଭବ ତାହା କରିବା ଉଚିିତା
ଏହି ଅବସରରେ ମୁଖ୍ୟ ଅତିଥ# ଶ୍ରୀ ମିଶ୍ର କର୍ପୋରେଟ୍ ଓଡ଼ିଶାର ସ୍ୱତନ୍ତ୍ର ସଂଖ୍ୟା ଉନ୍ମୋଚନ କରିବା ସହ ଚଳିତ ବର୍ଷ ପାଇଁ କର୍ପୋରେଟ୍ କ୍ୟାପ୍ଟେନ୍ ଭାବେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୯ ଜଣ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧିତ କରିଥ#ଲୋ ସମ୍ବର୍ଦ୍ଧିତ ବ୍ୟକ୍ତିମାନେ ହେଉଛନ୍ତି ଗାନ୍ଧି ଗ୍ରୁପ୍ ଅଫ୍ ଇନ୍ଷ୍ଟିଚୁ୍ୟଟ୍ର ଚେୟାରମ୍ୟାନ୍ ଶ୍ରୀ ସତ୍ୟପ୍ରକାଶ ପଣ୍ଡା, ଆମ୍ରି ହସ୍ପିଟାଲର ଭାଇସ୍ ପ୍ରେସିଡେଣ୍ଟ ସଲିଲ ମହାନ୍ତି, ସାଇ ଇଣ୍ଟରନେସ୍ନାଲ୍ ସ୍କୁଲର ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ସାହୁ, ରାସ୍ ଇଣ୍ଡିଆର ପ୍ରତିଷ୍ଠାତା ରଶ୍ମି ମହାପାତ୍ର, ଗ୍ଲେଜ୍ ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ମନମୋହନ ପଣ୍ଡା, ଅନନ୍ତ ନିସାନ୍ ମୋଟର୍ସର ନିର୍ଦ୍ଦେଶକ ରାଜ ସୁବୁଦ୍ଧି, କାଇଟ୍ର ନିର୍ଦ୍ଦେଶକ ପ୍ରଶାନ୍ତ ମହାନ୍ତି, ସ୍ମାର୍ଟ ବିଦ୍ୟାଥ#ର୍ର ପ୍ରତିଷ୍ଠାତା ସନ୍ତୋଷ ଜେନା ଓ ରୁବି ଗ୍ରୁପ୍ର ନିର୍ଦ୍ଦେଶକ ରିଷଭ ନନ୍ଦା

Share in top social networks!