ଓଡ଼ିଶା ବନାଞ୍ଚଳ ଉନ୍ନୟନ ଯୋଜନାର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ

ଓଡ଼ିଶା ବନାଞ୍ଚଳ ଉନ୍ନୟନ ଯୋଜନାର ପ୍ରଥମ ପର୍ଯ୍ୟାୟ ପ୍ରକଳ୍ପ କାଳ ନିର୍ଦ୍ଧାରିତ ସମୟରେ ଶେଷ ହେବା ପରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପ କାର୍ଯ୍ୟାରମ୍ଭ ପାଇଁ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଇଛି । ଏଥ#ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଆଜି ସଚିବାଳୟ ସଭାପ୍ରକୋଷ୍ଠରେ ଉଚ୍ଚକ୍ଷମତା ସଂପନ୍ନ କମିଟିର ବୈଠକ ବସିଥ#ଲା । ବୈଠକରେ ବନାଞ୍ଚଳ ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ ଅଜିତ୍ କୁମାର ପଟ୍ଟନାୟକ ସଦ୍ୟ ତଥ୍ୟ ଉପସ୍ଥାପନ କରିବା ସହ ଆଲୋଚନା ପାଇଁ ପ୍ରସ୍ତାବମାନ ଆଗତ କରିଥ#ଲେ ।
ପ୍ରାପ୍ତ ସୂଚନାରୁ ଜଣାପଡିଛି, ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ ୭ ବର୍ଷ ପାଇଁ ୨୦୦୬-୦୭ ଆଥ#ର୍କ ବର୍ଷରୁ ଆରମ୍ଭ ହୋଇ ୨୦୧୪-୧୫ ଆଥ#ର୍କ ବର୍ଷରେ ଶେଷ ହୋଇଥ#ଲା । ଏହି କାର୍ଯ୍ୟକ୍ରମ ଜାଇକା ସଂସ୍ଥାର ଆଥ#ର୍କ ସହାୟତାରେ ୧୦ଟି ଜିଲ୍ଲାର ୧୪ଟି ଜଙ୍ଗଲ ଡ଼ିଭିଜନରେ କାର୍ଯ୍ୟକାରୀ କରାଯାଇଥ#ଲା । ଏହି ପର୍ଯ୍ୟାୟର ଉସ#ାହ ଜନକ ସଫଳତା ଏବଂ ଲୋକପ୍ରିୟତାକୁ ଲକ୍ଷ୍ୟ କରି ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପ୍ରସ୍ତାବ ପ୍ରସ୍ତୁତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨,୧୦,୪୦୫ ହେକଫର ଉଜୁଡା ଜଙ୍ଗଲର ପୁନରୁଦ୍ଧାର ଓ ୨୯୨୦ ହେକଫର ସମୁଦ୍ର ତଟ ବୃକ୍ଷ ରୋପଣ ଆଦି ସଫଳତା ସହ ପ୍ରାୟ ୫୦୦୦ରୁ ଅଧ#କ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରି ପ୍ରାୟ ୭୫,୦୦୦ ପରିବାରଙ୍କୁ ବିକଳ୍ପ ଜିବୀକା ନିର୍ବାହ ପନ୍ଥା ଯୋଗାଇ ଦିଆଯାଇଛି । ଏହିସବୁ ଗୋଷ୍ଠୀ ବର୍ତ୍ତମାନ ପୂଣ୍ଣ ର୍ ଆତ୍ମ ନିର୍ଭରଶୀଳ ହୋଇଛନ୍ତି ।
ଏହାଛଡା ଓଡ଼ିଶା ସରକାରଙ୍କ ନିଜସ୍ୱ ପା=ିରେ ଆରମ୍ଭ କରାଯାଇଥ#ବା ଆମ ଜଙ୍ଗଲ ଯୋଜନାକୁ ୩୦ଟି ବନାଞ୍ଚଳରେ ୨୦୧୬-୧୭ ରୁ ୨୦୨୧-୨୨ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯିବା ପାଇଁ ବୈଠକରେ ସ୍ଥିର ହୋଇଥ#ଲା । ସମୁଦାୟ କାର୍ଯ୍ୟକ୍ରମକୁ ପ୍ରାୟ ୭୦୦୦ ବନସୁରକ୍ଷା ସମିତି ମାଧ୍ୟମରେ କାର୍ଯ୍ୟକାରୀ କରାହେବ । ଏଥ#ନିମନ୍ତେ ସମୁଦାୟ ୧୧୭୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଯୋଜନାକୁ ଅଧ#କ ଫଳପ୍ରସୁ କରିବା ନିମନ୍ତେ ଏହାକୁ ନରେଗା ଏବଂ ଜିବୀକା ମିଶନ ଆଦି କାର୍ଯ୍ୟକ୍ରମ ସହ ସମନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥ#ଲେ ।
ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭାରତ ସରକାରଙ୍କ ମାଧ୍ୟମରେ ଜାଇକାଙ୍କୁ ପ୍ରସ୍ତାବ ପଠାଯାଇଛି । ଏହି ପ୍ରସ୍ତାବ ଜାଇକାର ଇ ନୀତିଗତ ଅନୁମୋଦନ ଲାଭ କରିଛି ଏବଂ ଆସନ୍ତା ଏପ୍ରିଲ ମାସ ମଧ୍ୟରେ ଜାଇକା ଟିମ୍ ଓଡ଼ିଶା ପ୍ରଦର୍ଶନ କରି ପ୍ରକଳ୍ପ ପ୍ରସ୍ତାବ ତନଖ# କରିବେ ବୋଲି ବିଶ୍ୱସ୍ତ ସୁତ୍ରରୁ ଜଣାପଡିଛି । ଦ୍ୱିତୀୟ ପର୍ଯ୍ୟାୟ ପ୍ରକଳ୍ପକୁ ଚଳିତ ଆଥ#ର୍କ ବର୍ଷଠାରୁ ୨୦୨୨-୨୩ ଆଥ#ର୍କ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରସ୍ତାବ ଦିଆଯାଇଛି ଏବଂ ଏଥ# ପାଇଁ ସମୁଦାୟ ୧୭୩୯.୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ।
ଉନ୍ନୟନ କମିଶନର ଶ୍ରୀ ଆର.ବାଲାକ୍ରିଷ୍ଣନ୍, ଜଙ୍ଗଲ ଓ ପରିବେଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର, ପଂଚାୟତି ରାଜ ସଚିବ ଶ୍ରୀ ଦେଓ ରଂଜନ କୁମାର ସିଂ, ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ଶ୍ରୀ ବିଶାଲ କୁମାର ଦେବ, ଜଳଛାୟା ପ୍ରକଳ୍ପ ମିଶନ ନିର୍ଦ୍ଦେଶକ ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍, ଅନୂସୁଚିତ ଜନଜାତି ଓ ଜାତି ଉନ୍ନୟନ ସଚିବ ଶ୍ରୀ ସୁରେନ୍ଦ୍ର କୁମାରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧ#କାରୀ ମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥ#ଲେ ।

Share in top social networks!