ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମରେ ରୋଟାଭାଇରସ୍ ଟୀକାର ଜାତୀୟ ଶୁଭାରମ୍ଭ

ସାର୍ବଜନୀନ ଟୀକାକରଣ କାର୍ଯ୍ୟକ୍ରମରେ ରୋଟାଭାଇସର ଜାତୀୟ ଶୁଭାରମ୍ଭର ଅବ୍ୟବହିତ ପୂର୍ବରୁ ଜାତୀୟ ଓ ରାଜ୍ୟସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଏହି ଟୀକାର ଗୁରୁତ୍ୱ ସଂପର୍କରେ ଆଲୋଚନା କରିଥିଲେ । ୟୁନିସେଫ ସହାୟତାରେ ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିନିଧିମାନେ ନୂତନ ଟୀକା ୫ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ କିଭଳି ସହାୟକ ହେବ ସେ ସଂପର୍କରେ ମତବିନିମୟ କରିଥିଲେ ।

ରୋଟାଭାଇରସ୍ ହେଉଛି ତରଳ ଝାଡ଼ା ରୋଗର ମୁଖ୍ୟ କାରଣ ଏବଂ ତରଳ ଝାଡ଼ା ୫ ବର୍ଷ ବୟସ ମଧ୍ୟରେ ଥିବା ଶିଶୁ ମୃତ୍ୟୁର ମୁଖ୍ୟ କାରଣ । ଏହି ରୋଗରେ ଦେଶରେ ପ୍ରତିବର୍ଷ ୭୮୦୦୦ ଶିଶୁ ପ୍ରାଣ ହରାଇଥାନ୍ତି, ଅର୍ଥାତ ପ୍ରତି ୪ ମିନିଟରେ ଜଣେ ଶିଶୁ ମୃତ୍ୟୁମୁଖରେ ପଡ଼ିଥାଏ । ରୋଟାଭାଇରସ୍ ଯୋଗୁଁ ୫ ବର୍ଷ ବୟସର ଯେତେସଂଖ୍ୟକ ଶିଶୁ ମୃତ୍ୟୁମୁଖରେ ପଡ଼ିଥାନ୍ତି ତାହା ପିଲାମାନଙ୍କ କ୍ଷେତ୍ରରେ ବିଭିନ୍ନ ଝାଡ଼ାରୋଗଜନିତ ମୃତ୍ୟୁର ଶତକଡ଼ା ୪୦ ଭାଗ ଅଟେ । ଏହି ରୋଗରେ ଆକ୍ରାନ୍ତ ହୋଇ ଦେଶରେ ବାର୍ଷିକ ୮.୭ ଲକ୍ଷ ଶିଶୁ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥାନ୍ତି ।

ଏହି ଅବସରରେ ଉପସ୍ଥିତ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିଦେ୍ର୍ଦଶିକା ଡ଼ାକ୍ତର ନିର୍ମଳା ଦେଇ କହିଥିଲେ ଯେ, ରାଜ୍ୟରେ ୫ ବର୍ଷ ବୟସ ମଧ୍ୟରେ ଥିବା ବହୁସଂଖ୍ୟକ ଶିଶୁ ପ୍ରତିବର୍ଷ ଏହି ମାରତ୍ମକ ରୋଗରେ ଶିକାର ହୋଇ ପ୍ରାଣ ହରାଉଛନ୍ତି । ଏହାର ନିରାକରଣ ଦିଗରେ ରୋଟାଭାଇରସ୍ ଟିକା ସହାୟକ ହୋଇପାରିବ । ପୂର୍ବରୁ ସକ୍ଷମଜନସାଧାରଣଙ୍କ ପାଇଁ ଏହି ଟିକା ଉପଲବ୍ଧ ହେଉଥିଲା । ଏବେ ସର୍ବସାଧାରଣଙ୍କ ପାଇଁ ଏହି ଟିକା ଉପଲବ୍ଧ ହେବାକୁ ଯାଉଛି ବୋଲି ସେ କହିଥିଲେ ।

ଓଡ଼ିଶା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନସ୍ଥ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଦଶିକା ଶାଳିନୀ ପଣ୍ଡିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, “ରାଜ୍ୟରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ସଂପୂର୍ଣ୍ଣ ଟିକାକରଣ ଲକ୍ଷ୍ୟ ହାସଲ କରିବା ଗୁରୁତ୍ୱପୂର୍ଣ୍ଣ । ଏଥିପାଇଁ ଆଶାଙ୍କ ପରି ତୃଣମୂଳ ସ୍ଥରରେସ୍ୱାସ୍ଥ୍ୟକର୍ମୀମାନେ ପ୍ରମୁଖ ଭୂମିକା ଗ୍ରହଣ କରି ଶିଶୁମାନଙ୍କୁ ଟୀକାକରଣ କରିବାରେ ପିତାମାତାମାନଙ୍କୁ ନିୟମିତ ସଚେତନ କରିବା ଆବଶ୍ୟକ । ରୋଟାଭାଇରସ୍ ଟୀକାର ଗୁରୁତ୍ୱ ସଂପର୍କରେ ଏବେ ଆମେ ସେମାନଙ୍କୁ ସଚେତନ କରିବୁ । ଫଳରେ ସେମାନେ ନିଜ ଅଞ୍ଚଳର ଜନସାଧାରଣଙ୍କୁ ଏହିଦିଗରେ ସଚେତନ କରିପାରିବେ ବୋଲି ଶ୍ରୀମତୀ ପଣ୍ଡିତ କହିଥିଲେ ।”

ୟୁନିସେଫ କ୍ଷେତ୍ର କାର୍ଯ୍ୟାଳୟ ମୁଖ୍ୟ ୟୁମି ବେ“ରାଜ୍ୟର ସମସ୍ତ ମା’ ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିକଟରେ ରୋଟାଭାଇରସ୍ ଟିକା ସଂପର୍କରେ ସୂଚନା ପହଞ୍ଚିବା ନିହାତି ଜରୁରୀ ବୋଲି କହିଥିଲେ । ରାଜ୍ୟରେ ୫ ବର୍ଷ ବୟସ ମଧ୍ୟରେ ଥିବା ଶିଶୁଙ୍କ ମୃତ୍ୟୁ ହାର ଅଧିକ ରହିଛି । ଏହାର ପ୍ରମୁଖ କାରଣ ରୋଟାଭାଇରସ୍ଜନିତ ତରଳ ଝାଡ଼ା । ତେଣୁ ଗଣମାଧ୍ୟମର ସହଯୋଗ ଓ ଲେଖନି ଚାଳନାମାଧ୍ୟମରେ ଏହି ସମସ୍ୟାର ନିରାକରଣ କରାଯାଇପାରିବ ବୋଲି ସେ କହିଥିଲେ ।”

ଓଡ଼ିଶା ସରକାରଙ୍କ ରାଜ୍ୟ ଟୀକାକରଣ ଡ଼ାକ୍ତର ହେମନ୍ତ ମିଶ୍ର ରାଜ୍ୟରେ ରୋଟାଭାଇରସ୍ ତରଳ ଝାଡ଼ା ପ୍ରତିକୂଳ ପ୍ରଭାବ ସଂପର୍କରେ ଉପସ୍ଥିତ ସାମ୍ବାଦିକମାନଙ୍କୁ କହିୀଥିଲେ ।

ଭୁବନେଶ୍ୱରଠାରେ ମାର୍ଚ୍ଚ ୨୬ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି.ନାଡ୍ଡା ଏହି ରୋଟାଭାଇରସ୍ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ପ୍ରଥମ ପର୍ଯ୍ୟାୟ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ଓଡ଼ିଶା ସହ ଆନ୍ଧ୍ରପ୍ରଦେଶ, ହରିୟାନା ଓ ହିମାଚଳପ୍ରଦେଶ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ପରବର୍ତ୍ତୀ ସମୟରେ ଏହା ଅନ୍ୟ ରାଜ୍ୟରେ କାର୍ଯ୍ୟକାରୀ କରାଯିବ ।

ସମ୍ପାଦକଙ୍କ ପାଇଁ
ରାଜ୍ୟର ୩୦ଟି ଜିଲ୍ଲାରେ ନିୟମିତ ଟିକାକରଣ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଟିକା ସହ ରୋଟାଭାଇରସ୍ର ୩ ମାତ୍ରା ୬ ସପ୍ତାହ, ୧୦ ସପ୍ତାହ ଓ ୧୪ ସପ୍ତାହରେ ପ୍ରଦାନ କରାଯିବ । ଗୋଟିଏ ମାତ୍ରା ହେଉଛି ୫ ବୁନ୍ଦାଔଷଧ । ରାଜ୍ୟବ୍ୟାପୀ ୨୬,୦୦୦ ଟିକାକରଣ ଅଧିବେଶନରେ ପ୍ରତିମାସରେ ୧ ବର୍ଷ ବୟସ ମଧ୍ୟରେ ଥିବା ୮୫୩,୦୦୦ ଜଣ ଶିଶୁଙ୍କୁ ଏହି ଟିକା ପ୍ରଦାନ ପାଇଁ ଲକ୍ଷ୍ୟ ରଖାଯାଇଛି । ଝାଡ଼ାରୋଗଜନିତ ମୃତ୍ୟୁ ବା ପରିବର୍ତ୍ତୀ କାଳରେ ପୃଷ୍ଟିହୀନତାହ୍ରାସ ପାଇଁ ବିଶ୍ୱର ୮୦ଟି ରାଷ୍ଟ୍ରରେ ଜାତୀୟ ଟିକାକରଣ କାର୍ଯ୍ୟକ୍ରମରେ ରୋଟାଭାଇରସ୍ ଟିକା ପ୍ରଦାନ କରାଯାଉଛି ।

Share in top social networks!