କେବଳପ୍ରାକୃତିକ ଓ ଜୈବିକ ରଙ୍ଗରେ ହୋଲି ଖେଳିବାକୁ ନିବେଦନ : କେନ୍ଦୁଝର ଜିଲ୍ଲାପାଳ ଜିଲ୍ଲାବାସୀଙ୍କୁ ହୋଲିଅଭିନନ୍ଦନ ଜଣାଇଲେ ।

ହୋଲିପର୍ବ ଅବସରରେ ଜିଲ୍ଲାପାଳଡ଼ଃ ଏନ୍. ତିରୁମାଲା ନାୟକ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜଣାଇବା ସହିତ ନିରାପଦ ହୋଲି କାମନା କରିଛନ୍ତିଏବଂ ସ୍ୱାସ୍ଥ୍ୟର ସୁରକ୍ଷା ସହିତ ପରିବେଶର ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।
ନିରାପଦହୋଲି ପର୍ବ ପାଳନ ସଂପର୍କରେ ମାନ୍ୟବର ଓଡ଼ିଶା ହାଇକୋର୍ଟ୍ଙ୍କ ନିଦେ୍ର୍ଦଶ ପରିପ୍ରେକ୍ଷୀରେ ନିରାପଦ ହୋଲିପର୍ବ ପାଳନ ନିମନ୍ତେ ସଚେତନତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଡ଼ଃ ଏନ୍. ତିରୁମାଲାନାୟକଙ୍କ ନିଦେ୍ର୍ଦଶକ୍ରମେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ କେଶରୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଚଳିତ ମାର୍ଚ୍ଚ ୨୧ ତାରିଖପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ମିନି କନ୍ଫରେନ୍ସ୍ ହଲରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିଲା । ଏହିବୈଠକରେ ଆସିଷ୍ଟାଂଟ୍ କଲେକ୍ଟର ଉନ୍ନୟନ ସ୍ମୃତିରଞ୍ଜନ ସାହୁ, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରଆଂଚଳିକ ଅଧିକାରୀ ସୋହନ୍ ଗିରି, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ସଂଜୀବ ବାରିକ, ସହକାରୀପରିବେଶ ଇଞ୍ଜିନିୟର ଡି.ଏଲ୍. ମହାପାତ୍ର, ଏସ୍.ଆଇ.ଅଫ୍ ପୋଲିସ୍ ମାତିସ୍ କୁଜୁର୍, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମେରୀ ଆଂଟନୀୟ ବାଆ ଙ୍କ ସମେତବିଭିନ୍ନ ବିଭାଗୀୟ ଅଧିକାରୀ, କେନ୍ଦୁଝର ସହରର ରଙ୍ଗ ବ୍ୟବସାୟୀ ପ୍ରମୁଖ ଯୋଗଦେଇଥିଲେ । ପ୍ରାରମ୍ଭରେଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ ନିରାପଦ ହୋଲି ପାଇଁ କେବଳ ପ୍ରାକୃତିକ ଓ ଜୈବିକ ରଙ୍ଗରେ ହୋଲିଖେଳିବା ସଂପର୍କିତ ମାନ୍ୟବର ଓଡିଶା ହାଇକୋର୍ଟଙ୍କ ନିଦେ୍ର୍ଦଶସଂପର୍କରେ ଅବଗତ କରାଇଥିଲେ । ଏ ଦିଗରେ ରଙ୍ଗ ବ୍ୟବସାୟୀମାନଙ୍କୁ କେବଳ ପ୍ରାକୃତିକ ଓ ଜୈବିକ ରଙ୍ଗ ବିକ୍ରୟପାଇଁ ନିଦେ୍ର୍ଦଶ ଦେଇଥିଲେ । ଏ ସଂପର୍କରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଦିଗରେ ସମାଜର ସବୁବର୍ଗରଜନସାଧାରଣଙ୍କ ସହଯୋଗ କାମନା କରିବା ସହିତ ଆଂଚଳିକ ପ୍ରଦୂଷଣ କାର୍ଯ୍ୟାଳୟ ତରଫରୁ ମାଇକ୍ ପ୍ରଚାର,ପୋଷ୍ଟର, ବ୍ୟାନର ଜରିଆରେ ଜନସଚେତନତା ସୃଷ୍ଟି କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଜିଲ୍ଲାବାସୀଙ୍କୁ ବାର୍ତାଜରିଆରେ ପ୍ରାକୃତିକ ଓ ଜୈବିକ ରଙ୍ଗରେ ହୋଲି ଖେଳିଲେ ଚର୍ମ, ଆଖି ତଥା ସ୍ୱାସ୍ଥ୍ୟ ସୁସ୍ଥ ରହିବ ଏବଂପରିବେଶ ପ୍ରଦୂଷଣ ମୁକ୍ତ ରହିବ, ରାସାୟନିକ ରଙ୍ଗ ଖେଳିବା ଦ୍ୱାରା ଚର୍ମ ଲାଲ୍ ପଡିବା, କୁଣ୍ଡାଇ ହେବା,ଆଖିରେ ଲାଗିଲେ ଦୃଷ୍ଟି ଶକ୍ତି କ୍ଷୀଣ ହୋଇଯିବା, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା, ଉଜ୍ଜ୍ୱଳ, ସିନ୍ଥେଟିକ୍,ଲାଲ୍, ସବୁଜ, ବାଇଗିଣି, କଳା, ରୂପେଲି ରଙ୍ଗରେ ଗୁରୁ ଧାତୁ ଯଥା ସୀସା, ଆର୍ସେନିକ୍, ପାରଦଇତ୍ୟାଦି ଥାଏ ଯାହାକି ଅତି ବିପଜ୍ଜନକ ଓ ଏହା ସ୍ୱାସ୍ଥ୍ୟହାନି ଘଟାଇଥାଏ, ରଙ୍ଗର ପ୍ୟାକେଟ୍ରେ ଥିବା ବ୍ୟବହାରନିୟମାବଳୀକୁ ଭଲ ଭାବରେ ପଢିବା, ସିନ୍ଥେଟିକ୍ ରଙ୍ଗକୁ ବର୍ଜନ କରିବା ଇତ୍ୟାଦି ପ୍ରସଙ୍ଗ ଉପରେ ଜନସାଧାରଣସଚେତନ ହେବାକୁ ନିବେଦନ କରିଥିଲେ । ଯଦି କୌଣସି ବ୍ୟବସାୟୀ ରାସାୟନିକ ଏବଂ ସିନ୍ଥେଟିକ୍ ରଙ୍ଗବିକ୍ରୟ କରୁଥାନ୍ତି ତେବେ ସେମାନଙ୍କ ବିରୁଦ୍ଧରେ ପୋଲିସ୍ ତରଫରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବବୋଲ ସତର୍କ କରାଇଦେଇଥିଲେ ।

Share in top social networks!