ବିଶ୍ୱ ବନ୍ୟ ଦିବସ ଉପଲକ୍ଷେ ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣି ପକ୍ଷରୁ “ସାପମାନେ ବନ୍ଧୁ” ଅଭିଯାନର ଶୁଭାରମ୍ଭ

snakesବିଶ୍ୱ ବନ୍ୟ ଦିବସ ପାଳନ ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀ, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି), ଚାଷୀ ଓ ସ୍ଥାନୀୟ ଗୋଷ୍ଠୀମାନଙ୍କ ମଧ୍ୟରେ ସାପମାନଙ୍କ ସଂରକ୍ଷଣ ଓ ଜୈବ ବିବିଧତାରେ ସେମାନଙ୍କ ଗୁରୁତ୍ୱ ଉପରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଓଡ଼ିଶାର ଯାଜୁପର ଜିଲ୍ଳାସ୍ଥିତ ଟାଟା ଷ୍ଟିଲ ସୁକିନ୍ଦା କ୍ରୋମାଇଟ୍ ଖଣି (ଏସ୍ସିଏମ୍) ପକ୍ଷରୁ ଆଜି “ସାପମାନେ ବନ୍ଧୁ” ନାମକ ଅଭିଯାନର ଶୁଭାରମ୍ଭ କରାଯାଇଛି । ସାପମାନଙ୍କ ସୁରକ୍ଷା, ପୁନର୍ବାସ, ଗବେଷଣା ତଥା ସେମାନଙ୍କ ପୁନର୍ବାସ ପାଇଁ କାର୍ଯ୍ୟ କରୁଥିବା ଭୁବନେଶ୍ୱରସ୍ଥିତ ସ୍ୱେଚ୍ଛାସେବୀ ସଂସ୍ଥା ସ୍ନେକ୍ ହେଲପ୍ଲାଇନ୍ ଏହି ଅଭିଯାନର ସଫଳ ରୂପାୟନ ପାଇଁ ଟାଟା ଷ୍ଟିଲ ଗ୍ରାମୀଣ ବିକାଶ ସଂସ୍ଥା (ଟିଏସ୍ଆରଡିଏସ୍) କୁ ବୈଷୟିକ ସହାୟତା ପ୍ରଦାନ ସହ ଏହାର ପ୍ରତିନିଧିଙ୍କୁ ତାଲିମ ଦେବ ।

ସୁକିନ୍ଦା ସ୍ଥିତ କାଟେପୂର୍ତ୍ତି ଷ୍ଟାଡ଼ିୟମ୍ରେ ଏହି ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଭୁବନେଶ୍ୱର ସ୍ନେକ୍ ହେଲପ୍ଲାଇନ୍ର ପ୍ରତିଷ୍ଠାତା ତଥା ଖୋର୍ଦ୍ଧା ଜିଲ୍ଲାର ଅବନୈତିକ ବନ୍ୟଜନ୍ତୁ ୱାର୍ଡନ୍ ଶ୍ରୀ ଶୁଭେନ୍ଦୁ ମଲ୍ଲିକ୍ ଲୋକପ୍ରିୟ ଶୁଣାକଥା ବନାମ ସାପ ଉପରେ ବାସ୍ତବତା, ବିଷାକ୍ତ ଓ ବିଷନଥିବା ସାପ ଚିହ୍ନଟ, ସାପ କାମୁଡ଼ିବାର ଲକ୍ଷଣ, ଆଶୁ ଚିକିତ୍ସା, ଜୈବ ବିବିଧତାରେ ସାପର ଗୁରୁତ୍ୱ ଭଳି ବିଭିନ୍ନ ବିଷୟ ଉପରେ ଏକ ପ୍ରେଜେଣ୍ଟେସନ୍ ପ୍ରସ୍ତୁତ କରିଥିଲେ । ଏହି ଅବସରରେ ଷ୍ଟାଡ଼ିୟମ୍ରେ ସୁକିନ୍ଦାର ସହର ନିକଟରେ ଥିବା ବିଦ୍ୟାଳୟ ଛାତ୍ରଛାତ୍ରୀ, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ସଦସ୍ୟ, ସୁକିନ୍ଦା ଓ ବ୍ରାହ୍ମଣୀପାଳର ଚାଷୀ, ଟାଟା ଷ୍ଟିଲ ଅଧିକାରୀ, ସୁକିନ୍ଦା କ୍ରୋମାଇଟ୍ ଖଣି କର୍ମଚାରୀ ସଂଘର ସଦସ୍ୟମାନେ ଉପସ୍ଥିତ ଥିଲେ । ଭୁବନେଶ୍ୱର ନିକଟସ୍ଥ ପଦ୍ମକେଶରୀପୁର ସାପୁଆ କେଳା ଗ୍ରାମର ମୁଖିଆ ଶ୍ରୀ ପଞ୍ଚାନନ ଦାସ, ସିଏ ଏବେ ଶୁଭେନ୍ଦୁଙ୍କ ଟିମ୍ର ସଦସ୍ୟ, ଦର୍ଶକମାନଙ୍କ ମନରୋଞ୍ଜନ ପାଇଁ ସେମାନେ ବ୍ୟବହାର କରୁଥିବା ବିଭିନ୍ନ କୌଶଳ ବିଷୟରେ ସୂଚନା ଦେଇଥିଲେ ।

ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ନିଦେ୍ର୍ଦଶକ (ସ୍ୱତନ୍ତ୍ର) ଡଃ ଭି ପି ଉପାଧ୍ୟୟ, ଓଡ଼ିଶା ସରକାରଙ୍କ ଓଡ଼ିଶା ଜୈବ-ବିବିଧତା ବୋର୍ଡ଼ର ବରିଷ୍ଠ ବୈଜ୍ଞାନିକ ସୌମ୍ୟ ରଞ୍ଜନ ବେହେରା, ଟାଟା ଷ୍ଟିଲ ଫେରୋ ଆଲୟେଜ୍ ଓ ମିନରାଲ୍ସ ଡିଭିଜନ୍ର ମହା ପ୍ରବନ୍ଧକ ଶ୍ରୀ ପଙ୍କଜ ସତିଜା, ଟାଟା ଷ୍ଟିଲ ଜଳବାୟୁ ପରିବର୍ତ୍ତନ ଓ ଷ୍ଟ୍ରାଟଜିକ୍ ପ୍ଲାନିଂ ବିଭାଗ ମୁଖ୍ୟ ଶ୍ରୀ ଶିବଜ୍ୟୋତି ଦତ୍ତ ଓ ଟାଟା ଷ୍ଟିଲର ଅଧିକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।

ଟାଟା ଷ୍ଟିଲର ଏହି ପଦକ୍ଷେପକୁ ପ୍ରଶଂସା କରିବା ସହିତ ଡଃ ଉପାଧ୍ୟୟ ପରିବେଶ ଓ ପ୍ରଜାତିର ସଂରକ୍ଷଣ ଏକାସାଙ୍ଗରେ ହେବା ଉଚିତ ଏବଂ ସାପ ଉପରେ ଏହି ଅଭିଯାନ ଗୋଷ୍ଠୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହିତ ମଣିଷ ଓ ସାପଙ୍କ ମଧ୍ୟରେ ଥିବା ସମସ୍ୟାକୁ ଦୂର କରିପାରିବ । ୨୦୨୦ ଜାତୀୟ ଜୈବ ବିବିଧତା ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି ବୋଲି ଶ୍ରୀ ସତିଜା ମତ ପ୍ରକାଶ କରିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଦତ୍ତ ଜଳବାୟୁ ପରିବର୍ତ୍ତନର ପ୍ରଭାବ, ଆପଦ ଓ ବନୀକରଣ ଯୋଜନା ଉପରେ ଗୁରୁତ୍ୱାରୋପ କରିବା ସହିତ ଜଙ୍ଗଲରେ ବାସ କରୁଥିବା ବନ୍ୟଜୀବଜନ୍ତୁ ପ୍ରତି ଆମେ ସମାନ ଭାବରେ ସତର୍କ ରହିବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ ।

ଜାତୀୟ ଜୈବ ବିବିଧତା ଲକ୍ଷ୍ୟରେ ସ୍ୱଳ୍ପ ଯୋଗଦାନ ସ୍ୱରୁପ ସୁକିନ୍ଦା କ୍ରୋମାଇଟକ୍ ଖଣି ପକ୍ଷରୁ ପ୍ରଜାତି ଚିହ୍ନଟ, ପତ୍ର ଚିହ୍ନଟ, ସବୁଜ ଚିକିତ୍ସା, ଜୈବ କଳା ବିବିଧତା ଓ ପ୍ରଜାତୀୟ ଖାଦ୍ୟୋତ୍ସବ ଭଳି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି ।

ସମ୍ପୁର୍ଣ୍ଣ ରାଜ୍ୟରେ ସାପଙ୍କ ରକ୍ଷା ଓ ପୁନର୍ବାସ ଏôବଂ ବନ ଅଧିକାରୀଙ୍କ ପାଇଁ କର୍ମଶାଳାର ଆୟୋଜନ କରୁଥିବା ଶ୍ରୀ ମଲ୍ଲିକ୍ ଏହି ଅଭିଯାନରେ ସାମିଲ ହୋଇଥିବାରୁ ଖୁସି ପ୍ରକାଶ କରିବା ସହ ଏହି ଅଭିଯାନ ସାପଙ୍କ ପ୍ରତି ଲୋକମାନଙ୍କ ବିଶେଷ ଭାବେ ଚାଷୀଙ୍କ ଚିନ୍ତାଧାରା ପରିବର୍ତ୍ତନ ଓ ସେମାନଙ୍କ ସଂରକ୍ଷଣରେ ସହାୟକ ହେବ ବୋଲି ସେ ମତ ପ୍ରକାଶ କରିଥିଲେ । ଟିଏସ୍ଆରଡିଏସ୍ ଆଗାମୀ ଦିନରେ ସ୍ନେକ୍ ହେଲପ୍ଲାଇନ୍ର ସହଯୋଗରେ ଯାଜପୁର ଏବଂ ଢେଙ୍କାନାଳ ଜିଲ୍ଲା ସହ ସମ୍ପୃକ୍ତ ଥିବା ବିଭିନ୍ନ ବିଦ୍ୟାଳୟ, ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଓ ଚାଷୀ ସଂସ୍ଥାରେ ସମାନ ସଚେତନତା ଶିବିରର ଆୟୋଜନ କରିବ ।

Share in top social networks!