ନାଲ୍‌କୋର ପ୍ରଶଂସାରେ ଶତମୁଖ କେନ୍ଦ୍ର ଇସ୍ପାତ ଓ ଖଣି ରାଷ୍ଟ୍ର ମନ୍ତ୍ରୀ

nalcoକେନ୍ଦ୍ର ଇସ୍ପାତ ଓ ଖଣି ବିଭାଗ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେଓ ସାଇ ଆଜି ସନ୍ଧ୍ୟାରେ ନାଲ୍‌କୋର ନିଗମ କାର୍ଯ୍ୟାଳୟ ଗସ୍ତ କରିଛନ୍ତି । କମ୍ପାନୀ ପକ୍ଷରୁ ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଶ୍ରୀ ସାଇଙ୍କୁ ହାର୍ଦ୍ଦିକ ସ୍ୱାଗତ କରିଥିଲେ । ଏହା ପରେ, ମନ୍ତ୍ରୀ ମହୋଦୟ ସମସ୍ତ ନିଦେ୍ର୍ଦଶକ, କାର୍ଯ୍ୟନିର୍ବାହୀ ନିଦେ୍ର୍ଦଶକ ଏବଂ ମହାପ୍ରବନ୍ଧକଙ୍କ ଉପସ୍ଥିତିରେ କମ୍ପାନୀର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।
ଏହି ଅବସରରେ, ଧାତୁ ବଜାରରେ ମାନ୍ଦାବସ୍ଥା ସତ୍ତ୍ୱେ ଭଲ ପ୍ରଦର୍ଶନ ଜାରୀ ରଖିଥିବାରୁ ଶ୍ରୀ ସାଇ ନାଲ୍‌କୋକୁ ଅଭିନନ୍ଦନ ଜଣାଇବା ସହ କମ୍ପାନୀ ପକ୍ଷରୁ ପ୍ରଣୀତ ନୂତନ ବ୍ୟବସାୟିକ ମଡେଲ୍‌ ଏବଂ ଏହାର ସ୍ୱତନ୍ତ୍ର ସମାଜକଲ୍ୟାଣମୂଳକ ପଦକ୍ଷେପର ଭୂୟସୀ ପ୍ରଶଂସା କରିଥିଲେ । ଏଥି ସହିତ, ସେ ନାଲ୍‌କୋର ପରିଚାଳନା କର୍ତ୍ତୃପକ୍ଷଙ୍କୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଅପ୍ରତିଦ୍ୱନ୍ଦୀ ଭାବେ ସଫଳ ପ୍ରଦର୍ଶନ ବଜାୟ ରଖିବା ନିମନ୍ତେ ଉଦ୍ୟମ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ ।
ଏହି ଅବସରରେ, ଡ. ଚାନ୍ଦ, ମନ୍ତ୍ରୀ ମହୋଦୟଙ୍କୁ ନାଲ୍‌କୋ ପକ୍ଷରୁ ଆଲୁମିନିୟମ୍‌ର ବ୍ୟବହାର ଓ ଉପଯୋଗିତା ବୃଦ୍ଧି ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅବଗତ କରିଥିଲେ । ଶ୍ରୀ ସାଇଙ୍କୁ ଡ. ଚାନ୍ଦଙ୍କ ଦ୍ୱାରା ରଚିତ ପୁସ୍ତକ ଆଲୁମିନିୟମ୍‌ : ଦି ଷ୍ଟ୍ରାଟେଜିକ୍‌ ମେଟାଲ୍‌ ପ୍ରଦାନ କରାଯାଇଥିଲା । ଏହି ପୁସ୍ତକରେ ଆଗାମୀ ୨ ବର୍ଷ ମଧ୍ୟରେ ଭାରତର ମୁଣ୍ଡପିଛା ଆଲୁମିନିୟମ୍‌ ବ୍ୟବହାରର ପରିମାଣକୁ ଦ୍ୱିଗୁଣିତ କରିବା ପାଇଁ ଆବଶ୍ୟକୀୟ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ବିଷଦ ଭାବେ ବର୍ଣ୍ଣନା କରାଯାଇଛି । ସଂପ୍ରତି, ଏହି ପରିମାଣ ମୁଣ୍ଡ ପିଛା ୨ କିଲୋଗ୍ରାମ୍‌ ଅଟେ । ଏହା ଛଡ଼ା, ଏହି ପୁସ୍ତକରେ ପରିବେଶ ପ୍ରତି ଅନୁକୂଳ ଭାବେ ଆଲୁମିନିୟମ୍‌ର ବ୍ୟବହାର ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରାଯାଇଛି । ବୈଠକ ଶେଷରେ ନାଲ୍‌କୋର ନିଦେ୍ର୍ଦଶକ (ପି ଆଣ୍ଡ୍‌ ଟି) ଶ୍ରୀ ଏନ୍‌.ଆର୍‌. ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ।

Share in top social networks!