ଓଡ଼ିଶୀ ଆଦି ଗୁରୁ ପଙ୍କଜ ଚରଣଙ୍କ ସ୍ମୃତିରେ ନାଲ୍‌କୋ ପୁରସ୍କାର

nalcoadiguruଓଡ଼ିଶାର ନବରତ୍ନ କମ୍ପାନୀ, ନାଲ୍‌କୋ ରାଜ୍ୟର ସମୃଦ୍ଧ ସଂସ୍କୃତିର ସଂରକ୍ଷଣ ତଥା ବିକାଶ ପାଇଁ ପ୍ରତିଶୃତିବଦ୍ଧ ଏବଂ ଏକ ଦାୟିତ୍ୱସମ୍ପନ୍ନ କର୍ପୋରେଟ୍‌ ନାଗରିକ ଭାବେ ସଂପ୍ରତି କମ୍ପାନୀ ରାଜ୍ୟର ଗୌରବମୟ ଐତିହ୍ୟର ଉନ୍ନତି ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ।

ଆଦି ଗୁରୁ ତଥା ମାହାରୀ ନୃତ୍ୟର ଅନ୍ୟତମ ବିଶିଷ୍ଟ ଶିଳ୍ପୀ ସ୍ୱର୍ଗତ ପଙ୍କଜ ଚରଣ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ସ୍ୱରୂପ ନାଲ୍‌କୋ ପକ୍ଷରୁ ଏକ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ କରାଯିବ ବୋଲି ନାଲ୍‌କୋ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଗତ କାଲି ଭୁବନେଶ୍ୱର ଠାରେ ତିନିଦିନିଆ ୨୨ତମ ଗୁରୁ ପଙ୍କଜ ଉସôବର ଉଦ୍‌ଘାଟନ ଅବସରରେ କମ୍ପାନୀର ଅଧ୍ୟକ୍ଷ ଡ. ତପନ କୁମାର ଚାନ୍ଦ ଏହି ଘୋଷଣା କରିଥିଲେ । ନାଲ୍‌କୋ ଆଦି ଗୁରୁ ପଙ୍କଜ ଚରଣ ପୁରସ୍କାର ନାମରେ ନାମିତ ଏହି ପୁରସ୍କାରର ବିଜେତାଙ୍କୁ ୧ ଲକ୍ଷ ଟଙ୍କା, ସ୍ୱର୍ଣ୍ଣ ପଦକ ଏବଂ ମାନପତ୍ର ପ୍ରଦାନ କରାଯିବ । ଗୁରୁ ପଙ୍କଜ ଉସôବର ପରବର୍ତ୍ତୀ ସଂସ୍କରଣରେ ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିବା ଅନୁଷ୍ଠାନକୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

ଓଡ଼ିଶୀ ନୃତ୍ୟର ବିକାଶ ତଥା ଓଡ଼ିଶାର ସାଂସ୍କୃତିକ ଐତିହ୍ୟର ସୁରକ୍ଷା ଓ ପ୍ରସାର ନିମନ୍ତେ ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ଏହି ଅବସରରେ, ଗୁରୁ କେଶବ ଚନ୍ଦ୍ର ରାଉତ (ବୀଣାକାର), ଶ୍ରୀ କାଳିନ୍ଦୀ ପରିଡା (ମାଦେଳୀ), ଶ୍ରୀମତୀ ଶାନ୍ତିଲତା ବାରିକ (ଓଡ଼ିଶୀ ସଙ୍ଗୀତ) ଏବଂ ଶ୍ରୀମତୀ ପୁଷ୍ପିତା ମୁଖାର୍ଜୀ (ଓଡ଼ିଶୀ ନୃତ୍ୟ) ଙ୍କୁ ଡ. ଚାନ୍ଦ ସମ୍ବର୍ଦ୍ଧିତ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଏହା ପୂର୍ବରୁ ନାଲ୍‌କୋ ପକ୍ଷରୁ ଓଡ଼ିଶୀ ନୃତ୍ୟଗୁରୁ ଏବଂ ଶିଳ୍ପୀଙ୍କ ପାଇଁ ନାଲ୍‌କୋ ଖାରବେଳ ପୁରସ୍କାର ପ୍ରଦାନ କରାଯାଇଛି ଏବଂ ଦାରିଦ୍ର୍ୟ ସୀମାରେଖା ତଲେ ଥିବା ଓଡ଼ିଶୀ ନୃତ୍ୟର ଛାତ୍ରଛାତ୍ରୀମାନଙ୍କୁ ପ୍ରୋସôାହିତ କରିବା ପାଇଁ ବୃତ୍ତି ପ୍ରଦାନ କରିବାର ବ୍ୟବସ୍ଥା ମଧ୍ୟ ହୋଇଛି ।
ଅନ୍ୟମାନଙ୍କ ମଧ୍ୟରେ, ଅବସରପ୍ରାପ୍ତ ଆଇପିଏସ୍‌ ଅଧିକାରୀ ତଥା ଗୁରୁ ପଙ୍କଜ ଚରଣ ଗବେଷଣା ପ୍ରତିଷ୍ଠାନର ସଭାପତି ଶ୍ରୀ ବି.କେ. ତ୍ରିପାଠୀ ଏବଂ ପ୍ରତିଷ୍ଠାନର ସମ୍ପାଦକ ଗୁରୁ ଶରତ ଦାସ ପ୍ରମୁଖ ଏହି ଅବସରରେ ଉଦ୍‌ବୋଧନ ଦେଇଥିଲେ ।

Share in top social networks!
Powered By Indic IME